ଶ୍ରୀନଗର: ସୋପିଆନରେ ନିହତ ହୋଇଥିବା 3 ଆତଙ୍କୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଶନିବାର ସୋପିଆନର ଆମସିପୋରାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଥିଲେ 3 ଆତଙ୍କବାଦୀ । ସେମାନେ କେଉଁ ସଙ୍ଗଠନର ଓ କିଏ ସେନେଇ ଜଣାପଡିନଥିବାରୁ କାଶ୍ମୀର ପୋଲିସ ସେମାନଙ୍କ ଠିକଣା ଖୋଜିବାରେ ଲାଗିଛି ।
ଆତଙ୍କବାଦୀ ନିହତ ହୋଇଥିବା ଘଟଣାସ୍ଥଳରୁ ପୋଲିସ ଅପରାଧିକ ସାମଗ୍ରୀ ଓ ବହୁ ଅସ୍ତ୍ରଶସ୍ତ୍ର ଜବତ କରିଛି । ମୃତ ଆତଙ୍କୀଙ୍କ ଶରୀରର ମେଡିକାଲ ପରୀକ୍ଷଣ ପରେ ବାରମୁଲ୍ଲାକୁ ପଠେଇ ଦିଆଯାଇଛି ବୋଲି କାଶ୍ମୀର ପୋଲିସ କହିଛି । ଏହି ଘଟଣାରେ ଆଇନର ସମ୍ପୃକ୍ତ ବିଭାଗ ଅଧୀନରେ ଏକ ମାମଲା ରୁଜୁ ହୋଇଛି। ଅଧିକ ତଦନ୍ତ ମଧ୍ୟ ଜାରି ରହିଛି ।
ରବିବାର ଭୋରରୁ ପୁଣି ଥରେ ଆମସିପୋରାରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଯାଇଛି ।