ETV Bharat / bharat

ସାମ୍ବାଦିକ ସମ୍ମିଳନୀରୁ କଂଗ୍ରେସ ନେତାଙ୍କୁ ଉଠାଇ ନେଲା ପୋଲିସ

ଜମ୍ମୁ-କାଶ୍ମୀର କଂଗ୍ରେସ ମୁଖପାତ୍ର ରବିନ୍ଦ୍ର ଶର୍ମାକୁ ପୋଲିସ ନିଜ ହେପାଜତକୁ ନେଇଛି । ସେ ଜମ୍ମୁ-କାଶ୍ମୀରରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ପୋଲିସ ତାଙ୍କୁ ଉଠାଇ ନେଇଥିବା ଜଣା ପଡିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Aug 16, 2019, 7:10 PM IST

ଶ୍ରୀନଗର: ସାମ୍ବାଦିକ ସମ୍ମିଳନୀ ମଧ୍ୟରୁ କଂଗ୍ରେସ ମୁଖପାତ୍ରଙ୍କୁ ଉଠାଇ ନେଲା ପୋଲିସ । ଜମ୍ମୁ-କାଶ୍ମୀର କଂଗ୍ରେସ ମୁଖପାତ୍ର ରବିନ୍ଦ୍ର ଶର୍ମାକୁ ପୋଲିସ ନିଜ ହେପାଜତକୁ ନେଇଛି । ସେ ଜମ୍ମୁ-କାଶ୍ମୀରର ଶହୀଦ ଚୌକ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିଲେ । ତେବେ ତାଙ୍କୁ ସମ୍ମିଳନୀ ମଧ୍ୟରୁ ପୋଲିସ ଉଠାଇ ନେଇଥିବା ଜଣା ପଡିଛି । ରବିନ୍ଦ୍ର ଶର୍ମାଙ୍କ ବ୍ୟତିତ ନୀରଜ ଗୁପ୍ତା ନାମକ ଅନ୍ୟ ଜଣେ ନେତାଙ୍କୁ ମଧ୍ୟ ପୋଲିସ ହେପାଜତକୁ ନେଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଜମ୍ମୁ-କାଶ୍ମୀରରେ ଧାରା 370 ଉଚ୍ଛେଦ ପରଠାରୁ ସେଠାରେ କର୍ଫ୍ୟୁ ବଳବତ୍ତର ରହିଛି । ଏହା ସହିତ ବିରୋଧୀ ଦଳର ଅନେକ ବଡ ବଡ ନେତାଙ୍କୁ ପୋଲିସ ହେପାଜତରେ ରଖିବା ସହ ଅଧିକାଂଶଙ୍କୁ ଗୃହବନ୍ଦୀ କରି ରଖାଯାଇଛି । କାଶ୍ମୀର ଘାଟିରେ ଶାନ୍ତି ବଜାୟ ରଖିବାକୁ ସରକାର ଏଭଳି ପଦକ୍ଷେପ ନେଇଥିବା ଜଣା ପଡିଛି ।

Intro:Body:

drh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.