ETV Bharat / bharat

ଗୟାରୁ ଜଣେ ଆତଙ୍କୀକୁ ଗିରଫ କଲା ଏସଟିଏଫ

ବିଶ୍ବସ୍ତ ସୂତ୍ରରୁ ଖବର ପାଇ କୋଲକାତା ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ଟିମ ଗୟା ଅଞ୍ଚଳରେ ଚଢାଉ କରିଛି । ଚଢାଉ କରି ଜଣେ ଆତଙ୍କବାଦୀକୁ ଗିରଫ କରିଛି ଏସଟିଏଫ । ଗିରଫ ପରେ କୋର୍ଟ ଚାଲାଣ କରିବା ସହିତ କୋଲକାତା ଫେରିଛି ଏସଟିଏଫ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 26, 2019, 8:50 PM IST

ପାଟନା: କୋଲକାତା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ଆଜି ଗୟାରୁ ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଛି । ଗିରଫ ଆତଙ୍କବାଦୀ ଇଜାଜ ଅହମ୍ମଦ ଓ ସେ ଆତଙ୍କୀ ସଂଗଠନ ଜମାତ-ଉଲ-ମୁଜାହିଦ୍ଦିନ(ଜେଏମବି)ର ସଦସ୍ୟ ଥିବା ଜଣାପଡ଼ିଛି ।

ଗୟାରୁ ଆତଙ୍କୀ ଗିରଫ

ପରିଚୟ ବଦଳାଇ ରହୁଥିଲା
ଗିରଫ ଇଜାଜ ଅହମ୍ମଦ ଉକ୍ତ ଆତଙ୍କୀ ସଂଗଠନ ପାଇଁ 2007 ମସିହାରୁ କାର୍ଯ୍ୟ କରିଆସୁଛି । ତେବେ ସେ ବିଗତ 6 ମାସ ହେବ ଗୟା ଅନ୍ତର୍ଗତ ପଠାନଟୋଲି ଅଞ୍ଚଳରେ ପରିଚୟ ବଦଳାଇ ରହିଆସୁଥିଲା । ସେଠାରେ ଏକ ଘର ଭଡ଼ା ନେଇ ନିଜ ସ୍ତ୍ରୀ ଓ 3 ପିଲାଙ୍କ ସହିତ ରହୁଥିଲା । ତେବେ ବିଭିନ୍ନ କପଡା ବିକ୍ରି କରି ପରିବାର ପୋଷଣ କରୁଥିଲା ।

ଗୁରୁତ୍ତ୍ବପୂର୍ଣ୍ଣ କାଗଜପତ୍ର ଜବତ
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଏସଟିଏଫ ଉକ୍ତ ସ୍ଥାନରେ ଚଢାଉ କରିଥିଲା । ଘରେ ଥିବା ଅବସ୍ଥାରେ ଏସଟିଏଫ ଇଜାଜକୁ ଗିରଫ କରିଥିଲା । ତେବେ ତା ନିକଟରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଏସଟିଏଫ ଜବତ କରିଥିଲା । ତା ନିକଟରୁ ଲାପଟପ, କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପ୍ରମୁଖ ଏସଟିଏଫ ଜବତ କରିଥିବା ଜଣାପଡ଼ିଛି । ଗିରଫ ପରେ ଏସଟିଏଫ ଉକ୍ତ ଆତଙ୍କବାଦୀକୁ କୋର୍ଟଚାଲାଣ କରିଛି ।

ଏସଡ଼ିଜେମ କୋର୍ଟରେ ହାଜର କରାଇବା ପରେ ଉକ୍ତ ଆତଙ୍କବାଦୀଙ୍କୁ ରିମାଣ୍ଡରେ ନେଇଛି ଏସଟିଏଫ । ତେବେ ଉକ୍ତ ଆତଙ୍କବାଦୀକୁ ନେଇ ଏସଟିଏଫ ପଶ୍ଚିମବଙ୍ଗ ଫେରିଥିବା ଜଣାପଡ଼ିଛି ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.