ETV Bharat / bharat

ଜୀବିତ ଅଛି ଆଇଏସଆଇଏସର ମୁଖ୍ୟ ଅବୁବକର ବାଗଦାଦି !

5 ବର୍ଷ ପରେ ନଜର ଆସିଲା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟର ମୁଖ୍ୟ ଅବୁବକର ଅଲ୍‌-ବାଗଦାଦି । ସୋମବାର ତା'ର ଏକ କଥିତ ଭିଡିଓ ଜାରି କରାଯାଇଛି ।

ଫାଇଲ ଫଟୋ
author img

By

Published : Apr 30, 2019, 3:53 AM IST

ଡାମାସ୍କସ: 5 ବର୍ଷ ପରେ ନଜର ଆସିଲା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟର ମୁଖ୍ୟ ଅବୁବକର ଅଲ୍‌-ବାଗଦାଦି । ସୋମବାର ତା'ର ଏକ କଥିତ ଭିଡିଓ ଜାରି କରାଯାଇଛି । ତେବେ ଏହି ଭିଡିଓଟିର ସତ୍ୟତାକୁ ନେଇ ସନ୍ଦେହ କରାଯାଉଥିଲେ ମଧ୍ୟ ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ଭିଡିଓଟି କେବେ ପ୍ରସ୍ତୁତ ହୋଇଛି ତାହା ମଧ୍ଯ ଏବେ ସୁଦ୍ଧା ସ୍ପଷ୍ଠ ହୋଇନାହିଁ । କିନ୍ତୁ ଭିଡିଓରେ ସେ ପୂର୍ବ ସିରିଆର ବାଘୋଜ୍‌ରେ ହୋଇଥିବା ଯୁଦ୍ଧ ସମ୍ପର୍କରେ କହୁଛି । ଯାହା ଗତ ମାସରେ ଘଟିଥିଲା । ଭିଡିଓରେ ବାଗଦାଦି ଏକ କଳା ରଙ୍ଗର ପୋଷାକ ପିନ୍ଧି ନିଜ ପାଖରେ ଅତ୍ୟାଧୁନିକ ବନ୍ଧୁକ ରଖିଥିବା ଦେଖାଯାଉଛି । ବାଗଦାଦି ନିଜର ତିନି ସହଯୋଗୀଙ୍କୁ ସମ୍ବୋଧିତ କରି ବାଘୋଜ୍‌ ଯୁଦ୍ଧ ହୋଇଛି, କିନ୍ତୁ ଏବେ ବହୁତ କିଛି ବାକି ଅଛି ବୋଲି କହୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

ସୂଚନା ଯୋଗ୍ୟ, ଏକଦା ବାଗଦାଦିର ସଂଗଠନ ଆଇଏସଏଇଏସର ସମ୍ପୁର୍ଣ୍ଣ ସିରିଆ ଉପରେ କବଜା କରିଥିଲା । କିନ୍ତୁ ଆମେରିକା ସିରିଆର କେତେକ ଆଇଏସ ପୋଷ୍ଟକୁ ନଷ୍ଟ କରିଦେଇଥିଲା । ଏହା ପରେ ପାଖାପାଖି 4 ବର୍ଷ ହେବ ବାଗଦାଦି ମଧ୍ୟ ନଜର ଆସିନଥିଲା । ତେଣୁ ଆମେରିକାର ଏହି ଆକ୍ରମଣରେ ତାଙ୍କର ମୃତ୍ୟୁଘଟିଥିବା କୁହାଯାଉଥିଲା ।

Intro:Body:

BANAJA 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.