ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଉଠିଲା ଜାମିୟା ହିଂସାର ମାମଲା । ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡେ କହିଥିଲେ କି, ସେ କାହାକୁ ବି ଦୋଷୀ ବୋଲି ସ୍ବୀକାର କରୁନାହାଁନ୍ତି କିନ୍ତୁ ହିଂସାକୁ ରୋକିବା ଜରୁରୀ । ପୋଲିସ-ଛାତ୍ର ନିର୍ଦ୍ଦୋଶ ବୋଲି ମଧ୍ୟ କୁହାଯାଇପାରିବ ନାହିଁ ବୋଲି ମଧ୍ୟ କହିଛନ୍ତି । ଛାତ୍ର ବୋଲି ହିଂସ୍ରକ ଉପଦ୍ରବ କରିବାର ଅଧିକାର ଅଛି ତାହା ଭାବିବା ଭୁଲ ବୋଲି କହିଛନ୍ତି ମୁଖ୍ୟ ବିଚାରପତି । ହିଂସା ବନ୍ଦ ନହେବା ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ହେବ ନାହିଁ ।
ଅନ୍ୟପଟେ ଜାମିୟା ହିଂସାକୁ ନେଇ ବିଜେପି କର୍ମକର୍ତ୍ତା, ଆପ୍ ବିଧାୟକ ଅମାନତୁଲ୍ଲାହ ଖାନ୍ ବିରୋଧରେ ମାମଲା ରୁଜୁ କରିଛନ୍ତି ।