ETV Bharat / bharat

ଆଜି ଜଗନ ସରକାରଙ୍କ କ୍ୟାବିନେଟ, 3 ରାଜଧାନୀ ଫର୍ମୁଲାକୁ ମିଳିପାରେ ମୋହର - jagan mohan reddy cabinet

ଆନ୍ଧ୍ର ପ୍ରଦେଶ ସରକାରର କ୍ୟାବିନେଟ ବୈଠକରେ ଶୁକ୍ରବାର 3 ରାଜଧାନୀ ଫର୍ମୁଲା ଉପରେ ଲାଗିପାରେ ମୋହର । ଅମରାବତୀରେ ପ୍ରବଳ ବିରୋଧ ପ୍ରଦର୍ଶନ ଜାରି । ଧାରା 144 ଲାଗୁ ।

jagan-mohan-reddy
ଫାଇଲ ଫଟୋ
author img

By

Published : Dec 27, 2019, 10:02 AM IST

ଅମରାବତୀ: ଆଉ କିଛି ସମୟ ପରେ ଆନ୍ଧ୍ର ପ୍ରଦେଶ ସରକାରର କ୍ୟାବିନେଟ ବୈଠକ ବସିବାକୁ ଯାଉଛି । ଏହି କ୍ୟାବିନେଟ ବୈଠକରେ 3ଟି ରାଜଧାନୀ ଫର୍ମୁଲା ଉପରେ ମୋହର ଲାଗିବା ନେଇ ସମ୍ଭାବନା ରହିଛି । ଜଗନ ରେଡ୍ଡୀ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଅମରାବତୀରେ ପ୍ରବଳ ବିରୋଧ ପ୍ରଦର୍ଶନ ଜାରି ରହିଛି ।

3 ରାଜଧାନୀ ଫର୍ମୁଲାକୁ ନେଇ ବିପକ୍ଷ ମଧ୍ୟ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି । ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଅମରବତୀରେ ଧାରା 144 ଲାଗୁ କରିଦିଆଯାଇଛି । ଏହାସହ ରାଜଧାନୀରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ଆନ୍ଧ୍ର ପ୍ରଦେଶ ସରକାରଙ୍କ କ୍ୟାବିନେଟ ବୈଠକ ବିଶାଖାପଟନମରେ ହେବ ।

ଆନ୍ଧ୍ର ପ୍ରଦେଶ ସରକାରଙ୍କ କ୍ୟାବିନେଟ ବୈଠକ ପୂର୍ବରୁ ବହୁ ଟିଡିପି ନେତାଙ୍କୁ ପୋଲିସ ଉଠାଇ ନେଇଛି । ସେହିପରି କିଛି ନେତାଙ୍କୁ ନଜରବନ୍ଦୀ କରି ରଖାଯାଇଛି । ଏହାକୁ ନେଇ ବିରୋଧୀ ହୋହାଲ୍ଲା କରିବାରେ ଲାଗିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.