ETV Bharat / bharat

ଇସ୍ରୋ ବୈଜ୍ଞାନିକଙ୍କୁ ହତ୍ୟା ମାମଲା: ଜଣେ ଗିରଫ

author img

By

Published : Oct 4, 2019, 10:37 PM IST

ଇସ୍ରୋର ନ୍ୟାଶନାଲ ରିମୋଟ୍‌ ସେନ୍‌ସିଂ ସେଣ୍ଟର(ଏନଆରଏସସି)ରେ କାର୍ଯ୍ୟରତ ବୈଜ୍ଞାନିକ ଏସ. ସୁରେଶ କୁମାରଙ୍କ ହତ୍ୟା ମାମଲାରେ ଜଣଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ

ହାଇଦ୍ରାବାଦ: ଇସ୍ରୋର ନ୍ୟାଶନାଲ ରିମୋଟ୍‌ ସେନ୍‌ସିଂ ସେଣ୍ଟର(ଏନଆରଏସସି)ରେ କାର୍ଯ୍ୟରତ ବୈଜ୍ଞାନିକ ଏସ. ସୁରେଶ କୁମାରଙ୍କ ହତ୍ୟା ମାମଲାରେ ଜଣଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ । 39 ବର୍ଷୀୟ ଜନଗାମା ଶ୍ରୀନିବାସଙ୍କୁ ଗିରଫ କରିଛି ହାଇଦ୍ରାବାଦ ସିଟି ପୋଲିସ । ପୋଲିସ କମିଶନର ଅଞ୍ଜନୀ କୁମାର ଏନେଇ ସୂଚନା ପ୍ରଦାନ କରିଛନ୍ତି ।

ସୁରେଶଙ୍କ ହତ୍ୟା ପରେ ପୋଲିସ ଏକ ତିନି ଜଣିଆ ଯାଞ୍ଚ କମିଟି ଗଠନ କରିଥିଲା । ତନାଘନା ପରେ ଫରେନସିକ୍‌ ପ୍ରମାଣ ଆଧାରରେ ଜନଗାମାଙ୍କୁ ଗିରଫ କରିଛି ପୋଲିସ । ଜନଗାମା ଏକ ପ୍ରାଇଭେଟ ପାଥୋଲୋଜିରେ ଲ୍ୟାବ ଟେକ୍ନିସିଆନ ଭାବରେ କାମ କରୁଥିଲା ।

ଏଠାରେ ସୂଚନା ଯୋଗ୍ୟ ଯେ ଅକ୍ଟୋବର 1 ତାରିଖରେ ହାଇଦ୍ରାବାଦର ଏସଆର ନଗରସ୍ଥିତ ଫ୍ଲାଟରୁ ଏସ୍‌ ସୁରେଶଙ୍କ ତାଙ୍କ ମୃତଦେହକୁ ପୁଲିସ ଜବତ କରିଥିଲା । କେହି ଅଜଣା ବ୍ୟକ୍ତି ସୁରେଶଙ୍କୁ ହତ୍ୟା କରିଥିବା ଖବର ସହର ସାରା ଖେଳି ଯାଇଥିଲା ।

ସୁରେଶଙ୍କ ଘର କେରଳରେ । ସେ ଦୀର୍ଘ ୨୦ ବର୍ଷ ଧରି ହାଇଦ୍ରାବାଦରେ ରହିଆସୁଥିଲେ । ସୁରେଶଙ୍କ ପତ୍ନୀ ଇନ୍ଦିରା ଇଣ୍ଡିଆନ ବ୍ୟାଙ୍କ ଚେନ୍ନାଇ ଶାଖାର ମ୍ୟାନେଜର ଭାବେ କାର୍ଯ୍ୟରତ ରହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.