ETV Bharat / bharat

ଦିଲ୍ଲୀ ହିଂସା: ଜାମିଆ ସମନ୍ବୟ କମିଟିର ସଦସ୍ୟା ସଫୁରାଙ୍କୁ ଜାମିନ - ଦିଲ୍ଲୀ ହିଂସା

ଜାମିଆ ସମନ୍ବୟ କମିଟିର ସଦସ୍ୟା ସଫୁରା ଜରଗରଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଦିଲ୍ଲୀ ହିଂସା ଅଭିଯୋଗରେ ସଫୁରାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା।

ଦିଲ୍ଲୀ ହିଂସା
ଦିଲ୍ଲୀ ହିଂସା
author img

By

Published : Jun 23, 2020, 5:00 PM IST

ନୂଆଦିଲ୍ଲୀ: ଜାମିଆ ସମନ୍ବୟ କମିଟିର ସଦସ୍ୟା ସଫୁରା ଜରଗରଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ହିଂସା ଅଭିଯୋଗରେ ସଫୁରାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ତାଙ୍କ ଉପରେ UAPA ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ଦିଲ୍ଲୀ ହିଂସା
ଦିଲ୍ଲୀ ହିଂସା

ତେବେ ମାନବିକତା ଆଧାରରେ ସଫୁରା ଜରଗରଙ୍କ ଜାମିନ ଆବେଦନକୁ କେନ୍ଦ୍ର ସରକାର ବିରୋଧ କରିନାହାଁନ୍ତି। ସଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି ଯେ ସଫୁରାଙ୍କୁ ଜାମିନରେ ମୁକ୍ତ କରିବାରେ କୌଣସି ଅସୁବିଧା ନାହିଁ। କେନ୍ଦ୍ରର ଆବେଦନ ଶୁଣିବା ପରେ ଦିଲ୍ଲୀ ହାଇକୋର୍ଟ ସଫୁରାଙ୍କୁ 10,000 ଟଙ୍କା ବ୍ୟକ୍ତିଗତ ବଣ୍ଡ ଓ ଅନ୍ୟାନ୍ୟ ସର୍ତ୍ତରେ ଜାମିନ ପ୍ରଦାନ କରିଛନ୍ତି। ଏହାପୂର୍ବରୁ ଦିଲ୍ଲୀ ପୋଲିସ ସଫୁରାର ଜାମିନ ଆବେଦନକୁ ବିରୋଧ କରିଥିଲା । ସୋମବାର ଅତିରିକ୍ତ ସଲିସିଟର ଜେନେରାଲ ଅମନ ଲେଖୀ ପୋଲିସ ପକ୍ଷରୁ ହାଇକୋର୍ଟରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲେ।

ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଜବାବରେ ଦିଲ୍ଲୀ ପୋଲିସ କହିଛି ଯେ ସଫୁରା କେବଳ ଗର୍ଭବତୀ ଥିବାରୁ ଜାମିନ ପାଇ ପାରିବେ ନାହିଁ । ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି । ତେବେ ଆଜି(ମଙ୍ଗଳବାର) କେନ୍ଦ୍ର ସରକାରଙ୍କ ନିକଟରେ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି ଯେ ମାନବିକତା ଆଧାରରେ ଜାମିନ ଦେବାକୁ ଆମେ ଆପତ୍ତି କରୁନାହୁଁ ।

ପ୍ରକାଶଥାଉକି, ଦିଲ୍ଲୀ ହିଂସା ଘଟଣାରେ ଦିଲ୍ଲୀ ପୋଲିସ ସଫୁରାଙ୍କୁ ଗିରଫ କରିଥିଲା ଓ ତାଙ୍କୁ 25 ଜୁନ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। କୋର୍ଟରେ ଦାଖଲ ହୋଇଥିବା ଷ୍ଟାଟସ୍ ରିପୋର୍ଟରେ ଦିଲ୍ଲୀ ପୋଲିସ କହିଛି ଯେ ସଫୁରା ବିରୋଧରେ ତଦନ୍ତ ଜାରି ରହିଛି ଯେଉଁଥିରେ ଦିଲ୍ଲୀ ଦଙ୍ଗା ଘଟଣାରେ 53 ଜଣ ପ୍ରାଣ ହରାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.