ETV Bharat / bharat

ଜମ୍ମୁ କାଶ୍ମୀରର ଓଡିଆ ଆଇପିଏସ ବସନ୍ତ ରଥ ନିଲମ୍ବିତ - PS officer Basant Rath suspended

ଜମ୍ମୁ ଓ କାଶ୍ମୀରର ଓଡିଆ ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ନିଲମ୍ବନ କଲା କେନ୍ଦ୍ର ଗୃହମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

କାଶ୍ମୀର ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ନିଲମ୍ବନ କଲା କେନ୍ଦ୍ର ଗୃହମନ୍ତ୍ରଣାଳୟ

author img

By

Published : Jul 8, 2020, 4:37 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ଓଡିଆ ଆଇପିଏସ ଅଧିକାରୀ ବସନ୍ତ ରଥ ନିଲମ୍ବିତ । ଉପରିସ୍ଥିତ ଅଧିକାରୀଙ୍କୁ ବାରମ୍ବାର ଅଶୋଭନୀୟ ଆଚରଣ ଅଭିଯୋଗରେ ବସନ୍ତଙ୍କୁ ନିଲମ୍ବନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରଣାଳୟ ।

କାଶ୍ମୀର ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ନିଲମ୍ବନ କଲା କେନ୍ଦ୍ର ଗୃହମନ୍ତ୍ରଣାଳୟ
କାଶ୍ମୀର ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ନିଲମ୍ବନ କଲା କେନ୍ଦ୍ର ଗୃହମନ୍ତ୍ରଣାଳୟ

2000 ବ୍ୟାଚର ଆଇପିଏସ ଅଧିକାରୀ ବସନ୍ତ ରଥ ନିକଟରେ ଏକ ଚିଠି ଲେଖି ତାଙ୍କ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇଥିଲେ । ଜମ୍ମୁ କାଶ୍ମୀର ପୋଲିସ ମୁଖ୍ୟଙ୍କ କିଛି କାର୍ଯ୍ୟକଳାପ ହେତୁ ସେ ତାଙ୍କ ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରିଥିଲେ । ଏହି ଚିଠି ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।

ଏହା ପୂର୍ବରୁ ବସନ୍ତ ନିଜ ଉପରସ୍ଥ ଅଧିକାରୀ ତଥା ଜମ୍ମୁ ଓ କାଶ୍ମୀର ପୋଲିର ଡିଜିପି ଦିଲବାଗ ସିଂହଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଆଣିଥିଲେ । ଏହାକୁ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଇପାରେ ବୋଲି ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.