ପାଟନା : ରେଳଯାତ୍ରୀଙ୍କ ପାଇଁ ଖୁସିଖବର । ଏବେ ଯାତ୍ରା ସମୟରେ ଯାତ୍ରୀ ନିଜ ମନପସନ୍ଦର ଖାଦ୍ୟ ଖାଇ ପାରିବେ । ରେଳରେ ଲିଟି ଚୋଖା,ଦହି ଚୁଡା ଓ ଆମିଷ ଟିଫିନ ଉପଲବ୍ଧ ହେବ । ପେଣ୍ଟ୍ରି ବଏ ହାଲୋ ହାଏ. ଗୁଡମର୍ଣ୍ଣି କହି ପରିସିବେ ଖାଦ୍ୟ । ବଦଳିବ ରେଳଯାତ୍ରାର ଢାଞ୍ଚା । ଆପଣଙ୍କ ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ଚେଷ୍ଟା କରୁଛି ରେଳବାଇ ।
ବିହାରର ରେଳ ଗୁଡିକରେ କାର୍ଯ୍ୟକାରୀ ହେବ ଏହି ନୂଆ ଯୋଜନା । ଆଇଆରସିଟିସି କ୍ଷେତ୍ରୀୟ ପ୍ରବନ୍ଧକ ରାଜେଶ କୁମାରଙ୍କ କହିବା ଅନୁସାରେ, ବିହାରୀ ଖାଦ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ରେଳବାଇ ପକ୍ଷରୁ ଏହି ଯୋଜନା ସାମିଲ କରାଯାଇଛି । ଆଇଆରସିଟିସି କୋଲକାତା ସ୍ଥିତ ମୁଖ୍ୟାଳୟରେ ପାଟନା ସ୍ଥିତ କାର୍ଯ୍ୟାଳୟକୁ ବ୍ୟଞ୍ଜନର ତାଲିକା ପଠାଇଛି । ସେହି ସମାନ ତାଲିକା ହୋଟେଲ ପ୍ରବନ୍ଧନ ସଂସ୍ଥାନ(IHM )କୁ ପଠାଯାଇଛି ଯାତ୍ରୀଙ୍କ ପାଇଁ ଏହା କେତେ ଦୂର ଠିକ ହେବ ତାହକୁ ନେଇ ଯାଞ୍ଚ କରାଯାଉଛି ।
ସାଧରଣତଃ ଦକ୍ଷିଣ ଭାରତର ରେଳ ଗୁଡିକରେ ଇଡଲୀ,ଦୋସା ଓ ପଶ୍ଚିମ ଭାରତରେ ମଧ୍ୟ ସ୍ଥାନୀୟ ବ୍ୟଞ୍ଜନ ଯାତ୍ରୀଙ୍କୁ ପରସାଯାଏ । ତେଣୁ ବିହାର ଏବଂ ମୁଜାପାରପୁରର ଦେଇ ଯାତ୍ରା କରୁଥିବା ରେଳ ଗୁଡିକରେ ଦହି ଚୁଡା ଉପଲବ୍ଧ ହେବ । ଆମିଷ ଖାଉଥିବା ଯାତ୍ରୀଙ୍କ ପାଇଁ ଲିଟି ଚିକେନ ,ଦାଲପୁଡି ସହ ତରକାରୀ ଓ ଛତୁ ପରଟା, ଖେଚିଡିର ମଜା ନେଇପାରିବେ ଯାତ୍ରୀ ।