ETV Bharat / bharat

କୁଲଗାମ ଶହୀଦ ହେଡ୍ କନେଷ୍ଟବଳ ମହମ୍ମଦଙ୍କୁ ଜମ୍ମୁ କାଶ୍ମୀର ପୋଲିସର ଶ୍ରଦ୍ଧାଞ୍ଜଳୀ - ସହିଦ୍ ହେଡ୍ କନେଷ୍ଟବଳଙ୍କୁ ଜମ୍ମୁ ପୋଲିସର ଶ୍ରଦ୍ଧାଞ୍ଜଳୀ

କୁଲଗାମ ଆତଙ୍କୀ ଆକ୍ରମଣରେ ଶହୀଦ ହୋଇଥିବା ହେଡ କନଷ୍ଟେବଳ ମହମ୍ମଦ ଅମିନଙ୍କୁ ଜମ୍ମୁ କାଶ୍ମୀର ପୋଲିସ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଅଧିକ ଖବର ପଢନ୍ତୁ...

Mohammad Amin martyred in Kulgam attack
କୁଲଗାମ ଆତଙ୍କୀ ହମଲାରେ ସହିଦ୍ ହେଡ୍ କନେଷ୍ଟବଳଙ୍କୁ ଜମ୍ମୁ ପୋଲିସର ଶ୍ରଦ୍ଧାଞ୍ଜଳୀ
author img

By

Published : May 17, 2020, 10:56 AM IST

ଶ୍ରୀନଗର: ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ହେଡ କନଷ୍ଟେବଳ ମହମ୍ମଦ ଅମିନଙ୍କୁ ଜାମ୍ମୁ କାଶ୍ମୀର ପୋଲିସର ଶ୍ରଦ୍ଧାଞ୍ଜଳି । ଶନିବାର ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ହୋଇଥିବା ଆତଙ୍କୀ ହମଲାରେ ମହମ୍ମଦ ଅମିନ ବାଗତ ଗୁଳି ବିନିମୟ କରି ଆହତ ହୋଇଥିଲେ।

ସୂଚନାନୁସାରେ, କୁଲଗାମର ୟାରିପୋରା ଅଞ୍ଚଳର ଫ୍ରିସାଲ ଅଞ୍ଚଳରେ ମେନ୍ ଚକ୍ ଠାରେ ନିୟୋଜିତ ମିଳିତ ନାକା ପୋଲିସ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏହା ପରେ ଜାମ୍ମୁ କାଶ୍ମୀର ପୋଲିସର ହେଡ କନଷ୍ଟେବଳଙ୍କୁ ପ୍ରାଣ ହରାଇଥିଲେ।

ଟ୍ବିଟରେ କାଶ୍ମୀର ପୋଲିସ୍ ଜୋନ୍ କହିଛି ଯେ, '' ଆଇଜିପି କାଶ୍ମୀର ପୋଲିସର ତରଫରୁ ପୋଲିସ ପରିବାର ଶହୀଦ କନେଷ୍ଟବଳ ମହମ୍ମଦଙ୍କୁ ତାଙ୍କର ଉଚ୍ଚକୋଟୀର ବଳିଦାନ ପାଇଁ ଶ୍ରଦ୍ଧାଞ୍ଜଳୀ ଦେଉଛି। ତାଙ୍କର ଏହି ଖରାପ ସମୟରେ ଆମେ ତାଙ୍କ ପରିବାର ପାଖରେ ଛିଡା ହୋଇଛୁ। ବୀର ସହିଦଙ୍କ ଆତ୍ମାର ସଦଗତି ପ୍ରାପ୍ତ ହେଉ''।

ଗୁଳିକାଣ୍ଡ ସଂପର୍କରେ ପୋଲିସ ସମ୍ପୃକ୍ତ ବିଭାଗ ଅଧୀନରେ ଏକ ମାମଲା ରୁଜୁ କରିଛି ଏବଂ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଅଞ୍ଚଳକୁ ବର୍ତ୍ତମାନ କର୍ଡନ କରାଯାଇଛି ଏବଂ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜୋରଦାର ଆରମ୍ଭ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.