ETV Bharat / bharat

ଜୟପୁର ଜେଲରେ ଜଣେ କଏଦୀଙ୍କ ଠାରୁ ଜେଲ ଅଧୀକ୍ଷକଙ୍କ ସମେତ 9 କର୍ମଚାରୀ ସଂକ୍ରମିତ - aipur district jail one prisoner infected

ରାଜସ୍ଥାନ ଜୟପୁର ଜିଲ୍ଲା ଜେଲର ପ୍ରଥମ ଅନ୍ତେବାସୀମାନେ କୋରୋନା ପଜିଟିଭ୍ ଥିବା ଜଣାପଡିଛି । ଏହାସହ ବର୍ତ୍ତମାନ ଜୟପୁର ଜିଲ୍ଲା ଜେଲର ଅଧୀକ୍ଷକ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ଜୟପୁର ଜିଲ୍ଲା ଜେଲ ଅଧୀକ୍ଷକଙ୍କ କୋରୋନା ରିପୋର୍ଟ ପଜିଟିଭ ହେବା ପରେ ଏସଏମଏସ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଛି । ଜୟପୁର ଜିଲ୍ଲା ଜେଲରେ ଏପର୍ଯ୍ୟନ୍ତ ପ୍ରାୟ 9 ଜଣଙ୍କୁ କୋରୋନା ପଜିଟିଭ୍ ମିଳିଛି । ସେଥିମଧ୍ୟରୁ 8 ଜଣ କଏଦୀ ବୋଲି ଜଣାଯାଇଛି । ଅଧିକ ପଢନ୍ତୁ...

ଜୟପୁର ଜେଲ
ଜୟପୁର ଜେଲ
author img

By

Published : May 14, 2020, 11:00 PM IST

ଜୟପୁର: ଦେଶରେ କୋରୋନା ସଂକ୍ରମଣ ରିପୋର୍ଟ ବୃଦ୍ଧି ପାଇବାରେ ଲାଗିଛି । ଏପରିସ୍ଥଳେ ଦେଶରେ ଏବେ ଜେଲ ମାନଙ୍କୁ କୋରୋନା ବ୍ୟାପିବାର ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଏପରିସ୍ଥଳେ ରାଜସ୍ଥାନ ଜୟପୁର ଜିଲ୍ଲା ଜେଲର ପ୍ରଥମ ଅନ୍ତେବାସୀମାନେ କୋରୋନା ପଜିଟିଭ୍ ଥିବା ଜଣାପଡିଛି । ଏହାସହ ବର୍ତ୍ତମାନ ଜୟପୁର ଜିଲ୍ଲା ଜେଲର ଅଧୀକ୍ଷକ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି ।

ଜୟପୁର ଜିଲ୍ଲା ଜେଲ ଅଧୀକ୍ଷକଙ୍କ କୋରୋନା ରିପୋର୍ଟ ପଜିଟିଭ ମିଳିବା ପରେ ଏସଏମଏସ ହସ୍ପିଟାଲର ଆଇସୋଲେସ ୱାର୍ଡରେ ଭର୍ତ୍ତି କରାଯାଇଛି । ଜୟପୁର ଜିଲ୍ଲା ଜେଲରେ ଏପର୍ଯ୍ୟନ୍ତ ପ୍ରାୟ 9 ଜଣ କୋରୋନା ପଜିଟିଭ୍ ହୋଇଛନ୍ତି । ସେଥିମଧ୍ୟରୁ 8 ଜଣ କଏଦୀ ବୋଲି ଜଣାଯାଇଛି ।

ଜେଲ ଅଧୀକ୍ଷକଙ୍କ ରିପୋର୍ଟ କୋରୋନା ପଜିଟିଭ୍ ଆସିବା ପରେ ଜେଲ୍ ପ୍ରଶାସନରେ ଭୟର ମାହୋଲ ଦେଖାଦେଇଛି । ଏହା ପରେ ସମଗ୍ର ଜେଲକୁ ସାନିଟାଇଜ କରାଯାଉଛି ।

ଉକ୍ତ ଜେଲ ଅଧୀକ୍ଷକଙ୍କ ସହ ଯୋଗାଯୋଗରେ ଥିବା ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଚିହ୍ନଟ କରାଯାଉଛି । ଯୋଗାଯୋଗରେ ଥିବା ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନର ବ୍ୟବସ୍ଥା କରାଯାଇଛି । ଅଧୀକ୍ଷକଙ୍କ ସହ ଯୋଗାଯୋଗରେ ଥିବା ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ କ୍ବାରେଣ୍ଟାଇନ କରାଯାଇଛି । ସମସ୍ତଙ୍କ କୋରୋନା ପରୀକ୍ଷା କରାଯିବ ।

ସୂଚନା ଅନୁସାରେ ପ୍ରଥମେ ଜୟପୁର ଜିଲ୍ଲା ଜେଲରେ ଥିବା ଜଣେ କଏଦୀ କୋରୋନା ପଜିଟିଭ୍ ବୋଲି ଜଣାପଡିଥିଲା । କଏଦୀ ମଦ ଚୋରାକାରବାର ଅଭିଯୋଗରେ ଜେଲରେ ରହିଥିଲା । ଏହି କଏଦୀ ଜାମରାମଗଡ ଅଞ୍ଚଳର ବାସିନ୍ଦା । ଏହି କଏଦୀଙ୍କୁ ଏସଏମଏସ ହସ୍ପିଟାଲର ସେଲଫଆଇସେଲେନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କ ସହ ଯୋଗାଯୋଗ କରିଥିବା ଅନ୍ୟମାନଙ୍କୁ ଚିହ୍ନଟ କରାଯାଇ କ୍ବାରେଣ୍ଟାଇନ କରାଯାଇଥିଲା । ଏଥି ସହିତ କଏଦୀଙ୍କ ସମ୍ପର୍କୀୟଙ୍କୁ ମଧ୍ୟ କ୍ବାରେଣ୍ଟାଇନ କରାଯାଇଥିଲା । ଏହାପରେ କଏଦୀଙ୍କ ସଂସ୍ପର୍ଶରେ ଆସୁଥିବା ଅନ୍ୟ କଏଦୀମାନଙ୍କୁ କୋରୋନା ଯାଞ୍ଚ କରାଯାଇଥିଲା ଏବଂ ଏଥିରେ ପ୍ରାୟ 8 ଜଣ କଏଦୀଙ୍କ ରିପୋର୍ଟ ପଜେଟିଭ ରହିଥିଲା । ଯେଉଁମାନେ ବର୍ତ୍ତମାନ ଏସଏମଏସ ହସ୍ପିଟାଲର ସେଲ୍ଫ ଆଇସୋଲେସନ ୱାର୍ଡରେ ରଖାଯାଇଛି । ଏହା ପରେ ଜୟପୁର ଜିଲ୍ଲା ଜେଲ ଅଧୀକ୍ଷକ ମଧ୍ୟ କୋରୋନା ପଜିଟିଭ୍ ଥିବା ଜଣାପଡିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.