ଶ୍ରୀନଗର: ଆତଙ୍କବାଦୀଙ୍କୁ ଭାରତୀୟ ସେନାର କଡା ଜବାବ । ସୁରକ୍ଷାବଳଙ୍କ ଗୁଳିରେ ଟଳିଲେ 2 ଆତଙ୍କୀ । ଗାନ୍ଦେରବାଲ କୁଲ୍ଲନ ଜଙ୍ଗଲରେ ଆତଙ୍କୀ ଲୁଚି ରହିଥିବା ନେଇ ସୂଚନା ଦେଇଥିଲା ଗୁଇନ୍ଦା ବିଭାଗ ।
କୁଲ୍ଲନ ଜଙ୍ଗଲରେ 5ରୁ 6 ଜଣ ଲସ୍କର-ଏ-ତୋଇବାର ଆତଙ୍କବାଦୀ ଥିବା ନେଇ ସୂଚନା ମିଳିଥିଲା । ଏହାପରେ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଥିଲା କାର୍ଯ୍ୟାନୁଷ୍ଠାନ । ଉଭୟ ପକ୍ଷରୁ ଗୁଳି ବର୍ଷଣ ହୋଇଥିବା ବେଳେ ସୁରକ୍ଷାବଳଙ୍କ ଗୁଳିରେ 2 ଜଣ ଆତଙ୍କୀ ନିପାତ ହୋଇଛନ୍ତି । ତେବେ ଏହି ଅପରେସନରେ ଜଣେ ଯବାନ ମଧ୍ୟ ଆହତ ହୋଇଥିବା ସୂଚନା । ଅନ୍ୟପଟେ ଜଙ୍ଗଲରେ ଆହୁରି 2ରୁ 3 ଜଣ ଆତଙ୍କୀ ଥିବା ନେଇ ଜଣାପଡିଛି ।
ସୂଚନାଯୋଗ୍ୟ, ଗତ 48 ଘଣ୍ଟା ମଧ୍ୟରେ କାଶ୍ମୀରରେ 4 ଜଣ ଆତଙ୍କବାଦୀ ନିପାତ ହେଲେଣି । ଗତକାଲି ଉତ୍ତର-କାଶ୍ମୀର ବାନ୍ଧିପୁରା ଜିଲ୍ଲାରେ ମଧ୍ୟ ସୁରକ୍ଷାବଳ-ଆତଙ୍କବାଦୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଥିଲା ।