ETV Bharat / bharat

ଆଇଏସଆଇର ଧମକ, ବମରେ ଉଡିବ ରେଳ ଷ୍ଟେସନ - pathankot

ପଠାନକୋଟ ଓ ଜମ୍ମୁ ରେଳ ଷ୍ଟେନରେ ହାଇ ଆଲର୍ଟ । ଷ୍ଟେସନକୁ ବମରେ ଉଡାଇବାକୁ ଧମକ ।

ପ୍ରିତିକାତ୍ମକ ଫଟୋ
author img

By

Published : May 27, 2019, 8:37 PM IST

ପଠାନକୋଟ: ଫିରୋଜାପୁର ଅଧିନରେ ଥିବା ପଠାନକୋଟ ସହର ଓ ରେଳ ଷ୍ଟେସନକୁ ବମରେ ଉଡାଇ ଦେବାକୁ ଧମକ । ଏନେଇ ଫିରୋଜାପୁର ରେଳ ଡିଭିଜନ ପକ୍ଷରୁ ସମସ୍ତ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ମିଳିଥିବା ସୂଚନାନୂଯାୟୀ, ପାକିସ୍ତାନର ଗୁଇନ୍ଦା ବିଭାଗ (ଆଇଏସଆଇ) ପଠାନକୋଟ କ୍ୟାଣ୍ଟ ରେଳ ଷ୍ଟେସନ ଓ ପଠାନକୋଟ ରେଳ ଷ୍ଟେସନକୁ ବମ ପକାଇ ସମ୍ପୂର୍ଣ୍ଣ ଧ୍ବଂସ କରିବାକୁ ଧମକ ଦେଇଛି । ଯେଉଁଥିପାଇଁ ଜିଆରପି ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ହାଇ ଆଲର୍ଟରେ ରଖାଯାଇଛି । ଷ୍ଟେସନରେ ସମସ୍ତ ସନ୍ଦିଗ୍ଧ ବସ୍ତୁ ଉପରେ ଧ୍ୟାନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ ଜମ୍ମୁ ରେଳ ଷ୍ଟେସନରେ ମଧ୍ୟ ନଜରରେ ରଖି ରେଲଓ୍ବେ ପ୍ରୋଟେକ୍ସନ ଫୋର୍ସ(ଆରପିଏଫ) ପକ୍ଷରୁ ଷ୍ଟେସନ ଭିତରେ ଓ ବାହ୍ୟ ଭାଗରେ ତଲାସି ଅଭିଯାନ ଜାରି ରଖିଛନ୍ତି । ଏହା ବ୍ୟତୀତ ପ୍ଲାର୍ଟଫର୍ମରେ ବସିଥିବା ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରିବା ସହ ଜମ୍ମୁରୁ ଆସୁଥିବା ସମସ୍ତ ଟ୍ରେନକୁ ତନତନ କରି ଯାଞ୍ଚ କରିବା ପରେ ଗାଡି ଷ୍ଟେସନରୁ ଛାଡିବ । ଏନେଇ ଆଇଏସଆଇ ଦେଇଥିବା ଧମକକୁ ନଜରରେ ରଖି ପଠାନକୋଟ ଆରପିଏଫ ପକ୍ଷରୁ ରେଳର ବିଭିନ୍ନ ବିଭାଗକୁ ଚିଠି ମାଧ୍ୟମରେ ଆଲର୍ଟ ରହିବା ପାଇଁ କୁହାଯାଇଛି ।

ପତ୍ରରେ ଦର୍ଶାଯାଇଛି ଯେ, ରେଳ ବିଭାଗର ବରିଷ୍ଠ କର୍ମଚାରୀଙ୍କୁ ଏକ ଚିଠି ମିଳିଛି ଯେଉଁଥିରେ ଲେଖାଅଛି, ପାକିସ୍ତାନୀ ଗୁଇନ୍ଦା ବିଭାଗ(ଆଇଏସଆଇ) ପଠାନକୋଟ ସହର ଓ ଷ୍ଟେସନକୁ ବମରେ ଉଡାଇଦେବାର ଯୋଜନା କରିଛି । ଜିଆରପି ପକ୍ଷରୁ ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ, ଷ୍ଟେସନର ସମସ୍ତ ପାର୍କିଂ ସ୍ଥାନରେ ତନ୍ନତନ୍ନ ନଜର ରଖାଯିବା ସହ ପାର୍କିଂ ହେଉଥିବା ଗାଡିକୁ ଯାଞ୍ଚ କରାଯିବ । ଏହାସହ ଯାତ୍ରୀଙ୍କୁ ସୂଚନା ଦେଇ ସତର୍କ ରହିବାକୁ କୁହାଯିବ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.