ETV Bharat / bharat

ହାତରେ ଖାଇବା ଭଲ ନା ଚାମୁଚରେ ଖାଇବା ? - ହାତରେ ଖାଇବା

ଚାମୁଚରେ ଖାଇବା ଦ୍ବାରା ଅନେକ ଜଣ ସମୟ ବଞ୍ଚୁଛି ବୋଲି ଭାବୁଥିବା ବେଳେ ଅପରପକ୍ଷେ ହାତରେ ଖାଇବାର ରହିଛି ସ୍ବାସ୍ଥ୍ୟ ଉପରେ କିଛି ସକାରାତ୍ମକ ପ୍ରଭାବ । ଜାଣନ୍ତୁ କ’ଣ:

health tips, eating with hands, eating with spoon, lifestyle news, ସ୍ବାସ୍ଥ୍ୟ ଟିପ୍ସ, ଲାଇଫଷ୍ଟାଇଲ ନ୍ୟୁଜ୍‌, ହାତରେ ଖାଇବା, ଚାମୁଚରେ ଖାଇବା
ହାତରେ ଖାଇବା ଭଲ ନା ଚାମୁଚରେ ଖାଇବା ?
author img

By

Published : Apr 10, 2020, 12:30 AM IST

ହାଇଦ୍ରାବାଦ: ପୂରାତନ କାଳରୁ ହାତରେ ଖାଇବାର ରହି ଆସିଛି ଏକ ସୁନ୍ଦର ଭାରତୀୟ ପରମ୍ପରା । ଏହା ନା ଯେ କେବଳ ଖାଦ୍ୟର ସ୍ବାଦ ବଢାଏ ବରଂ ଏହା ଶରୀର ପ୍ରତି ମଧ୍ୟ ବେଶ ହିତକାରୀ । ଆଗ କାଳରେ ହାତରେ ଖାଇବାକୁ ସହଜ ମନେ କରୁଥିବା ବେଳେ ସମୟ ସହ ବିଦେଶୀ ପରମ୍ପରାରେ ଚାମୁଚରେ ଖାଇବା ଅଭ୍ୟାସ ସହ ହଜିବାକୁ ବସିଲାଣି ଏହି ପରମ୍ପରା । ତେବେ ଏହାର ସ୍ବାସ୍ଥ୍ୟ ଉପରେ ରହିଛି ଭିନ୍ନ ପ୍ରଭାବ ।

ଚାମୁଚରେ ଖାଇବା ଦ୍ବାରା ସମୟ ବଞ୍ଚୁଥିବା ଭାବୁଥିବା ବେଳେ ଅପରପକ୍ଷେ ହାତରେ ଖାଇବାର ରହିଛି ସ୍ବାସ୍ଥ୍ୟ ଉପରେ କିଛି ସକାରାତ୍ମକ ପ୍ରଭାବ ।

ଜାଣନ୍ତୁ କ’ଣ:

- ହାତରେ ଖାଇବା ଏକ ପ୍ରକାର ବ୍ୟାୟାମ କହିଲେ କିଛି ଭୁଲ ହେବ ନାହିଁ । ସେ ହାତରେ ଖାଦ୍ୟ ନେଇ ଖାଇବା ହେଉ କି ଖାଦ୍ୟ ଗୋଳାଇବା ହେଉ, ଏହାଦ୍ବାରା ରକ୍ତ ସଞ୍ଚାଳନ ନିୟମିତ ହୋଇଥିବା । ଏଥିସହ ରକ୍ତଚାପ ଜନିତ ସମସ୍ୟା ମଧ୍ୟ ନିୟନ୍ତ୍ରିତ ରୁହେ ।

- ଚାମୁଚରେ ଖାଇବା ଅପେକ୍ଷା ହାତରେ ଖାଇବା ଅପେକ୍ଷାକୃତ ଧିର ପ୍ରକ୍ରିୟା । ଫଳରେ ମଣିଷ ଖାଦ୍ୟକୁ ଚୋବାଇବା ପାଇଁ ଅଧିକ ସମୟ ପାଇଥାଏ ଏବଂ ସଠିକ ପରିମାଣର ଖାଦ୍ୟ ମଧ୍ୟ ଖାଇ ହୁଏ ।

- ଭାରତୀୟ ପରମ୍ପରା ଅନୁଯାୟୀ ସପରିବାର ତଳେ ବସି ଏକାଠି ହାତରେ ଖାଦ୍ୟ ଖାଇଥାଆନ୍ତି । ଫଳରେ ଖାଦ୍ୟ ସହ ମଣିଷର ଏକ ନିଆରା ସମ୍ପର୍କ ସ୍ଥାପନ ହେବା ସହ ପରିବାରେ ମଧ୍ୟ ସୁଖ ସମୃ୍ଦ୍ଧି ବଜାୟ ରୁହେ ।

- ହାତ ଓ ପାକସ୍ଥଳୀ କିଛି ଏପରି ଜୀବାଣୁ ଥାଆନ୍ତି ଯାହା ଶରୀରର ପାଚନ ଶକ୍ତି ବଢାଇଥାଆନ୍ତି । ହାତରେ ଖାଇବା ଦ୍ବାରା ଏହି ଜୀବାଣୁ ସହଜରେ ଶରୀରରେ ପ୍ରବେଶ କରନ୍ତି ଏବଂ ପାଚନ କ୍ରିୟା ଶୁଦ୍ଧ ହୋଇଥାଏ ।

- ଚାମୁଚରେ ଖାଇବା ଦ୍ବାରା ଶରୀରରେ ବ୍ଲଡ ସୁଗାର ଅନିୟନ୍ତ୍ରିତ ହୋଇଥାଏ । ଯାହା ଟାଇପ-2 ଡାଇବେଟିସ ରୋଗୀଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଥାଏ । କିନ୍ତୁ ହାତରେ ଖାଇବା ଦ୍ବାରା ମଧୁମେହ ରୋଗୀମାନେ ସାମାନ୍ୟତଃ ଧିରେ ଖାଦ୍ୟ ଗ୍ରହଣ କରିଥାଆନ୍ତି । ଯାହା ସେମାନଙ୍କ ରୋଗଙ୍କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.