ନୂଆଦିଲ୍ଲୀ: ଭାରତ-ତିବ୍ଦତୀୟ ସୀମା ପୋଲିସ(ଆଇଟିବିପି)ର ମହାନିର୍ଦ୍ଦେଶକ ଏସ୍ସ୍ ଦେଶୱାଲଙ୍କୁ ବିଏସଏଫ ଡିଜି ଭାବରେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ବିଏସଏଫ ଡିଜି ବିବେକ ଜୋହରୀ ପ୍ୟାରେଣ୍ଟ କ୍ୟାଡର ମଧ୍ୟପ୍ରଦେଶକୁ ଫେରିଯିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି ।
ହରିୟାଣାର 1984-ବ୍ୟାଚର ଆଇପିଏସ୍ ଅଧିକାରୀ ହେଉଛନ୍ତି ଦେଶୱାଲ୍ । ଜୋହରୀଙ୍କ ଉତ୍ତରାଧିକାରୀଙ୍କ ନିଯୁକ୍ତି ଏବଂ ଯୋଗଦାନ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ବିଜ୍ଞପ୍ତି ଯାଏଁ ବିଏସ୍ଏଫ୍ ଡିଜିଙ୍କ ଅତିରିକ୍ତ ଚାର୍ଜରେ ରହିବେ ଦେଶୱାଲ ।
@ ANI