ETV Bharat / bharat

କୋରୋନା କହର: ଜୁନ 30 ଯାଏଁ ବନ୍ଦ ହେଲା ଦିଲ୍ଲୀର ଜାମା ମସଜିଦ

ସାମୂହିକ ନମାଜ ପାଠ ପାଇଁ 30 ଜୁନ ପର୍ଯ୍ୟନ୍ତ ଖୋଲିବନି ଦିଲ୍ଲୀର ଐତିହାସିକ ଜାମା ମସଜିଦ । ସାଧାରଣ ଜନତା ଏବଂ ଇସଲାମୀ ବିଦ୍ବାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ...

author img

By

Published : Jun 11, 2020, 11:31 PM IST

jama masjid will be closed till 30 june
କୋରୋନା କହର: ଜୁନ 30 ଯାଏଁ ବନ୍ଦ ହେଲା ଦିଲ୍ଲୀର ଜାମା ମସଜିଦ

ନୂଆଦିଲ୍ଲୀ: ସାମୂହିକ ନମାଜ ପାଠ ପାଇଁ 30 ଜୁନ ପର୍ଯ୍ୟନ୍ତ ଖୋଲିବନି ଦିଲ୍ଲୀର ଐତିହାସିକ ଜାମା ମସଜିଦ । ଗୁରୁବାର ମସଜିଦର ଶାହି ଇମାମ ସୈୟଦ ଅହମଦ ବୁଖାରୀ ଏହି ସୂଚନା ଦେଇଛନ୍ତି । ସାଧାରଣ ଜନତା ଏବଂ ଇସଲାମୀ ବିଦ୍ବାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି ।

ମଙ୍ଗଳବାର ରାତିରେ କୋରୋନାରେ ଶାହି ଇମାମର ସଚିବ ଅମାନୁଲ୍ଲା ଖାନଙ୍କ ସଫଦରଗଞ୍ଜ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଯାହା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଶାହି ଇମାମ କହିଛନ୍ତି ଯେ, ମଣିଷଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବା ପରି ଯଦି ପରିସ୍ଥିତି ଉପୁଜେ ତାହାଲେ ସେମାନଙ୍କ ଜୀବନ ରକ୍ଷା କରିବା ଜରୁରୀ ହୋଇପଡେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନେକଙ୍କ ମତରେ ମଣିଷର ଜୀବନ ବଞ୍ଚାଇବା ସବୁଠାରୁ ବଡ ଦାୟିତ୍ବ । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ରାୟ ନେବା ପରେ ନିଷ୍ପତ୍ତି ହୋଇଛି କି ଗୁରୁବାର ସୂର୍ଯ୍ୟାସ୍ତ ପରଠୁ 30 ଜୁନ ପର୍ଯ୍ୟନ୍ତ ଜାମା ମସଜିଦରେ ସାମୂହିକ ନମାଜ ପାଠ ବନ୍ଦ ରହିବ ।

ସେହିପରି କିଛି ଲୋକ ଏଠାରେ ନିୟମିତ ନମାଜ ପଢିବେ ଏବଂ ଅନ୍ୟମାନେ ନିଜ ଘରେ ହିଁ ନମାଜ ପାଠ କରିବେ ବୋଲି ବୁଥାରୀ କହିଛନ୍ତି । ପ୍ରକାଶ ଥାଉ କି, ଅନଲକ-1ରେ ମିଳିଥିବା କୋହଳ ଅନୁସାରେ 8 ଜୁନରୁ ଜାମା ମସଜିଦ ଖୋଲିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.