ETV Bharat / bharat

ନିଜକୁ ଗୁଳି କଲେ ସିଆରପିଏଫ ଯବାନ

ଗତ କିଛି ଦିନ ଧରି ଯବାନ ଜଣକ ନିଜର ବ୍ୟକ୍ତିଗତ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ଥିଲେ ବୋଲି କୁହାଯାଉଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ନିଜକୁ ଗୁଳି କଲେ ସିଆରପିଏଫ ଯବାନ
ନିଜକୁ ଗୁଳି କଲେ ସିଆରପିଏଫ ଯବାନ
author img

By

Published : Aug 12, 2020, 9:53 AM IST

ଶ୍ରୀନଗର: ନିଜ ସର୍ଭିସ ରାଇଫଲରୁ ନିଜକୁ ଗୁଳି କଲେ ଯବାନ । ଜମ୍ମୁ-କାଶ୍ମୀରର ଶ୍ରୀନଗର ଜିଲ୍ଲାରେ ନିଜ ୟୁନିଟରେ ନିଜକୁ ଗୁଳି କରି ଆହତ ହୋଇଛନ୍ତି ସିଆରପିଏଫର ଜଣେ ଯବାନ । ଯବାନ ଜଣକ ହେଉଛନ୍ତି ସିଆରପିଏଫର 141 ବାଟାଲିଅନର ଇନ୍ସପେକ୍ଟର ଏମ ଦାମୋଦର।

ବୁଧବାର ସକାଳେ ଶ୍ରୀନଗରର ଶେରଗରୀ ଅଞ୍ଚଳରେ ଥିବା ତାଙ୍କ ୟୁନିଟରେ ନିଜ ସର୍ଭିସ ରାଇଫଲରୁ ଗୁଳି ଚଳାଇଥିବା ନେଇ ସିଆରପିଏଫର ମୁଖ୍ୟପାତ୍ର ସୂଚନା ଦେଇଛନ୍ତି । ହଠାତ ଗୁଳି ଫୁଟିବା କ୍ଷଣି ସାରା ୟୁନିଟ ଭୟଭୀତ ହୋଇପଡିଥିଲା । ଏହି ଶବ୍ଦ ଶୁଣି ଅନ୍ୟ ଯବାନମାନେ ସେଠାରେ ପହଞ୍ଚିଥିବା ବେଳେ ଦାମୋଦରଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲେ ।

ସିଆରପିଏଫ ମୁଖ୍ୟପାତ୍ର ଅଧିକ ବିବରଣୀ ପ୍ରକାଶ ନ କରି ଘଟଣାର ତତନ୍ତ ଆରମ୍ଭ ହୋଇଥିବା କହିଥିଲେ । ଗତ କିଛି ଦିନ ଧରି ଯବାନ ଜଣକ ନିଜର ବ୍ୟକ୍ତିଗତ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ଥିବା ନେଇ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.