ETV Bharat / bharat

ଥମିବ କି କୋରୋନା ମୃତ୍ୟୁ ! - କୋରୋନା ପ୍ରତିଷେଧକ

ବିଶ୍ବ ମହାମାରୀରେ ପରିଣତ ହୋଇଛି ‘କୋରୋନା’ । ଏନେଇ ଲଗାତାର ପରୀକ୍ଷା ନିରୀକ୍ଷା ଚାଲିଥିବା ବେଳେ ଇସ୍ରାଏଲର ବୈଜ୍ଞାନିକମାନେ ଏହି ମାରାତ୍ମକ ରୋଗର ପ୍ରତିଷେଧକ ଖୋଜି ବାହାର କରିଥିବା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

israel likely to announce vaccine for corona virus, corona virus, covid-19, medical remedy for corona virus, କୋରୋନା ଭୂତାଣୁ, କୋଭିଡ-19, ଇସ୍ରାଏଲ କାଢିବ କୋରୋନାର ପ୍ରତିଷେଧକ, କୋରୋନା ପ୍ରତିଷେଧକ, କୋରୋନା ଚିକିତ୍ସା ଉପାୟ
ଥମିବ କି କୋରୋନା ମୃତ୍ୟୁ !
author img

By

Published : Mar 13, 2020, 3:20 PM IST

ଜେରୁସଲେମ: ବିଶ୍ବ ମହାମାରୀରେ ପରିଣତ ହୋଇଛି ‘କୋରୋନା’ । ଏନେଇ ବିଶ୍ବରେ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଥିବା ବେଳେ ଏଯାଏଁ ମିଳିପାରିନାହିଁ ଏହାର ପ୍ରତିଷେଧକ । ଏନେଇ ଲଗାତାର ପରୀକ୍ଷା ନିରୀକ୍ଷା ଚାଲିଥିବା ବେଳେ ଇସ୍ରାଏଲର ବୈଜ୍ଞାନିକମାନେ ଏହି ମାରାତ୍ମକ ରୋଗର ପ୍ରତିଷେଧକ ଖୋଜି ବାହାର କରିଥିବା ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ଚାଲିଥିବା ଇନଷ୍ଟିଚ୍ୟୁଟ ଫର ବାୟୋଲୋଜିକାଲ ରିସର୍ଚ୍ଚରେ କାର୍ଯ୍ୟରତ ବୈଜ୍ଞାନିକମାନେ କୋରୋନା ଭୂତାଣୁ ସମ୍ପର୍କରେ ହାସଲ କରିଛନ୍ତି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଏହାର ବାୟୋଲୋଜିକାଲ ମେକାନିଜିମ ଓ ଗୁଣବତ୍ତା ଉପରେ ହାସଲ ହୋଇଛି ଗୁରୁତ୍ତ୍ବପୂର୍ଣ୍ଣ । ଏହି ତଥ୍ୟ ଆଧାରରେ ବୈଜ୍ଞାନିକମାନେ କୋରୋନା ମୁକାବିଲା ପାଇଁ ଟୀକା ଆବିଷ୍କାର କରିଥିବା ପ୍ରକାଶ କରିଛନ୍ତି ।

ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଅହରହ ପରୀକ୍ଷା ନିରୀକ୍ଷା ଦ୍ବାରା କୋରୋନା ଭୂତାଣୁର ଗୁଣବତ୍ତା ଯଥା ଏହାର ସଂକ୍ରମଣ ପ୍ରକ୍ରିୟା, ଲକ୍ଷଣ ଓ ମଣିଷ ଶରୀର ଉପରେ ଏହାର ପ୍ରଭାବ ଆଦି ଜାଣିବାକୁ ମିଳିଥିଲା । ତେବେ ଏହି ସବୁ ପ୍ରାପ୍ତ ତଥ୍ୟ ଆଧାରରେ ବୈଜ୍ଞାନିକମାନେ ଟୀକାର ସନ୍ଧାନ ପାଇଥିବା କହିଛନ୍ତି । କିନ୍ତୁ ଏହି ଟୀକା କେତେ ଉପଯୋଗୀ ତାହା ଚୂଡାନ୍ତ କରିବା ପାଇଁ ଅନ୍ତିମ ପର୍ଯ୍ୟାୟରେ ପରୀକ୍ଷା ଜାରି ରହିଛି । ଏଥି ପାଇଁ ଆଉ କିଛି ମାସ ସମୟ ଆବଶ୍ୟକ ଥିବା ଜଣା ପଡିଛି ।

ତେବେ ଇସ୍ରାଏଲ ବୈଜ୍ଞାନିକମାନଙ୍କ ଦ୍ବାରା ପ୍ରକାଶ ପାଇଥିବା ଏହି ଟୀକା ଖବର ପାଇବା ପରେ ବିଶ୍ବରେ ସାମାନ୍ୟ ଆଶ୍ବସ୍ତି ଦେଖାଦେଇଛି ସତ, ହେଲେ ଏହାର ଚୂଡାନ୍ତ ଫଳ ଆସିବା ବାକି ରହିଛି । ଯାହାକୁ ସମଗ୍ର ବିଶ୍ବବାସୀ ଅପେକ୍ଷା କରିରହିଛନ୍ତି । ସୂଚନା ଅନୁଯାୟୀ ସମ୍ପୃକ୍ତ ପରୀକ୍ଷାରେ ବର୍ତ୍ତମାନ 50ରୁ ଅଧିକ ଅଭିଜ୍ଞ ବୈଜ୍ଞାନିକ କାର୍ଯ୍ୟରତ ଥିବା ବେଳେ ଖୁବଶୀଘ୍ର ସଫଳତାର ସହ କୋରୋନା ଭୂତାଣୁର ଚିକିତ୍ସା ଉପାୟ ବା ଔଷଧୀୟ ପ୍ରତିଷେଧକ ମିଳିବା ନେଇ ଆଶା ପ୍ରକାଶ ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.