ETV Bharat / bharat

ଓଡିଆ ଆଇଏଏସ ଜମ୍ମୁ କାଶ୍ମୀରର ପ୍ରଥମ ଏଲଜି, ସତ୍ୟପାଲ ମଲ୍ଲିକ ହେଲେ ଗୋଆ ରାଜ୍ୟପାଳ

ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଗିରିଶ ଚନ୍ଦ୍ର ମୁର୍ମୁ ସତ୍ୟପାଲ ମଲ୍ଲିକଙ୍କ ସ୍ଥାନରେ ଜମ୍ମୁ-କାଶ୍ମୀରର ଏଲଜି (ଉପରାଜ୍ୟପାଳ) ଭାବେ ନିଯୁକ୍ତି ପାଇଛନ୍ତି ।

author img

By

Published : Oct 25, 2019, 8:41 PM IST

Updated : Oct 26, 2019, 1:36 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଗୋଆର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଧାରା 370 ଉଚ୍ଛେଦ ପରେ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଥିବା ଜମ୍ମୁ-କାଶ୍ମୀରର ପ୍ରଥମ ଏଲଜି (ଉପରାଜ୍ୟପାଳ) ଭାବେ ନିଯୁକ୍ତି ପାଇଛନ୍ତି ଗୁଜୁରାଟ କ୍ୟାଡରର ଓଡିଆ ଆଇଏଏସ ଅଧିକାରୀ ଗିରିଶ ଚନ୍ଦ୍ର ମୁର୍ମୁ । ଗିରିଶଙ୍କ ଏହି ଉପଲବ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Naveen
ଫଟୋ ସୌଜନ୍ୟ: ଟ୍ବିଟର@Naveen_Odisha

ସେପଟେ ରାଧା କ୍ରିଷ୍ଣା ମାଥୁର ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ପିଏସ ଶ୍ରୀଧରନ ପିଲାଇଙ୍କୁ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । କେନ୍ଦ୍ର ସରକାରର ସୁପାରିଶ କ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସମସ୍ତଙ୍କୁ ନିଯୁକ୍ତି ଦେଇଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ଗିରିଶ ଚନ୍ଦ୍ର ମୁର୍ମୁ ଗୁଜୁରାଟ କ୍ୟାଡରର 1985 ବ୍ୟାଚର ଓଡିଆ ଆଇଏଏସ ଅଧିକାରୀ ଅଟନ୍ତି । ବର୍ତ୍ତମାନ ସେ ଅର୍ଥ ବିଭାଗରେ ବ୍ୟୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

Intro:Body:

BLANK FOR LINK 

Conclusion:
Last Updated : Oct 26, 2019, 1:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.