ETV Bharat / bharat

'ପଡୋଶୀ ଦେଶ ଆତଙ୍କବାଦକୁ ନିଜ କଳା ସଂସ୍କୃତି ଭାବରେ ବିବେଚନା କରୁଛି ' - ସୀମାପାର ଆତଙ୍କବାଦ

ସୀମାପାର ଆତଙ୍କବାଦ ପ୍ରଯୋଜନାକୁ ନେଇ ପୁଣିଥରେ ପାକିସ୍ତାନକୁ କଡା ନିନ୍ଦା କରିଛି ଭାରତ । ପଡୋଶୀ ଦେଶ ଆତଙ୍କବାଦକୁ ନିଜ କଳା ସଂସ୍କୃତି ଭାବରେ ବିବେଚନା କରୁଥିବା ଭାରତ କହିଛି ।

ଆତଙ୍କବାଦ
ଆତଙ୍କବାଦ
author img

By

Published : Jul 10, 2020, 2:26 PM IST

ନୂଆଦିଲ୍ଲୀ: ସୀମାପାର ଆତଙ୍କବାଦ ପ୍ରଯୋଜନାକୁ ନେଇ ପୁଣିଥରେ ପାକିସ୍ତାନକୁ କଡା ନିନ୍ଦା କରିଛି ଭାରତ । ପଡୋଶୀ ଦେଶ ଆତଙ୍କବାଦକୁ ନିଜ କଳା ସଂସ୍କୃତି ଭାବରେ ବିବେଚନା କରୁଥିବା ଭାରତ କହିଛି । ଆତଙ୍କବାଦ ମୁକାବିଲା ପାଇଁ ଯୁଗ୍ମ ସଚିବ ମହାବୀର ସିଂହୱି UNOCTର ଭର୍ଚୁଆଲ୍ କାଉଣ୍ଟର-ଟେରରିଜିମ୍ ସପ୍ତାହରେ ଅଭିଭାଷଣ ଦେଇ ଏଭଳି କହିଛନ୍ତି ।

ପାକିସ୍ତାନକୁ ଟାର୍ଗେଟ କରି ସେ କହିଛନ୍ତି, ଶାନ୍ତି ଓ ନିରାପଦରେ ବଞ୍ଚିବାରେ ଆତଙ୍କବାଦ ବାଧା ସୃଷ୍ଟି କରେ । ଏହା ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ବଡ ବିପଦ । ଆତଙ୍କବାଦ ଗଣତନ୍ତ୍ରକୁ କ୍ଷୁର୍ଣ୍ଣ କରିଥାଏ ଏବଂ ଆଇନର ନିୟମକୁ ବିପଦରେ ପକାଇଥାଏ। ଏହା ଭାବନା, ଅଭିବ୍ୟକ୍ତି ତଥା ସଙ୍ଗଠନର ସ୍ୱାଧୀନତା ଉପରେ ଆକ୍ରମଣ କରେ। ଆତଙ୍କବାଦ କାର୍ଯ୍ୟକଳାପ ବ୍ୟକ୍ତିଗତ ଅଧିକାରକୁ ଉଲ୍ଲଂଘନ କରେ ବୋଲି ସିଂହୱି କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଆତଙ୍କବାଦ ମହିଳା, ବାଳିକା ଏବଂ ଶିଶୁଙ୍କ ମାନବ ଅଧିକାରକୁ ଅନୁପଯୁକ୍ତ ଭାବରେ ପ୍ରଭାବିତ କରିଥାଏ। ତେଣୁ ଆତଙ୍କବାଦର ଶିକାର ହୋଇଥିବା ସବୁଠାରୁ ଅସୁରକ୍ଷିତ ଗୋଷ୍ଠୀର ସ୍ୱଳ୍ପ, ମଧ୍ୟମ ଏବଂ ଦୀର୍ଘକାଳୀନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ପଦକ୍ଷେପଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ। ଆତଙ୍କବାଦୀ ଚିନ୍ତାଧାରାର ମୂଳୋତ୍ପାଟନ ତଥା ପ୍ରବୃତ୍ତିକୁ ରୋକିବା ପାଇଁ ଶିଶୁ ତଥା ଯୁବକମାନଙ୍କ ଅଧିକାରର ସୁରକ୍ଷା ଖାସକରି ସେମାନଙ୍କର ଶିକ୍ଷାଗତ ଅଧିକାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରୁଥିବା ଅଭିଯୋଗ କରି ସେ କହିଛନ୍ତି, ମାନବିକ ଅଧିକାରର ସୁରକ୍ଷା ତଥା ସଂରକ୍ଷଣ ଲାଗି ସାମୂହିକ ସଂକଳ୍ପକୁ ଦୋହରାଇବା ପାଇଁ ଏହା ଏକ ସୁଯୋଗ। ପାକିସ୍ତାନ ସୀମାପାର ଆତଙ୍କବାଦର ପ୍ରଯୋଜକ । ଆତଙ୍କବାଦକୁ ଅସ୍ତ୍ର କରି ପାକିସ୍ତାନ ଭାରତ ବିରୁଦ୍ଧରେ ଖରାପ ଓ ନିନ୍ଦନୀୟ ଅଭିଯୋଗ ଆଣୁଛି ବୋଲି ସେ କହିଛନ୍ତି ।

ଭାରତ ସମେତ ସମଗ୍ର ବିଶ୍ୱ ମାନବ ଅଧିକାରକୁ ପ୍ରୋତ୍ସାହିତ କରିବା ତଥା ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସକ୍ରିୟ ପଦକ୍ଷେପ ନେଇଛି ବୋଲି ସିଂହୱି କହିଛନ୍ତି । ସେ କହିଛନ୍ତି, ସୀମାପାର ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପାକିସ୍ତାନ ଆତଙ୍କବାଦୀଙ୍କୁ ସାମରିକ ଏବଂ ଆର୍ଥିକ ସହାୟତା ପ୍ରଦାନ କରିବା ଜାରି ରଖିଛି । ଆତଙ୍କବାଦର ଶଇକାର ହୋଇଥିବା ପୀଡିତମାନଙ୍କୁ ନ୍ୟାୟ ଦେବା ପାଇଁ ସେମାନଙ୍କର ମୌଳିକ ଅଧିକାରକୁ ପ୍ରତ୍ୟାଖ୍ୟାନ କରିଛି ବୋଲି ସେ କହିଛନ୍ତି ।

ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଦୁଃଖକୁ ବର୍ଣ୍ଣନା କରି ସିଂହୱି କହିଛନ୍ତି, ପାକିସ୍ତାନ ନିଜର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ନିର୍ଯାତନା ଦେଉଛି । ଏହାର ରେକର୍ଡକୁ ବିଚାରକୁ ନିଆଯାଉଛି । ଭାରତୀୟ ସମ୍ବିଧାନ ସମସ୍ତ ଧର୍ମ ଏବଂ ଲୋକଙ୍କ ପାଇଁ ସମାନ ଅଧିକାର ପ୍ରଦାନ କରୁଛି ବୋଲି ସେ କହିଛନ୍ତି । ସେ କହିଛନ୍ତି, ଭାରତରେ ସହନଶୀଳତା ଏବଂ ଗ୍ରହଣୀୟତାର ଏକ ସଭ୍ୟତା ରହିଛି। ଆମର ସାଂସ୍କୃତିକ, ଭାଷା ଏବଂ ଧାର୍ମିକ ବିବିଧତା ଆମର ଶକ୍ତି । ପାକିସ୍ତାନ ନିଜ ମିଛକୁ ହଜାରେ ଥର ପୁନରାବୃତ୍ତି କରିପାରେ, କିନ୍ତୁ ସଂଖ୍ୟାଲଘୁମାନେ ଭାରତରେ ନିଜକୁ ସୁରକ୍ଷିତ ଏବଂ ସଶକ୍ତିକରଣ ଭାବନ୍ତି ବୋଲି ସେ କହିଛନ୍ତି।

ଜମ୍ମୁ-କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଏବଂ ରହିବ । ପାକିସ୍ତାନ ଏହାକୁ ଭଲି ଯିବା ଉଚିତ ବୋଲି ସିଂହୱି କହିଛନ୍ତି । ସେ କହିଛନ୍ତି, ଜାମ୍ମୁ କାଶ୍ମୀରବାସୀଙ୍କ ବିରୋଧରେ ପାକିସ୍ତାନ ଦ୍ବାରା ଜାରି ପ୍ରକ୍ସି ୱାର ତଥା ସୀମା ଆତଙ୍କବାଦ ସତ୍ତ୍ବେ ଜାମ୍ମୁ କାଶ୍ମୀରବାସୀ ଭାରତ ସରକାରଙ୍କ ଉପରେ ବିଶ୍ୱାସ ରଖିଛନ୍ତି। ମିଥ୍ୟ ପ୍ରଚାର କରିବା ପୂର୍ବରୁ ପାକିସ୍ତାନ ମନେରଖିବା ଉଚିତ୍ ଯେ ଆତଙ୍କବାଦ ହେଉଛି ମାନବ ଅଧିକାରର ଉଲଙ୍ଘନ । ବିଶ୍ୱକୁ ଏକ ଦେଶରୁ ମାନବ ଅଧିକାର ବିଷୟରେ ଶିକ୍ଷା ଲାଭ କରିବାର ଆବଶ୍ୟକତା ନାହିଁ ବୋଲି ମହାବୀର ସିଂହୱି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.