ETV Bharat / bharat

ଆତଙ୍କୀ ଆକ୍ରମଣ ସମ୍ଭାବନା, ଦିଲ୍ଲୀ ସମେତ କେତେକ ରାଜ୍ୟରେ ଆଲର୍ଟ - ଆଇଏସଆଇ

ଦେଶର କେତେକ ଅଞ୍ଚଳରେ ଆତଙ୍କୀ ଆକ୍ରମଣ କରିବାକୁ ଯୋଜନା କରୁଛି ପାକିସ୍ତାନର ଗୁଇନ୍ଦା ବିଭାଗ ଆଇଏସଆଇ । ଏହି ଖବର ମିଳିବା ପରେ ଦେଶର ରାଜଧାନୀ ସମେତ କେତେକ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Aug 27, 2019, 11:36 AM IST

ନୂଆଦିଲ୍ଲୀ: ଧାରା 370 ଉଚ୍ଛେଦ ହେବା ପରେ ରକ୍ତ ଚାଉଳ ଚୋବାଉଛି ପଡୋଶୀ ପାକ୍ । ଯେ କୌଣସି ଉପାୟରେ ହେଉ ଭାରତକୁ ଘେରିବାକୁ ଯୋଜନା କରୁଛି । ସେଥିପାଇଁ ଭାରତ ଉପରେ ଆତଙ୍କୀ ଆକ୍ରମଣ ପାଇଁ ଯୋଜନା ପରେ ଯୋଜନା କରିଚାଲିଛି । ପାକିସ୍ତାନର ଗୁଇନ୍ଦା ବିଭାଗ ଆଇଏସଆଇ ଭାରତର ରାଜଧାନୀ ଦିଲ୍ଲୀ ସମେତ କେତେକ ଅଞ୍ଚଳରେ ବୋମାମାଡ କରିବାକୁ ଯୋଜନା କରୁଥିବା ନେଇ ଗୁଇନ୍ଦା ସୂଚନା ମିଳିଛି ।

ଏନେଇ ଜାତୀୟ ସୁରକ୍ଷା ଏଜେନ୍ସି ଦିଲ୍ଲୀ ସମେତ କେତେକ ଅନ୍ୟ ରାଜ୍ୟ ମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜମ୍ମୁକାଶ୍ମୀରକୁ ଛାଡି ଦେଶର ଅନ୍ୟାନ୍ୟ ଅଞ୍ଚଳରେ ନିଜର ଉପସ୍ଥିତିକୁ ଜାହିର କରିବାକୁ ଆତଙ୍କୀ ସଙ୍ଗଠନ ପ୍ରୟାସ ଜାରି ରଖିଛି ।

ସ୍ପେଶାଲ ସେଲର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଆତଙ୍କୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଦେଶର ସମସ୍ତ ସୁରକ୍ଷା ଏଜେନ୍ସି ଗୁଡିକୁ ଆଲର୍ଟ କରିଦିଆଯାଇଛି । ଏପରିକି ସ୍ପେଶାଲ ପୋଲିସ ମୋଷ୍ଟ ୱାଣ୍ଟେଡ ଆତଙ୍କୀ ପୋଷ୍ଟର ଗୁଡିକ ମାରିବା ବ୍ୟବସ୍ଥା କରିଛି । ଏହା ବ୍ୟତୀତ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Intro:Body:

yy

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.