ETV Bharat / bharat

ଲୋକସଭାରେ ଆଗତ ହେବ ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍

author img

By

Published : Aug 6, 2019, 10:28 AM IST

ଆଜି ଲୋକସଭାରେ ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍ ଆଗତ କରାଯିବ । ଏହି ଆଲୋଚନା ସମୟରେ ପୁଣି ଥରେ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖିବେ ଗୃହମନ୍ତ୍ରୀ ଅମିତ ଶାହ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ଲୋକସଭାରେ ଜମ୍ମୁ-କାଶ୍ମୀର ରାଜ୍ୟ ପୁର୍ନଗଠନ ବିଲ୍ ଆଗତ କରାଯିବ । ସାଂସଦରେ ଜମ୍ମୁ-କାଶ୍ମୀର ରାଜ୍ୟ ପୁର୍ନଗଠନ ବିଲ୍ ସମ୍ପର୍କରେ ପୁଣି ଥରେ ବିସ୍ତୃତ ଆଲୋଚନା ହେବ ବୋଲି ଗୃହମନ୍ତ୍ରୀ ଅମିତ୍‌ ଶାହ କହିଛନ୍ତି । ଏହି ଚର୍ଚ୍ଚା ସମୟରେ ପୁଣି ଥରେ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖିବେ।

ଗତକାଲି ରାଜ୍ୟସଭାରେ ଜମ୍ମୁ-କାଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍ ପାରିତ ହୋଇଛି । ବିଜେପି, ବିଜେଡି, ଏଆଇଏଡଏମକେ(AIADMK), ବିଏସପି, ୱାଇଏସଆରସିପି (YSRCP) ଓ ଶିବସେନା ଏହି ବିଲ୍‌କୁ ସମର୍ଥନ କରିଥିବା ବେଳେ ପିଡିପି, କଂଗ୍ରେସ ଓ ଜେଡିୟୁ ଏନେଇ ଗୃହରେ ହଙ୍ଗାମା କରିଥିଲେ।

କାଶ୍ମୀର ଘାଟିରୁ 370 ଧାରା ଉଚ୍ଛେଦ ହେବା ପରେ ଜମ୍ମୁ-କାଶ୍ମୀର ବର୍ତ୍ତମାନ ରାଜ୍ୟ ନୁହେଁ ବରଂ ଦୁଇ ଭାଗରେ ବିଭକ୍ତ ହୋଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତିତ ହେବ । ଏହା ସହ ଜମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ । କିନ୍ତୁ ଅନ୍ୟପକ୍ଷରେ ଲଦାଖ ମଧ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ହେବ ମାତ୍ର ସେଠାରେ ବିଧାନସଭା ରହିବ ନାହିଁ ବୋଲି ଯୋଜନା କରିଛନ୍ତି କେନ୍ଦ୍ର ସରକାର ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.