ETV Bharat / bharat

ସିଏବି ବିଲ ପ୍ରସଙ୍ଗ: ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ସମର୍ଥନ କରିବାକୁ ବିଜେଡି ସାଂସଦଙ୍କ ଆହ୍ବନ

ଲୋକସଭାରେ ଆଗତ ହୋଇଛି ନାଗରିକ ସଂଶୋଧନ ବିଲ। ଏନେଇ ଗୃହରେ ଜାରି ରହିଛି ବିତର୍କ। ଏଥିରେ ଭାଗନେଇ ଯାଜପୁର ବିଜେଡି ସାଂସଦ କଣ କହିଲେ ପଢନ୍ତୁ...

PHOTO
ସାଂସଦ ଶର୍ମିଷ୍ଠାଙ୍କ ଆହ୍ବନ
author img

By

Published : Dec 9, 2019, 9:13 PM IST

ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇଛି ନାଗରିକ ସଂଶୋଧନ ବିଲ । ବିଲକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଗତ କରିଥିବା ବେଳେ ବିରୋଧି ଜୋରଦାର ବିଲକୁ ବିରୋଧ କରୁଛନ୍ତି। କଂଗ୍ରେସ ନେତୃତ୍ବରେ ସମସ୍ତ ବିରୋଧୀ ଏକ ହୋଇ ବିଲକୁ ତୀବ୍ର ବିରୋଧ କରିବା ସହ ସରକାରଙ୍କୁ ଘେରିଛନ୍ତି। ବିଲକୁ ନେଇ ଲୋକସଭାରେ ଜାରି ରହିଛି ସରଗରମ ବିତର୍କ।

ଅନ୍ୟପଟେ ବିଜେଡି ବିଲରେ 3ଟି ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲା । ସେଥିରୁ ଦୁଇଟି ଗୃହୀତ ହେବାପରେ ବିଜେଡି ବିଲକୁ ସମର୍ଥନ କରିଛି। ବିତର୍କରେ ଭାଗ ନେଇ ବିଜେଡି ସାଂସଦ ଶର୍ମିଷ୍ଠା ସେଠୀ କହିଛନ୍ତି ସରକାର ଏହା ଗୃହକୁ ବିଶ୍ବାସ ଦିଅନ୍ତୁ ଯେ ବିଲଟି କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ନୁହେଁ। ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ବିଲକୁ ସମସ୍ତେ ସମର୍ଥନ କରିବାକୁ ସେ ଆହ୍ବନ ଦେଇଛନ୍ତି।

ଲୋକସଭାରେ ଆଗତ ହୋଇଛି ନାଗରିକ ସଂଶୋଧନ ବିଲ

ଏହାସହିତ ସେ କହିଛନ୍ତି ସରକାରଙ୍କୁ ଏହା ସ୍ପଷ୍ଟ କରିବାକୁ ହେବ ଯେ, ବିଲରେ ମୁସଲମାନଙ୍କ ପ୍ରତି କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ। ଆମର ପଡୋଶୀ ରାଷ୍ଟ୍ରରେ ସଂଖ୍ୟାଲଘୁଙ୍କ ପ୍ରତି ଯେଉଁ ବିପଦ ଦେଖାଦେଇଛି ସେମାନଙ୍କର ସୁରକ୍ଷା ପାଇଁ ଉଦ୍ଦିଷ୍ଟ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:ସରକାର ସବସିଡ୍ ରେ ପିଆଜ ଦିଅନ୍ତୁBody:ସରକାର ସବସିଡ୍ ରେ ପିଆଜ ଦିଅନ୍ତୁConclusion:ସରକାର ସବସିଡ୍ ରେ ପିଆଜ ଦିଅନ୍ତୁ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.