ନୂଆଦିଲ୍ଲୀ: ପଶ୍ଚାତାପ କରୁନାହିଁ ଜାମିଆ ଗୁଳିକାଣ୍ଡର ଅଭିଯୁକ୍ତ । ଏହାସହ କୌଣସି ସଙ୍ଗଠନ ସହ ତାର ସମ୍ପର୍କ ଥିବା କଥାକୁ ସେ ମାନୁ ନାହିଁ । ସେ ସୋସିଆଲ ମିଡିଆରୁ ଭିଡିଓ ଦେଖି ଏପରି କରିଛି ବୋଲି କହୁଛି ।
ସେ ଉତ୍ତର ପ୍ରଦେଶର କାସଗଞ୍ଜରେ ପ୍ରାଣ ହରାଇଥିବା ଚନ୍ଦନ ଗୁପ୍ତା ହତ୍ୟାର ପ୍ରତିଶୋଧ ନେବା ପାଇଁ ଏପରି କରିଥିବା ଜଣାପଡିଛି । 2018ରେ କାସଗଞ୍ଜ ହିଂସାରେ ଚନ୍ଦନ ଗୁପ୍ତା ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ସେପଟେ ଆଜି ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବ ।
(@ANI)