ନୂଆଦିଲ୍ଲୀ: କଳାହାଣ୍ଡିରେ ବିଏସଏନଏଲ ତାର 4ଜି ସେବା ବନ୍ଦ କରିବାକୁ ଚିଠି ଲେଖିଥିବାରୁ ଏହି ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇଛନ୍ତି ବିଜେଡି ସାଂସଦ ସୁଜିତ କୁମାର । ଏହାସହ ଏହାକୁ ବନ୍ଦ ନକରିବାକୁ ସେ ଦାବି କରିଛନ୍ତି ।
ବିଏସଏନଏଲ କଳାହାଣ୍ଡିରେ କ୍ଷତି ସହୁଥିବାରୁ ଏହି ସେବାକୁ ସେଠାରେ ବନ୍ଦ କରିବାକୁ ଚାହୁଁଛି । ହେଲେ ଏହା ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ଇଣ୍ଡିଆ କଥା କହୁଛନ୍ତି ସେଠି ବିଏସଏନଏଲର ଏପରି ପଦକ୍ଷେପ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ସୁଜିତ ରାଜ୍ୟସଭାରେ କହିଛନ୍ତି ।
ଆମେ ମଧ୍ୟ ଡିଜିଟାଲ ଇଣ୍ଡିଆରେ ରହିବାକୁ ଚାହୁଁଛୁ ବୋଲି କହି ଏହି ସେବାକୁ ବନ୍ଦ ନକରିବାକୁ ସେ ଦାବି ରଖିଛନ୍ତି ।