ETV Bharat / bharat

ଇସ୍ରାଏଲର ସ୍ପାଇଓୟାରର ଗୁଇନ୍ଦାଗିରି: ହ୍ବାଟ୍ସଆପକୁ ଜବାବ ମାଗିଲେ କେନ୍ଦ୍ର ସରକାର - ଇସ୍ରାଏଲର ସ୍ପାଇଓୟାରର ଗୁଇନ୍ଦାଗିରି

ଇସ୍ରାଏଲର ସ୍ପାଇଓୟାର 'ପେଗାସସ' ଜରିଆରେ ଗୁଇନ୍ଦାଗିରି ମାମଲାରେ ଆଇଟି ମନ୍ତ୍ରଣାଳୟ ନଭେମ୍ବର 4 ଭିତରେ ହ୍ବାଟ୍ସଆପ ଠାରୁ ଜବାବ ମାଗିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Oct 31, 2019, 10:58 PM IST

ନୂଆଦିଲ୍ଲୀ: ଇସ୍ରାଏଲର ସ୍ପାଇଓୟାର 'ପେଗାସସ' ଜରିଆରେ ଗୁଇନ୍ଦାଗିରି ମାମଲାରେ ଆଇଟି ମନ୍ତ୍ରଣାଳୟ ନଭେମ୍ବର 4 ଭିତରେ ହ୍ବାଟ୍ସଆପ ଠାରୁ ଜବାବ ମାଗିଛନ୍ତି । କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ସମ୍ବନ୍ଧରେ ହ୍ବାଟ୍ସଆପକୁ ଉତ୍ତର ମାଗିଛନ୍ତି ।

ରବିଶଙ୍କର ଗୁରୁବାର ମେସେଜିଂ ଆପ୍‌ ହ୍ବାଟ୍ସଆପ ଉପରେ ଭାରତୀୟ ନାଗରିକଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ମୌଳିକ ଅଧିକାରର ଗୁଇନ୍ଦାଗିରିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏଥିପାଇଁ ୱାଟସ୍‌ଆପ୍‌କୁ ଉତ୍ତର ମଗାଯାଇଥିବା କଥା ସେ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ଗୁରୁବାର ହ୍ବାଟ୍ସଆପ ଖୁଲାସା କରିଛି ଯେ, ସ୍ପାଇଓୟାର 'ପେଗାସସ’ ଭାରତରେ ସକ୍ରିୟ ରହିଛି ଓ ଜନସାଧାରଣଙ୍କ ଫୋନର ତଥ୍ୟକୁ ନେଇ ଗୁଇନ୍ଦାଗିରି କରୁଛି । ଏହି ଖୁଲାସା ପରେ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିଲା ।

ଏହାର ଟାର୍ଗେଟରେ କିଛି ଭାରତୀୟ ସାମ୍ବାଦିକ ଓ ସାମାଜିକ କାର୍ଯ୍ୟକର୍ତ୍ତା ଥିବା ଖୁଲାସା କରାଯାଇଥିଲା । 'ପେଗାସସ' ଜରିଆରେ ହ୍ୟାକର ମାନେ ପ୍ରାୟ ୧୪୦୦ ଲୋକଙ୍କ ଫୋନ ହ୍ୟାକ୍ କରିଥିବା ସୂଚନା ଦେଇଥିଲା । 4ଟି ମହାଦ୍ବୀପର ୟୁଜର୍ସ ଏହି ଗୁଇନ୍ଦାଗିରିର ଶୀକର ହୋଇଥିବା ଖୁଲାସା ହୋଇଛି । ଏଥିରେ ନେତା, ରାଜନୈତିକ ବିରୋଧୀ, ସମ୍ବାଦଦାତା ଓ ବରିଷ୍ଠ ସରକାରୀ ଅଧିକାରୀ ସାମଲି ରହିଛନ୍ତି । ମାତ୍ର କମ୍ପାନୀ ସ୍ପଷ୍ଟ କରିନାହିଁ ଯେ, ସର୍ବମୋଟ କେତେ ଜଣ ଭାରତୀୟଙ୍କୁ ଏହାର ଶିକାର କରିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.