ETV Bharat / bharat

ଘାଟିରେ ଜାରି ହେଲା 7 ହିଜବୁଲ ଆତଙ୍କୀଙ୍କ ପୋଷ୍ଟର

ଘାଟିରେ ଜାରି ହେଲା ୱାଣ୍ଟେଡ ଆତଙ୍କବାଦୀଙ୍କ ପୋଷ୍ଟର। ଜାରି ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ 6 ଜଣ ହିଜବିଲ ମୁଜାହିଦିନ ଓ ଜଣେ ଲସ୍କର-ଇ-ତାଇବା ସଙ୍ଗଠନ ସହ ସମ୍ପୃକ୍ତି ରହିଛି।

author img

By

Published : Mar 27, 2019, 11:22 AM IST

ଫାଇଲ ଫଟୋ

ଶ୍ରୀନଗର: ଘାଟିରେ ଜାରି ହେଲା 7 ହିଜ୍ଜୁବୁଲ ସକ୍ରିୟ ଆତଙ୍କବାଦୀଙ୍କ ପୋଷ୍ଟର। ଜମ୍ମୁ-କାଶ୍ମୀର ପୋଲିସ ଏହି ପୋଷ୍ଟରକୁ ଜାରି କରିଛି। ଏହାସହ ଫଟୋରେ ସ୍ଥାନିତ ଉକ୍ତ ଆତଙ୍କୀମାନଙ୍କ ପତ୍ତା ଲଗାଇବା ସେମାନଙ୍କ ବିଷୟରେ ସବିଶେଷ ସୂଚନା ଦେବାକୁ ପୋଲିସ ଘୋଷଣା କରିଛି ।

ଯେଉଁ ବ୍ୟକ୍ତି ଆତଙ୍କୀମାନଙ୍କ ବିଷୟରେ ପୋଲିସକୁ ସୂଚନା ଦେବ ତାକୁ ଅର୍ଥରାଶି ସହ ଚାକିରୀ ପ୍ରଦାନ କରାଯିବ। ଏହିସହ ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୁପ୍ତ ରଖାଯିବ ବୋଲି ଏସଏସପି କିସତ୍ବାର,ଶକ୍ତି ପାଠକ କହିଛନ୍ତି।

ସୂଚନା ଅନୁସାରେ, ଫଟୋ ଜାରି ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ 6 ଜଣ ହିଜବିଲ ମୁଜାହିଦିନ ଓ ଜଣେ ଲସ୍କର-ଇ-ତାଇବା ସଙ୍ଗଠନ ସହ ସମ୍ପୃକ୍ତି ରହିଛି।

ଏହାସହ ଲୋକମାନଙ୍କୁ ଏହି ୱାଣ୍ଟେଡ ଆତଙ୍କବାଦୀଙ୍କ ବିଷୟରେ ସଚେତନ ରହିବାକୁ କୁହାଯାଇଛି । ଇଚ୍ଛୁକ ବ୍ୟକ୍ତିମାନେ କୌଣସି ସୂଚନା ଦେବାକୁ ଚାହୁଁଥିଲେ ପୋଲିସକୁ ଯୋଗାଯୋଗ କରିପାରିବେ ବୋଲି ପାଠକ କହିଛନ୍ତି।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.