ୱାଶିଂଟନ୍: ISIS ମୁଖ୍ୟ ବାଗଦାଦୀ ନିହତ ! ସିରିଆରେ ଆମେରିକା ସେନା ଦ୍ବାରା ନିହତ ହୋଇଥିବା ସୂଚନା ମିଳିଛି। ଏନେଇ ଖୁବ୍ ଶୀଘ୍ର ଘୋଷଣା କରିପାରନ୍ତି ଆମେରିକା ରାଷ୍ଟ୍ରପତି। ଏହି କୁଖ୍ୟାତ ଆତଙ୍କବାଦୀ ମୁଣ୍ଡରେ 25 ମିଲିୟନ ଡଲାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

ତେବେ ଇସଲାମିକ ଆତଙ୍କବାଦୀର ମାଷ୍ଟରମାଇଣ୍ଡ ଅବୁ ବକର ଅଲ ବାଗଦାଦୀକୁ ଆମେରିକାର ଇଦଲିବଗରେ ନିହତ ହୋଇଥିବା କୁହାଯାଉଛି। ତେବେ ଘଟଣା ବିଷୟରେ ଆମେରିକାର ଏକ ମିଲିଟାରୀ ସଂସ୍ଥା ଶନିବାର ରାତିରେ ସୂଚନା ଦେଇଛି।
-
Something very big has just happened!
— Donald J. Trump (@realDonaldTrump) October 27, 2019 " class="align-text-top noRightClick twitterSection" data="
">Something very big has just happened!
— Donald J. Trump (@realDonaldTrump) October 27, 2019Something very big has just happened!
— Donald J. Trump (@realDonaldTrump) October 27, 2019
ଘଟଣାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ କରି କହିଛନ୍ତି କି, ବିଶ୍ବର ସବୁଠାରୁ ୱାଣ୍ଟେଡ ବ୍ୟକ୍ତି ବା କୁଖ୍ୟାତ ISIS ଲିଡର ବାଗଦାଦୀ ନିହତ ହୋଇଛି। କିଛି ସମୟ ପରେ ଏନେଇ ହ୍ବାଇଟହାଉସ ପକ୍ଷରୁ ଘୋଷଣା କରାଯିବ।