ETV Bharat / bharat

IAS ଅଧିକାରୀଙ୍କ ଠାରୁ 39.69 ଲକ୍ଷ ଟଙ୍କା ଫେରସ୍ତ ନେଲେ ଜମ୍ମୁ-କାଶ୍ମୀର ସରକାର - IAS ଅଧିକାରୀଙ୍କ ଠାରୁ ଟଙ୍କା ଫେରସ୍ତ

ଜମ୍ମୁ କାଶ୍ମୀର ସରକାରଙ୍କ ସରକାରୀ ସୂତ୍ରରୁ ପ୍ରକାଶ ଯେ, ପ୍ରଶାସନିକ ଅଧିକାରୀଙ୍କୁ ଏକ ନୋଟିସ ପ୍ରଦାନ କରି ତାଙ୍କୁ ଏକ ସଂଗଠନରୁ ନେଇଥିବା ଟଙ୍କାକୁ ଫେରସ୍ତ କରିବାକୁ ଅବଗତ କରାଯାଇଥିଲା । ଅଧିକାରୀ ଜଣକ ନିକଟରେ ସଂଗଠନରୁ 39,69,359 ଟଙ୍କା ନେଇଥିଲେ ।

j-and-k-govt-
j-and-k-govt-
author img

By

Published : Jul 16, 2020, 10:56 PM IST

ଶ୍ରୀନଗର: ବରିଷ୍ଠ ଆଇଏଏସ ଅଧିକାରୀଙ୍କ ଠାରୁ 39.69 ଲକ୍ଷ ଟଙ୍କା ଫେରସ୍ତ ଆଣିଲେ ଜମ୍ମୁ କାଶ୍ମୀର ସରକାର । ସରକାରୀ ସୂତ୍ରରୁ ପ୍ରକାଶ ଯେ, ପ୍ରଶାସନିକ ଅଧିକାରୀଙ୍କୁ ଏକ ନୋଟିସ ପ୍ରଦାନ କରି ତାଙ୍କୁ ଏକ ସଂଗଠନରୁ ନେଇଥିବା ଟଙ୍କାକୁ ଫେରସ୍ତ କରିବାକୁ ଅବଗତ କରାଯାଇଥିଲା । ଅଧିକାରୀ ଜଣକ ନିକଟରେ ସଂଗଠନରୁ 39,69,359 ଟଙ୍କା ନେଇଥିଲେ ।

ସୂତ୍ରରୁ ପ୍ରକାଶ ଯେ ଜମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଦ୍ବାରା କର୍ତ୍ତବ୍ୟର ଅବହେଳା ଉପରେ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ଏବଂ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏହି

ଅପରାଧୀକ କାର୍ଯ୍ୟକଳାପରେ ଲିପ୍ତ ଏହି ଆଇଏଏସ ଅଧିକାରୀଙ୍କ ବିରୋଧରେ ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ବାରା ସୁପାରିଶ ପରେ ଏହାକୁ ଉପ ରାଜ୍ୟପାଳ ଗମ୍ଭୀରତାର ସହ ନେଇଛନ୍ତି । ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନୋଟିସ୍ ଦିଆଯିବ ଏବଂ ତାଙ୍କ ବିରୋଧରେ ଆଭ୍ୟନ୍ତରୀଣ ଯାଞ୍ଚ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.