ETV Bharat / bharat

ମୋଦିଙ୍କୁ RSS ସଂଗଠନର ଅପିଲ, MSP ନିର୍ଦ୍ଧାରଣ କର

କୃଷକ ବିଲକୁ ନେଇ ସଂସଦରେ ବିବାଦ ଲାଗି ରହିଛି । ରବିବାର ରାଜ୍ୟସଭାରେ କୃଷକ ଓ ଚାଷ ସମ୍ବନ୍ଧୀୟ ତିନୋଟି ବିଲ୍ ଆଗତ ହେବ । ଏସବୁ ମଧ୍ୟରେ କେନ୍ଦ୍ର ସରକାର ସୂଚାଇ ଦେଇଛନ୍ତି ଯେ ସେ କୌଣସି ଚାପରେ ଆସି ମୁଣ୍ଡ ତଳକୁ ନୁଆଁଇବେ ନାହିଁ ।

author img

By

Published : Sep 19, 2020, 9:25 PM IST

ମୋଦିଙ୍କୁ RSS ସଂଗଠନର ଅପିଲ
ମୋଦିଙ୍କୁ RSS ସଂଗଠନର ଅପିଲ

ନୂଆଦିଲ୍ଲୀ: କୃଷକ ବିଲକୁ ନେଇ ସଂସଦରେ ବିବାଦ ଲାଗି ରହିଛି । ରବିବାର ରାଜ୍ୟସଭାରେ କୃଷକ ଓ ଚାଷ ସମ୍ବନ୍ଧୀୟ ତିନୋଟି ବିଲ୍ ଆଗତ ହେବ । ଏସବୁ ମଧ୍ୟରେ କେନ୍ଦ୍ର ସରକାର ସୂଚାଇ ଦେଇଛନ୍ତି ଯେ ସେ କୌଣସି ଚାପରେ ଆସି ମୁଣ୍ଡ ତଳକୁ ନୁଆଁଇବେ ନାହିଁ। ବର୍ତ୍ତମାନ ରାଷ୍ଟ୍ରିୟ ସ୍ବୟଂସେବକ ସଂଘ (ଆରଏସଏସ) ସହ ଜଡିତ ସ୍ବଦେଶୀ ଜାଗରନ୍ ମଞ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଯଦି କୃଷକମାନେ ସେମାନଙ୍କ ଉତ୍ପାଦକୁ ମଣ୍ଡି ବାହାରେ ବିକ୍ରି କରୁଛନ୍ତି ତେବେ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ମିଳିବ ବୋଲି ସୁନିଶ୍ଚିତ କରନ୍ତୁ ।

ଏମଏସପି ଠାରୁ କମ୍ କ୍ରୟକୁ ବେଆଇନ ଘୋଷଣା କରାଯିବା ଉଚିତ ବୋଲି ସ୍ବଦେଶୀ ଜାଗରନ୍ ମଞ୍ଚ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଛନ୍ତି। କାହାକୁ ଏମଏସପି ତଳେ କୃଷକଙ୍କ ଉତ୍ପାଦ କିଣିବା ଦିଆଯିବା ଉଚିତ୍ ନୁହେଁ । ଭାରତୀୟ କିସାନ ସଂଘର ସାଧାରଣ ସମ୍ପାଦକ ଦୀନେଶ କୁଲକର୍ଣ୍ଣି ଏନେଇ କିଛି ବ୍ୟବସ୍ଥା ରହିବା ଉଚିତ ବୋଲି କହିଛନ୍ତି ।

ଯାହା ଦ୍ବାରା କୃଷକଙ୍କ ଉତ୍ପାଦ ସର୍ବନିମ୍ନ ସହାୟତା ମୂଲ୍ୟଠାରୁ କମ୍ ହୋଇପାରିବ ନାହିଁ। ପ୍ରକାଶଥାଉକି, କଂଗ୍ରେସ ସମେତ ବିରୋଧୀ ଦଳ କୃଷି ସମ୍ପର୍କିତ ତିନୋଟି ବିଲକୁ ବିରୋଧ କରୁଛନ୍ତି । ବିରୋଧୀ ଦଳ ଏହି ବିଲ୍ ଚୟନ କମିଟିକୁ ପଠାଇବାକୁ ଚାପ ପକାଇବାକୁ ଯୋଜନା କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.