ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ମଧ୍ୟରେ ବହୁ କମ୍ପାନୀ ଏହି ଭାଇରସ ବ୍ୟାପିବାରୁ ରୋକିବା ପାଇଁ ଫେସ୍ ମାସ୍କ ପ୍ରସ୍ତୁତ କରିବାରେ ଆଗେଇ ଆସିଛନ୍ତି। ଏହିପରି କମ୍ପାନୀଗୁଡିକ ମଧ୍ୟରେ ନାନୋସେଫ୍ ସଲ୍ୟୁସନ୍ସ କମ୍ପାନୀ ‘ଏନଏଲସେଫ୍ ମାସ୍କ’ତିଆରି କରିଛନ୍ତି । ଯାହାକୁ 50 ଥର ପୁନଃ ବ୍ୟବହାର କରାଯାଇପାରିବ |ନାନୋସେଫ ସଲ୍ୟୁସନ୍ ହେଉଛି ଆଇଆଇଟି ଦିଲ୍ଲୀରେ ଏଫଆଇଟିଟି (ଫାଉଣ୍ଡେସନ୍ ଫର୍ ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି ଟ୍ରାନ୍ସଫର)ର ଏକ ଷ୍ଟାର୍ଟଅପ୍ ।
ନାନୋସେଫେ ସଲ୍ୟୁସନର ସିଇଓ ଡ. ଅନସୁୟା ରୟ କହିଛନ୍ତି ଯେ,ବ୍ୟାକ୍ଟେରିଆ ଫିଲ୍ଟରେସନ୍ ପାଇଁ ଏନସେଫ୍ ମାସ୍କ 99.2 ପ୍ରତିଶତ ଦକ୍ଷ ଏବଂ ଏହା ଶ୍ୱାସକ୍ରିୟା ପାଇଁ ଏଏସଟିଏମ ମାନକ ସହିତ ଅନୁରୂପ ଅଟେ।
ଏନସେଫ୍ ମାସ୍କ ବିଷୟରେ ସେ କହିଛନ୍ତି, ‘ଏହାର ତିନୋଟି ସ୍ତର ଅଛି। ଭିତର ସ୍ତର ଯାହା ପିନ୍ଧିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥାଏ। ତାହା ଏକ ହାଇଡ୍ରୋଫିଲିକ୍ କଟନ ସ୍ତରରେ ତିଆରି । ମଧ୍ୟମ ସ୍ତର ଆଣ୍ଟି-ମାଇକ୍ରୋବାୟଲ୍ ଏବଂ ଏହା ମଧ୍ୟ ଫିଲ୍ଟରେସନ୍ ସ୍ତର । ବାହାର ସ୍ତରକୁ ଜୀବାଣୁକୁ ରୋକିବା ପାଇଁ ତେଲ ଏବଂ ଜଳ ପ୍ରତିରୋଧକ ଦ୍ୱାରା ନିର୍ମିତ କରାଯାଇଛି ।
ଏଥିସହ ସେ କହିଛନ୍ତି, ‘ବର୍ତ୍ତମାନ ଆମେ ଦିନକୁ 5000 ମାସ୍କ ତିଆରି କରୁଛୁ । କିନ୍ତୁ ଆମେ ଏହାକୁ ବୃଦ୍ଧି କରି 10000 ମାସ୍କକୁ ତିଆରି କରିବାକୁ ଯାଉଛୁ । ଯାହା ଆସନ୍ତା 2-3 ଦିନ ମଧ୍ୟରେ ତିଆରି ହେବ । ଏଥିସହ ଆମେ ମାସକୁ ପ୍ରାୟ 5 ଲକ୍ଷ ମାସ୍କ ତିଆରି କରିବାକୁ ଟାର୍ଗେଟ ରଖିଛୁ ।