ETV Bharat / bharat

ବିଜେପିକୁ ସମର୍ଥନ ପରେ ‘କ୍ଲିନ’ ହେଲେ ଅଜିତ ପାୱାର ! 9ଟି ବଡ ମାମଲାର ଯାଞ୍ଚ ବନ୍ଦ - ଜଳସେଚନ ଦୁର୍ନୀତି ମାମଲାରେ ଅଜିତ ପାୱାରଙ୍କୁ କ୍ଲିନଚିଟ୍‌

ଦୁର୍ନୀତି ନିବାରଣ ବ୍ୟୁରୋ-ACB ୭୦ ହଜାର କୋଟିର ଜଳସେଚନ ଦୁର୍ନୀତି ମାମଲାରେ ଅଜିତ ପାୱାରଙ୍କୁ କ୍ଲିନ୍‌ଚିଟ୍‌ ଦେଇଛି  । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 25, 2019, 7:02 PM IST

ମୁମ୍ବାଇ: ବିଜେପିକୁ ସମର୍ଥନ ପରେ ‘କ୍ଲିନ’ ହୋଇଗଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର । ବିଜେପିକୁ ସମର୍ଥନର 48 ଘଣ୍ଟା ଭିତରେ ଅଜିତ ପାୱାରଙ୍କୁ ଜଳସେଚନ ଦୁର୍ନୀତିର 9ଟି ମାମଲାକୁ ବନ୍ଦ କରି ଦିଆଯାଇଛି । ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ସୂତ୍ର ମୁତାବକ ଜଳସେଚନ ଘୋଟାଲାରେ ସମ୍ବନ୍ଧିତ 3000 ପ୍ରୋଜେକ୍ଟସ୍‌ର ଯାଞ୍ଚ ଘେରରେ ରହିଥିବା ବେଳେ ଉପଯୁକ୍ତ ପ୍ରମାଣ ଅଭାବରୁ 9ଟି ମାମଲାକୁ ବନ୍ଦ କରିଦିଆଯାଇଛି ।

irrigation scam probe against ncp leader ajit pawar
ଫଟୋ ସୌଜନ୍ୟ: ଏଏନଆଇ

ସୂଚନା ଅନୁଯାୟୀ ଦୁର୍ନୀତି ନିବାରଣ ବ୍ୟୁରୋ-ACB ୭୦ ହଜାର କୋଟିର ଜଳସେଚନ ଦୁର୍ନୀତି ମାମଲାରେ ଅଜିତଙ୍କୁ କ୍ଲିନ୍‌ଚିଟ୍‌ ଦେଇଛି । ଏସିବି ଡିଜି ପରମବୀର ସିଂହ କ୍ଲିନଚିଟ ପ୍ରଦାନ ମାମଲରେ ଅନେକ ଖବରକୁ ଖଣ୍ଡନ କରିଛନ୍ତି । କ୍ଲିନଚିଟ୍‌ ମିଳିଥବା 9ଟି ମାମଲାରେ ଅଜିତଙ୍କ ସମ୍ପୃକ୍ତି ନଥିବା ସେ ସ୍ପଷ୍ଟ କରିଛନ୍ତି ।

ଏହାପୂର୍ବରୁ ଏସିବି ସୂତ୍ର ଅନୁଯାୟୀ ଜଳସେଚନ ଦୁର୍ନୀତିରେ କିଛି ମାମଲାକୁ କିଛି ସର୍ତ୍ତ ଅନୁଯାୟୀ ବନ୍ଦ କରାଯାଇଛି । ମାତ୍ର ଭବିଷ୍ୟରେ ଆବଶ୍ୟକ ପଡିଲେ କିମ୍ବା ଅତିରିକ୍ତ ସୂଚନା ମିଳିଲେ ପୂନର୍ବାର ଯାଞ୍ଚ କରାଯିବ ।

ଏହି ଘଟଣା ପରେ ବିରୋଧୀ ବିଜେପିକୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ବିଟ କରି କଟାକ୍ଷ କରିଛନ୍ତି । ବିଜେପି ଓ ଅଜିତ ପାୱାର ମହାରାଷ୍ଟ୍ର ଗଣତନ୍ତ୍ରର ବସ୍ତ୍ରହରଣ ଅଧ୍ୟାୟକୁ ଉଜାଗର କରିଛନ୍ତି ବୋଲି କହିଛନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.