ETV Bharat / bharat

ଭାରତରେ ଆକ୍ରମଣ କରିପାରେ ପାକ୍, ସତର୍କ କଲା ଗୁଇନ୍ଦା - major attack

ଭାରତ ଉପରେ ଆକ୍ରମଣ କରିପାରେ ପାକିସ୍ତାନ । ଗୁଇନ୍ଦା ବିଭାଗ ପକ୍ଷରୁ ଗୃହ ମନ୍ତ୍ରଣାଳୟକୁ ପଠାଯାଇଥିବା ରିପୋର୍ଟରେ ଏ ସଂକ୍ରାନ୍ତରେ କୁହାଯାଇଛି ।

ପ୍ରତିକାତ୍ମକ
author img

By

Published : Apr 30, 2019, 6:25 PM IST

ନୂଆଦିଲ୍ଲୀ: ଭାରତ ଉପରେ ଆକ୍ରମଣ କରିପାରେ ପାକିସ୍ତାନ । ଗୁଇନ୍ଦା ବିଭାଗ ପକ୍ଷରୁ ଗୃହ ମନ୍ତ୍ରଣାଳୟକୁ ପଠାଯାଇଥିବା ରିପୋର୍ଟରେ ଏ ସଂକ୍ରାନ୍ତରେ କୁହାଯାଇଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଜୈଶ ଓ ଆଇଏସ ଆତଙ୍କୀଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକରେ ଏଭଳି ଷଡ଼ଯନ୍ତ୍ର ପ୍ରସ୍ତୁତ ହୋଇଛି । ବୈଠକରେ ଭାରତ ଉପରେ ଅତର୍କିତ ଆକ୍ରମଣ କରିବା ନେଇ ଯୋଜନା ପ୍ରସ୍ତୁତ ହୋଇଛି ।

ରିପୋର୍ଟ ଅନୁଯାୟୀ, ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପୁଣି ଥରେ ଜୈଶ-ଏ-ମହମ୍ମଦର ପ୍ରମୁଖ ମାସୁଦ ଅଜହର ସକ୍ରିୟ ହୋଇ ଉଠିଛି । ବିଗତ କିଛି ଦିନ ହେବ ଜୈଶ ଅନେକ ବଡ ବଡ ଆତଙ୍କୀଙ୍କ ସହ ମିଶି ଭାରତ ବିରୋଧରେ ଆକ୍ରମଣ ପାଇଁ ଯୋଜନା କରୁଛି ।

ଅନ୍ୟପକ୍ଷରେ ବାୟୁସେନାର ଜଣେ ଅଧିକାରୀ କହିଛନ୍ତି, ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଭାରତୀୟ ସେନା ଜୈଶର ଗତିବିଧି ଉପରେ ନଜର ରଖି ଆସୁଛି । ପୁଲୱାମା ଆତଙ୍କୀ ଆକ୍ରମଣ ପରେ ସତରେ ପାକିସ୍ତାନ ଜୈଶ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ନା ନାହିଁ ତାହା ଜାଣିବାକୁ ମଧ୍ୟ ସେନାର ପାକ ଉପରେ ନଜର ରଖିଛି ।

ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଜୈଶ ଉପରେ କେବେ ପ୍ରତିବନ୍ଧକ ଲାଗିବ ସେ ନେଇ ବେଶ ଆଗ୍ରହର ସହ ଅପେକ୍ଷା କରିଛି ଭାରତ । ଯେଉଁଭଳି ଭାବେ ଚୀନ ମସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାରେ ବାଧା ସୃଷ୍ଟି କରୁଛି ସେଭଳି ପରିସ୍ଥିତରେ ପାକିସ୍ତାନ ଜୈଶ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅସଫଳ ହୋଇଛି ।

Intro:Body:

BANA

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.