ETV Bharat / bharat

5 ମାସ ପରେ ଏପରି ନଜର ଆସିଲେ ଓମାର ଅବ୍‌ଦୁଲ୍ଲା

ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି, ଯେଉଁଠି ସେ ଜଣେ ବୃଦ୍ଧଙ୍କ ଭଳି ନଜର ଆସିଛନ୍ତି। ଅଧିକ ପଢନ୍ତୁ...

omar-abdullah
ଓମାର ଅବ୍ଦୁଲା
author img

By

Published : Jan 25, 2020, 7:35 PM IST

ଶ୍ରୀନଗର: ଧଳା ଘନ ଦାଢି, ଲୋଚାକୋଚା ଚର୍ମ ଏବଂ ବୃଦ୍ଧ ଚେହେରା । ହଠାତ ଦେଖିଲେ ଚିହ୍ନିହେବ ନାହିଁ । ପ୍ରଥମ ଦୃଶ୍ୟରେ କେହି କହିପାରିବେ ନାହିଁ ଇଏ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ। ଏଠାରେ ଆମେ କହୁଛୁ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲାଙ୍କ କଥା। ତାଙ୍କର ବର୍ତ୍ତମାନର ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି, ଯେଉଁଠି ସେ ଜଣେ ବୃଦ୍ଧଙ୍କ ଭଳି ନଜର ଆସିଛନ୍ତି।

ବରଫ ପାହାଡ ଆଗରେ ଠିଆ ହୋଇ ନେଇଥିବା ଏହି ଫଟୋରେ ସେ ଏକ ନୀଳ ରଙ୍ଗର ଡ୍ରେସ ପିନ୍ଧିବା ସହ ଏକ ଟୋପି ପିନ୍ଧିଛନ୍ତି। ଫଟୋରେ ଅବ୍‌ଦୁଲ୍ଲା ସ୍ମିତ ହାସ୍ୟ ଦେଇଛନ୍ତି। ଜମ୍ମୁ କଶ୍ମୀରରେ ଗୃହବନ୍ଦୀ ଥିବା ଏହି ନେତାଙ୍କ ଫଟୋଟି କେଉଁ ସମୟର ଏବଂ କେଉଁ ସ୍ଥାନର ସେ ସମ୍ବନ୍ଧରେ କିଛି ଜଣାପଡିନାହିଁ। ଅବ୍‌ଦୁଲ୍ଲାଙ୍କ ବୟସ 49 ବର୍ଷ ହୋଇଥିଲେ ମଧ୍ୟ ଏହି ଫଟୋରେ ସେ ଜଣେ 60 ବର୍ଷୀୟୟ ବୃଦ୍ଧଙ୍କ ଭଳି ଦେଖା ଯାଉଛନ୍ତି।

ଜମ୍ମୁ କଶ୍ମୀରରୁ 370 ଧାରା ଉଚ୍ଛେଦ ହେବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଓମାର ଅବ୍‌ଦୁଲ୍ଲା ଏବଂ ମେହବୁବା ମୁଫ୍‌ତିଙ୍କ ସମେତ ଅନେକ ରାଜନେତାଙ୍କୁ ଗୃହବନ୍ଦୀ ଭାବେ ରଖାଯାଇଛି। ସେମାନଙ୍କୁ କେବେ ମୁକ୍ତ କରାଯିବ ସେ ନେଇ କିଛି ଜଣା ପଡିନାହିଁ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.