ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆରେ ଦ୍ବିତୀୟ ଥର ପାଇଁ ଗୁଳି ଚାଳନା ହୋଇଛି । ଏହାପରେ ବିଶ୍ବବିଦ୍ୟାଳୟର ମାହୋଲ ସମ୍ପୂର୍ଣ୍ଣ ଅସ୍ଥିର ହୋଇଯାଇଥିଲା । ଫଳରେ ଛାତ୍ରୀ ଆନ୍ଦୋଳନକୁ ଓହ୍ଲେଇ ଆସିଥିଲେ । ଦ୍ବିତୀୟ ଥର ପାଇଁ ପୁଣି ବିଶ୍ବବିଦ୍ୟାଳୟରେ ଗୁଳି ଚାଳନା ପରେ ରବିବାର ରାତି 2ଟାରେ ହଷ୍ଟେଲର ଛାତ୍ରୀମାନେ ରାସ୍ତାରେ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ପ୍ରତିବାଦ ଜଣାଇଥିଲେ । ଏହାସହ ଦିଲ୍ଲୀ ପୋଲିସ ବିରୋଧରେ ମଧ୍ୟ ନାରା ଦେଇଥିଲେ ।
ପ୍ରକାଶଥାଉକି, ହଷ୍ଟେଲର ତାଲା ଭାଙ୍ଗି ଛାତ୍ରୀମାନେ ରାସ୍ତାରେ ପ୍ରଦର୍ଶନ କରିଥିଲେ । ଜାମିୟା ଛାତ୍ରୀ ବିଜେପି ଓ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ରାଗ ପ୍ରକାଶ କରିଥିଲେ । ସେମାନଙ୍କ ମତରେ ଦେଶର ମାହୋଲ ଅସ୍ଥିର ହେବାର କାରଣ ସରକାର । ଦିଲ୍ଲୀର ବାରମ୍ବାର ଏହି ପ୍ରକାର ସ୍ଥିତି ଛାତ୍ରଙ୍କୁ ଡରାଇବା ପାଇଁ ଉତ୍ପନ୍ନ କରାଯାଉଛି । ଜାମିଆର ଆଲୁମିନାଇ ଅଧ୍ୟକ୍ଷଙ୍କ ମତରେ, ଦୋଷୀଙ୍କୁ ଧରି ଆମକୁ ଦିଆଯାଉ । ପୋଲିସ ଆମକୁ 4ଘଣ୍ଟା ସମୟ ଦେଇଥିବାର ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ