ETV Bharat / bharat

60ଟି ରେଳ କୋଚରେ ଆଇସୋଲେସନ ୱାର୍ଡ: ରାଞ୍ଚି ରେଳ ବିଭାଗ

author img

By

Published : Apr 4, 2020, 2:08 PM IST

ରାଞ୍ଚି ରେଳ ବିଭାଗ ଅନୁଯାୟୀ, 2 ରୁ 3 ଦିନ ମଧ୍ୟରେ ଟ୍ରେନରେ ଆଇସୋଲେସନ ୱାର୍ଡ ନିର୍ମାଣ କରାଯିବ । 60ଟି କମ୍ପାର୍ଟମେଣ୍ଟରେ 540 ଶଯ୍ୟା ନିର୍ମାଣ କରାଯିବ । ଅଧିକ ପଢନ୍ତୁ...

Isolation ward
60ଟି ରେଳ କୋଚରେ ଆଇସୋଲେସନ ୱାର୍ଡ: ରାଞ୍ଚି ରେଳ ବିଭାଗ

ରାଞ୍ଚି: କୋରୋନା ଭାଇରସ ସଂକ୍ରମଣର ବୃଦ୍ଧିପାଉଥିବା ଗମ୍ଭୀରତାକୁ ଦୃଷ୍ଟିରେ ରଖି ରେଳବାଇ ରାଞ୍ଚି ରେଳ ବିଭାଗକୁ ଟ୍ରେନର କୋଚଗୁଡ଼ିକୁ ଆଇସୋଲେସନ ଓ୍ବାର୍ଡରେ ପରିଣତ କରିବାକୁ କହିଛି। ଏହି ନିର୍ଦ୍ଦେଶ ପରେ ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରାଯାଇଛି । ସୂଚନାନୁସାରେ, ରେଳ ମନ୍ତ୍ରଣାଳୟ ସମସ୍ତ ଜୋନର ଜିଏମ୍ ମାନଙ୍କୁ ଏକ ଚିଠି ଲେଖି ଟ୍ରେନ୍ ବଗିଗୁଡ଼ିକୁ ବିଚ୍ଛିନ୍ନ ୱାର୍ଡରେ ପରିଣତ କରିବାକୁ କହିଛି।

ରାଞ୍ଚି ରେଳ ବିଭାଗ ଶୁକ୍ରବାର ଦକ୍ଷିଣ-ପୂର୍ବ ରେଳ ମୁଖ୍ୟାଳୟରୁ ଆଉ ଏକ ଚିଠି ପାଇଛି । ଏହି ଚିଠିରେ ଏହି ବିଭାଗରେ ସମୁଦାୟ 60 କୋଚକୁ ଅଲଗା ଅଲଗା ୱାର୍ଡରେ ପରିଣତ କରିବାକୁ ଲେଖାଯାଇଛି । ରେଳ ବିଭାଗ ଅନୁଯାୟୀ, ଏହି 60ଟି କମ୍ପାର୍ଟମେଣ୍ଟରେ 540 ଶଯ୍ୟା ନିର୍ମାଣ କରାଯିବ । ଆକ୍ରାନ୍ତଙ୍କ ପାଇଁ ଏକ ବଗିରେ 9ଟି ଶଯ୍ୟା ପ୍ରସ୍ତୁତ କରାଯିବାବେଳେ ଡାକ୍ତର ଏବଂ ନର୍ସିଂ କର୍ମଚାରୀଙ୍କ ପାଇଁ ପୃଥକ ବ୍ୟବସ୍ଥା ରହିବ।

ରାଞ୍ଚି ରେଳ ବିଭାଗ ଅନୁଯାୟୀ, ଦୁଇ-ତିନି ଦିନରେରେ ଏହି ୱାର୍ଡ ପ୍ରସ୍ତୁତ ହୋଇଯିବ । ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ 10 ଦିନ ସମୟ ଲାଗିବ । ରାଞ୍ଚି ଡିଭିଜନର ସି.ଆର.ପି ନୀରଜ କୁମାରଙ୍କ ସୂଚନାନୂଯାୟୀ, ଟ୍ରେନ କୋଚରେ ଏହି ୱାର୍ଡ ନିର୍ମାଣ କାର୍ଯ୍ୟ ହାଟିଆ ୱାର୍ଡରେ କରାଯାଉଛି।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.