ETV Bharat / bharat

'ଗଲୱାନ ଘାଟିରେ ଭାରତର ଦାବିକୁ ଦୁର୍ବଳ କରୁଛନ୍ତି କି ସରକାର' - Galwan Valley

ଭାରତ କଣ ନିଜ ଅଞ୍ଚଳରେ ହିଁ ଏକ ବଫର୍ ଜୋନ୍ ନିର୍ମାଣ କରୁଛି । ଗଲୱାନ୍ ଉପତ୍ୟକା ଉପରେ ଭାରତର ଦାବିକୁ ଦୁର୍ବଳ କରାଯାଉଛି କି ବୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି କଂଗ୍ରେସ ।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା
କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା
author img

By

Published : Jul 9, 2020, 1:46 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦକୁ ନେଇ ଗୁରୁବାର ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘେରିଛି କଂଗ୍ରେସ । ଗଲୱାନ ଉପତ୍ୟକାରେ ଭାରତର ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି ମୁଖ୍ୟ ବିରୋଧୀ ଦଳ । ଭାରତ କଣ ନିଜ ଅଞ୍ଚଳରେ ହିଁ ଏକ ବଫର୍ ଜୋନ୍ ନିର୍ମାଣ କରୁଛି । ଗଲୱାନ୍ ଉପତ୍ୟକା ଉପରେ ଭାରତର ଦାବିକୁ ଦୁର୍ବଳ କରାଯାଉଛି କି ବୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି କଂଗ୍ରେସ ।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଗଲୱାନ ଘାଟିରୁ ଭାରତୀୟ ସେନା ପଛକୁ ହଟିବା ଖବରକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ 4ଟି ପ୍ରଶ୍ନ କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି, ପ୍ରିୟର ପ୍ରଧାନମନ୍ତ୍ରୀ ଆପଣ କଣ ଆମ ଅଞ୍ଚଳରେ ବଫର୍ ଜୋନ୍ ନିର୍ମାଣ କରୁଛନ୍ତି ? ଆପଣ କଣ ଆମ ସେନାକୁ ପଛକୁ ହଟିବାକୁ କହୁଛନ୍ତି ? ଆପଣ କଣ ପିପି-14କୁ ନେଇ ବୁଝାମଣା କରୁଛନ୍ତି ? ଆପଣ କଣ ଗଲୱାନ ଘାଟି ଉପରେ ଭାରତର ଦାବିକୁ ଦୁର୍ବଳ କରୁଛନ୍ତି ? ଭାରତ ଏହାର ଉତ୍ତର ଚାହୁଁଛି ବୋଲି ସେ କହିଛନ୍ତି ।

ପୂର୍ବ ଲଦାଖର ଗଲୱାନ ଘାଟିରେ ଜୁନ 15 ରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିଲେ । ଏହାପରେ ଉଭୟ ପକ୍ଷ ମଧ୍ୟରେ ବିବାଦର ସମାଧାନ ପାଇଁ ବୈଠକ ହୋଇଥିଲେ । ତେବେ ଏହି ଅଞ୍ଚଳରେ ପ୍ରକୃତ ନିୟନ୍ତ୍ରଣ ରେଖାର ଉଭୟ ପାର୍ଶ୍ୱରେ ଅତି କମରେ 1.5 କିଲୋମିଟର ବିଶିଷ୍ଟ ଏକ ବଫର୍ ଜୋନ୍ ନିର୍ମାଣ କରିବାକୁ କର୍ପସ କମାଣ୍ଡରଙ୍କ ମଧ୍ୟରେ ସହମତି ହୋଇଥିଲା ।

ସୂତ୍ରରୁ ପ୍ରକାଶ ଯେ, ବରଫ ତରଳିବା ଯୋଗୁଁ ଗଲୱାନ ଉପତ୍ୟକାରେ ଗଲୱାନ ନଦୀର ଜଳ ସ୍ତର ହଠାତ୍ ବୃଦ୍ଧି ପାଇଛି । ଯାହା ଚୀନ ସୈନିକଙ୍କୁ ଏହି ଅଞ୍ଚଳରୁ ଶୀଘ୍ର ଯିବାକୁ ବାଧ୍ୟ କରିପାରେ। ତେବେ ଭାରତୀୟ ସେନା ଚୀନ ସୈନିକଙ୍କ ଉପରେ ଡ୍ରୋନ ସାହାଯ୍ୟରେ କଡା ନଜର ରଖିଥିବା କୁହାଯାଉଛି । କାରଣ ଗଲୱାନ ନଦୀରେ ବୃଦ୍ଧି ପାଇଥିବା ଜଳସ୍ତର ଯୋଗୁଁ ଶାରୀରୀକ ଯାଞ୍ଚ କରିବା କଠିନ ହୋଇପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.