ETV Bharat / bharat

କୋରୋନା: ଫେରିବେ ଚୀନରେ ଥିବା ଅବଶିଷ୍ଟ ଭାରତୀୟ, ପ୍ରସ୍ତୁତ ହେଉଛି ଚାୱଲା କ୍ୟାମ୍ପ - ଆଇଟିବିପି ଯବାନ

ଚୀନରେ କୋରୋନା ଭାଇରସର ପ୍ରକୋପ ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ଉହାନ୍‌ରେ ଥିବା ଅବଶିଷ୍ଟ ଭାରତୀୟ ନାଗରିକଙ୍କୁ ଫେରାଇ ଆଣୁଛି ଭାରତ । ଏନେଇ ଆଇଟିବିପି ଯବାନଙ୍କ ପକ୍ଷରୁ ପ୍ରସ୍ତୁତି ଚୁଡାନ୍ତ ହୋଇଛି । ଅଧିକ ପଢନ୍ତୁ...

corona virus
କୋରୋନା ଭାଇରସ
author img

By

Published : Feb 21, 2020, 1:01 PM IST

ନୂଆଦିଲ୍ଲୀ: ଚୀନରେ କୋରୋନା ଭାଇରସର ପ୍ରକୋପ ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ଉହାନ୍‌ରେ ଥିବା ଅବଶିଷ୍ଟ ଭାରତୀୟ ନାଗରିକଙ୍କୁ ଫେରାଇ ଆଣୁଛି ଭାରତ । ଚୀନରୁ ଫେରୁଥିବା ଏହି ଭାରତୀୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଭାରତୀୟ ସେନା ନୂଆଦିଲ୍ଲୀର ଚାୱଲା କ୍ୟାମ୍ପରେ ଏକ ସ୍ବତନ୍ତ୍ର ୱାର୍ଡ ପ୍ରସ୍ତୁତ କରିଛି । ଏନେଇ ଆଇଟିବିପି ଯବାନଙ୍କ ପକ୍ଷରୁ ପ୍ରସ୍ତୁତି ଚୁଡାନ୍ତ ହୋଇଛି ।

ଗୁରୁବାର ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଆଇଟିବିପିର ସୂତ୍ର କହିଛନ୍ତି, '130ରୁ ଉର୍ଦ୍ଧ୍ବ ଭାରତୀୟ ଶୁକ୍ରବାର ଦିଲ୍ଲୀ ପହଞ୍ଚିବାର ସମ୍ଭାବନା ରହିଛି । ଆଇଟିବିପିର ଡାକ୍ତର ଏବଂ ଟିମ୍‌ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପ୍ରାୟ 25 ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ଏହି ଟିମ୍‌ରେ ଆଇଟିବିପି, ବିଏସଏଫ, ଏସଏସବିର ଡାକ୍ତର ସାମିଲ ଅଛନ୍ତି । ପୂର୍ବାଭ୍ୟାସ ପାଇଁ ସେମାନଙ୍କୁ ଏମ୍ସ ଏବଂ ସଫଦରଜଙ୍ଗ ହସ୍ପିଟାଲକୁ ପଠାଯାଇଥିଲା'।

ଅନ୍ୟପକ୍ଷରେ ପୂର୍ବରୁ ଚୀନରୁ ଫେରି ସ୍ବାସ୍ଥ୍ୟପରୀକ୍ଷା ପାଇଁ ସେନା ଶିବିରରେ ରହିଥିବା ଭାରତୀୟ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ସେମାନଙ୍କ ମଧ୍ୟରୁ 406 ଜଣଙ୍କୁ ଘରକୁ ପଠାଇ ଦିଆଯାଇଛି । ସେମାନେ ସମ୍ପୁର୍ଣ୍ଣ ଭାବରେ ସୁସ୍ଥ ଥିବା ଜଣା ପଡିଛି । ସେମାନଙ୍କ ମଧ୍ୟରେ ମାଳଦ୍ବୀପର 7 ନାରଗିକ ମଧ୍ୟ ସାମିଲ ଅଛନ୍ତି ।

ସୂଚନାଯୋଗ୍ୟ ଯେ, କୋରୋନା ଭାଇରସ ସଂକ୍ରମଣରେ ଏବେ ସୁଦ୍ଧା 2233 ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 75 ହଜାରରେ ପହଞ୍ଚିଲାଣି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.