ହାଇଦ୍ରାବାଦ: ସୋମବାର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶାନ୍ ରେଡ୍ଡୀ ଦ୍ବାରକା ସ୍ଥିତ ଇସ୍କନର ସେଣ୍ଟ୍ରାଲ୍ କିଚେନ ପରିଦର୍ଶନ କରିଛନ୍ତି । ଦେଶର ବିପତ୍ତି ସମୟରେ ଅସହାୟଙ୍କୁ ସହଯୋଗ କରୁଥିବାରୁ ମନ୍ଦିର କର୍ତ୍ତୃପକ୍ଷଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଇସ୍କନ ପକ୍ଷରୁ ଏହି ସମୟରେ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ପ୍ରଦାନ କରାଯାଉଛି ।
କୋଭିଡ 19 ଲକଡାଉନ୍ ସମୟରେ ଦ୍ବାରକା ସ୍ଥିତ ଇସ୍କନ ପକ୍ଷରୁ ଦିଲ୍ଲୀର ପ୍ରାୟ 5 ଲକ୍ଷ ପ୍ରବାସୀ ଶ୍ରମିକ ଏବଂ ଅଭାବୀ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । ଆଉ ଏପରି ମାନବିକତା ଦେଖାଇଥିବାରୁ କେନ୍ଦ୍ରମନ୍ତ୍ରୀ ଜି କିଶାନ୍ ରେଡ୍ଡୀ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଗରିବ ଓ ଅସହାୟଙ୍କ ଭୋକ ମେଣ୍ଟାଇବା ଭଳି ମହତ କାର୍ଯ୍ୟ କରିଥିବାରୁ ଇସ୍କନ କର୍ତ୍ତୃପକ୍ଷଙ୍କ ସେ ତାରିଫ କରିଛନ୍ତି ।
ସୂଚନାଯୋଗ୍ୟ, ବର୍ତ୍ତମାନ ଦିଲ୍ଲୀରେ ବିଭିନ୍ନ ରାଜ୍ୟର ହଜାର ହଜାର ପ୍ରବାସୀ ଶ୍ରମିକ ଫସି ରହିଛନ୍ତି । ଲକଡାଉନ ଯୋଗୁଁ ଏମାନେ ଘରକୁ ଫେରିପାରିନଥିଲେ । ଦିଲ୍ଲୀ ସରକାରଙ୍କ ସମେତ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏମାନଙ୍କ ରହିବା ଓ ଖାଦ୍ୟପେୟର ବନ୍ଦୋବସ୍ତ କରାଯାଉଛି ।
ସୌଜନ୍ୟ @ANI