ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣିଥରେ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ବୁଧବାର ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରି ଗ୍ରେନେଡ ମାଡ କରାଯାଇଛି । ହଜରତବଲର ହବକ କ୍ରସିଂ ନିକଟରେ ନିୟୋଜିତ ଯବାନଙ୍କ ଉପରେ ଏହି ଆକ୍ରମଣ ହୋଇଛି । ଏଥିରେ 2ଜଣ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି ।
ତେବେ ସିଆରପିଏଫକୁ ଟାର୍ଗେଟ କରି ଫୋପଡା ଯାଇଥିବା ଗ୍ରେନେଡ୍ ଲକ୍ଷ୍ୟ ବିଚ୍ୟୁତ ହୋଇଥିଲା ଏବଂ ସାଧାରଣ ଲୋକଙ୍କ ଗହଣରେ ଯାଇ ପଡିଥିଲା। ଗ୍ରେନେଡ୍ ବିସ୍ଫୋରଣ ହେବା ପରେ ୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଘଟଣା ପରେ ଆଖପାଖ ଅଞ୍ଚଳରେ ଘେରାବନ୍ଦୀ କରି ଆତଙ୍କବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେଶନ ଜୋରଦାର କରାଯାଇଛି ।