ETV Bharat / bharat

ଜମ୍ମୁରେ ପାକ୍ ର ଅସ୍ତ୍ରବିରତୀ ଉଲ୍ଲଙ୍ଘନ, ନାବାଳିକା ଗୁରୁତର

author img

By

Published : Jun 27, 2020, 8:09 AM IST

ପୁଞ୍ଚ ଜିଲ୍ଲାର କେରାନୀ ସେକ୍ଟରରେ ପାକ୍ ଦ୍ୱାରା ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ 18 ବର୍ଷୀୟ ନାବାଳିକା ଦେହରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଛି।

ଜମ୍ମୁରେ ପାକର ଅସ୍ତ୍ରବିରତୀ ଉଲ୍ଲଙ୍ଘନ, 18 ବର୍ଷୀୟ ନାବାଳିକା ଗୁରୁତର

ଶ୍ରୀନଗର: ସୁଧୁରୁନି ପାକିସ୍ତାନ। ବାରମ୍ବାର ଘାଟିରେ କରୁଛି ଅସ୍ତ୍ରବିରତୀ ଉଲ୍ଲଙ୍ଘନ। ମହାମାରୀ ଓ ତାଗିଦକୁ ଭ୍ରୁକ୍ଷେପ ନକରି ଚଳାଉଛି ଗୁଳି। ତେବେ ଶୁକ୍ରବାର ପୁଞ୍ଚ ଜିଲ୍ଲାର କେରାନୀ ସେକ୍ଟରରେ ପାକ୍ ଦ୍ୱାରା ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ 18 ବର୍ଷୀୟ ନାବାଳିକା ଦେହରେ ଗୁଳି ବାଜିଛି।

ରାହୁଲ ଯାଦବ କହିଛନ୍ତି, "ପାକିସ୍ତାନ ଦ୍ୱାରା ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ 18 ବର୍ଷୀୟ ନାବାଳିକା ଛାତିରେ ଗୁଳି ବାଜିଛି। ବର୍ତ୍ତମାନ ସମୟରେ ସେ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ତାଙ୍କୁ ଜମ୍ମୁ ମେଡିକାଲ କଲେଜକୁ ପଠାଯିବ ବୋଲି ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ।''

ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂଚନା ଅନୁସାରେ, ଝିଅଟିର ଅବସ୍ଥା ସ୍ଥିର ଅଛି ଏବଂ ଗୁଳି ବାଜିଥିବା ସ୍ଥାନକୁ ଡ୍ରେସିଂ କରାଯାଇଛି। ଏହାସହ "ଏକ୍ସ-ରେ ଦେଖାଗଲା ଯେ ବୁଲେଟ୍ ତାଙ୍କ ଛାତି ଭିତରେ ଅଛି। ସର୍ଜନ ମଧ୍ୟ ଝିଅକୁ ଦେଖିଛନ୍ତି ଏବଂ ଅସ୍ତ୍ରୋପଚାର ପାଇଁ ରକ୍ତ ବ୍ୟବସ୍ଥା କରାଯିବା ଆବଶ୍ୟକ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.