ETV Bharat / bharat

ଟ୍ରମ୍ପ ଖେଳିଛନ୍ତି ଜୁଆ: ଇରାନ୍‌ର ପରୋକ୍ଷ ଯୁଦ୍ଧରେ ଲାଗିବ କି ରୋକ୍‌ ? - ଆମେରିକା-ଇରାନ ଯୁଦ୍ଧ

କାସିମ୍‌ ସୁଲେମାନୀଙ୍କୁ ନିହତ କରିଛି ଆମେରିକା ସେନା। ଏହା ସମଗ୍ର ମଧ୍ୟପ୍ରାଚ୍ୟରେ ବୈଦେଶିକ ସମ୍ପର୍କ ଓ ରାଜନୈତିକ ଅବସ୍ଥିତିକୁ ଦୋହଲାଇ ଦେଇଛି। ତା’ ଛଡ଼ା ଆମେରିକାର ଆଭ୍ୟନ୍ତରୀଣ ରାଜନୀତିକ ପରିସ୍ଥିତି ମଧ୍ୟ ଏହାଦ୍ଵାରା ପ୍ରଭାବିତ ହୋଇଛି। ଏ ବାବଦରେ ଆମେରିକୀୟ ଟେଲିଭିଜନ ବିତର୍କଙ୍କ ସମେତ ବିଶେଷଜ୍ଞମାନେ ମତ ଦେଉଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ଆଦେଶ ଦ୍ଵାରା ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଅବଶ୍ୟ ସୁଲେମାନୀର ପରୋକ୍ଷ ଆକ୍ରମଣ ଦ୍ଵାରା ଅତୀତରେ ଆମେରିକା ଓ ଏହାର ସହଯୋଗୀଙ୍କ ପ୍ରଭୂତ କ୍ଷତି ହୋଇଛି। କିନ୍ତୁ ଏହାର ପରବର୍ତ୍ତୀ ସ୍ଥିତି ଓ ପରିସ୍ଥିତି କଣ ହେଉଛି ତାହା ବର୍ତ୍ତମାନ ସମଗ୍ର ବିଶ୍ବ ପାଇଁ ବଡ଼ ସମସ୍ୟା ।

Iran US
Iran US
author img

By

Published : Jan 8, 2020, 7:47 PM IST

ୱାଶିଂଟନ୍‌: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଦେଶକ୍ରମେ ଇରାନ୍‌ର କୁଦସ୍‌ ବାହିନୀ କମାଣ୍ଡର ମେଜର ଜେନେରାଲ କାସିମ୍‌ ସୁଲେମାନୀଙ୍କୁ ନିହତ କରିଛି ଆମେରିକା ସେନା। ଏହା ସମଗ୍ର ମଧ୍ୟପ୍ରାଚ୍ୟରେ ବୈଦେଶିକ ସମ୍ପର୍କ ଓ ରାଜନୈତିକ ଅବସ୍ଥିତିକୁ ଦୋହଲାଇ ଦେଇଛି। ତା’ ଛଡ଼ା ଆମେରିକାର ଆଭ୍ୟନ୍ତରୀଣ ରାଜନୀତିକ ପରିସ୍ଥିତି ମଧ୍ୟ ଏହାଦ୍ଵାରା ପ୍ରଭାବିତ ହୋଇଛି। ଏ ବାବଦରେ ଆମେରିକୀୟ ଟେଲିଭିଜନ ବିତର୍କଙ୍କ ସମେତ ବିଶେଷଜ୍ଞମାନେ ମତ ଦେଉଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ଆଦେଶ ଦ୍ଵାରା ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟିହୋଇଛି। ଅବଶ୍ୟ ସୁଲେମାନୀର ପରୋକ୍ଷ ଆକ୍ରମଣ ଦ୍ଵାରା ଅତୀତରେ ଆମେରିକା ଓ ଏହାର ସହଯୋଗୀଙ୍କ ପ୍ରଭୂତ କ୍ଷତି ହୋଇଛି। କିନ୍ତୁ ପରିସ୍ଥିତିକୁ ଏଡ଼ାଇବା ଲାଗି ଆମେରିକାର ପୂର୍ବତନ ରାଷ୍ଟ୍ରପତିମାନେ କେବେ ସୁଲେମାନୀଙ୍କୁ ସବୁଦିନ ଲାଗି ହଟାଇଦେବା ପାଇଁ ନିଷ୍ପତ୍ତି ନେଇପାରୁ ନଥିଲେ। ଏଣୁ ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଆଗକୁ ଯୁଦ୍ଧ ରୂପ ନେଇପାରେ। ଏଣୁ ଟ୍ରମ୍ପଙ୍କ ଏଭଳି ଏକ ଦୁଃସାହସର ପରିଣତି ଉତ୍କଟ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ନିଷ୍ପତ୍ତିର ପରିଣତି କ’ଣ ହେବ ତାହା ଆସନ୍ତା କିଛି ମାସ ଭିତରେ ସ୍ପଷ୍ଟ ହୋଇଯିବ। ବାସ୍ତବରେ ଏପରି ଏକ ଦୁଃସାହସର ଆବଶ୍ୟକ ଥିଲା କି ନଥିଲା ତାହାବି ଜଣାପଡ଼ିବ। କିନ୍ତୁ ଏହା ପୂର୍ବରୁ ଆମେରିକାର ବୈଦେଶିକ ସଚିବ ମାଇକ୍‌ ପୋମ୍ପେଓ ଡ୍ରୋନ୍‌ ଆକ୍ରମଣର କିଛି ସମୟ ପରେ ସ୍ପଷ୍ଟ କରିସାରିଛନ୍ତି ଯେ, ‘ଆମେରିକା କେବେ ବି ଇରାନ୍‌ ସହ ଯୁଦ୍ଧ ଚାହେଁ ନାହିଁ କି ଶାସନରେ ପରିବର୍ତ୍ତନ ବି ଚାହେଁ ନାହିଁ’ । ନିଜର ଶକ୍ତି ଓ ସାମର୍ଥ୍ୟ ତଥା ପରିସ୍ଥିତିକୁ ଆକଳନ କରିଲେ ଇରାନ୍‌ କଦାପି ଏକ ପୂର୍ଣ୍ଣକାଳୀନ ଯୁଦ୍ଧ ଚାହିଁବ ନାହିଁ। ଯଦିଓ ଏହା ଆମେରିକା ବିରୋଧରେ ପ୍ରତିଶୋଧ ନେବ ଏବଂ ମଧ୍ୟ ପ୍ରାଚ୍ୟରେ ମୁତୟନ ଆମେରିକାର ସୈନିକଙ୍କୁ ନିଶ୍ଚିହ୍ନ କରିବା ଲାଗି ଧମକ ଦେଇଛି କିନ୍ତୁ ଆମେରିକା ବିପକ୍ଷରେ ତାହାର ବିଜୟ ହେବ ନାହିଁ- ତାହା ସେ ଭଲ ଭାବେ ଜାଣିଛି। ବାସ୍ତବରେ ଇରାନର ଏହି ପ୍ରତିଶୋଧମୂଳକ ଧମକ ତଥା ଜବାବ ସବୁ ଆମେରିକାର ଅର୍ଥନୈତିକ କଟକଣା ଦ୍ଵାରା ସେ ଦେଶ ଭୋଗୁଥିବା ସଙ୍କଟକୁ ଲୁଚାଇବାର ଗୋଟିଏ ଗୋଟିଏ ପ୍ରୟାସ ବୋଲି ଆମେ କହିପାରିବା।

ପ୍ରତିଶୋଧର ପ୍ରଥମ ପ୍ରତିକ୍ରିୟା ସ୍ଵରୂପ ଇରାନ୍‌ ମଙ୍ଗଳବାର ଦିନ ଇରାକ୍‌ରେ ମୁତୟନ ଆମେରିକୀୟ ସୈନ୍ୟ ଶିବିର ଆଡ଼କୁ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଏହି ପ୍ରତି ଆକ୍ରମଣ ପରେ ଏହା ଆଶା କରାନଯାଉ ଯେ ଆମେରିକା ଯେସାକୁ ତେସା ନ୍ୟାୟରେ ପୁଣିଥରେ ଆକ୍ରମଣ କରିବ। ଇରାନ ମଧ୍ୟ ଏପରି ଭୁଲ ଆକଳନରୁ ବିରତ ରହୁ। ଆମେରିକା ଓ ଇରାନ ମଧ୍ୟରେ ସମ୍ପ୍ରତି ଯେଉଁ ଆକ୍ରମଣ ଓ ପ୍ରତି ଆକ୍ରମଣ ଘଟଣାସବୁ ଚାଲିଛି ପ୍ରକୃତରେ ଏହାର ନିଅଁ କେବେଠୁ ପଡ଼ିଲା ଜାଣନ୍ତି? ଗତ ଗ୍ରୀଷ୍ମରେ ଯେତେବେଳେ ଏକ ଆମରିକୀୟ ଡ୍ରୋନ୍‌କୁ ଇରାନ୍‌ ଖସାଇ ଦେଲା ସେବେଠାରୁ ଏହି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଟ୍ରମ୍ପ ଏହାର ଜବାବ ସ୍ଵରୂପ ଏକ ଆକ୍ରମଣ ପାଇଁ ଯୋଜନା କରିଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ସେଥିରେ ରୋକ୍‌ ଲଗାଯାଇଥିଲା।

ଏହାପରେ ସେପ୍ଟେମ୍ବର ମାସରେ ଇରାନ୍‌, ସାଉଦି ଆରବରେ ଥିବା ଆମେରିକାର ବିଭିନ୍ନ ଅବସ୍ଥିତି ଉପରେ ଆକ୍ରମଣ କରିଥିଲା। ବିଗତ ଡିସେମ୍ବର ୨୭ ତାରିଖରେ କିର୍‌କୁକ୍‌ ସାମରିକ କ୍ୟାମ୍ପ ଉପରେ ଇରାନ୍‌ର ଆକ୍ରମଣ ଦ୍ଵାରା ଜଣେ ଆମେରିକୀୟ ଠିକାଦାରଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଟ୍ରମ୍ପ ଇରାକ୍‌ରେ ଥିବା ଇରାନ୍‌ର ସହାୟକ ଗୋଷ୍ଠୀ ତଥା ଇରାକର ଚରମପନ୍ଥୀ ଓ ସିଆ ଆତତାୟୀ କତୈବ ହେଜବୁଲ୍ଲାଙ୍କ ଉପରକୁ ଆକ୍ରମଣ କରିଥିଲା। ଏହାଦ୍ଵାରା ୨୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଆତତାୟୀ ସଂଗଠନର ନେତା ହେଉଛନ୍ତି ମେହଦୀ ଆଲ୍‌ ମୁହନ୍ଦିସ୍‌। ସୁଲେମାନୀଙ୍କ ଉପରକୁ ଡ୍ରୋନ୍‌ ଆକ୍ରମଣ ସମୟରେ ସେ ସେଠାରେ ଥିଲେ ଏବଂ ଏଥିରେ ତାଙ୍କର ବି ମୃତ୍ୟୁ ଘଟିଛି। କତୈବ ହିଜବୁଲ୍ଲା ଉପରେ ଆକ୍ରମଣ ଘଟଣା ପରେ ବାଗଦାଦ୍‌ରେ ଥିବା ଆମେରିକୀୟ ଦୂତାବାସକୁ ବିକ୍ଷୋଭକାରୀମାନେ ଘେରାଉ କରିଥିଲେ।

ସେମାନେ ଦୂତାବାସର ଅଭ୍ୟର୍ଥନା ଅଞ୍ଚଳ ଯାଏ ପ୍ରବେଶ କରି ସେଠାରେ ଥିବା ରାଷ୍ଟ୍ରଦୂତଙ୍କୁ ଅଟକ ରଖିବାକୁ ଚାହିଁଥିଲେ। ନୂଆବର୍ଷର ଅବ୍ୟବହିତ ପୂର୍ବରୁ ଏପରି ଘଟଣା ଟ୍ରମ୍ପ ପ୍ରଶାସନ ପାଇଁ ଏକ ଅପମାନ ଥିଲା। ଏହାର ପ୍ରତ୍ୟୁତ୍ତରରେ ଟ୍ରମ୍ପ ସୁଲେମାନୀଙ୍କୁ ହତ୍ୟା କରିବାକୁ ଆଦେଶ ଦେଇଥିଲେ। ଯଦିଓ ଏହି ଆକ୍ରମଣ ପାଇଁ ଦିଆଯାଇଥିବା ଆଦେଶ ଆମେରିକାର ସୈନ୍ୟ, ସମ୍ପତ୍ତି ତଥା ନାଗରିକଙ୍କୁ ଭବିଷ୍ୟତର ଅବଶ୍ୟମ୍ଭାବୀ ଆକ୍ରମଣରୁ ବଞ୍ଚାଇବା ଲାଗି ଉଦ୍ଦିଷ୍ଟ ଥିଲା ବୋଲି ବିଧିବଦ୍ଧ ବାର୍ତ୍ତାରେ ଦର୍ଶାଯାଇଛି କିନ୍ତୁ ବାସ୍ତବରେ ଏହା ଇରାକ୍‌ରେ ଆମେରିକୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣର ଏକ ଜବାବ ଥିଲା। ଏ ଭିତରେ ଇରାକ ସଂସଦ ଏକ ସଂକଳ୍ପ ପାରିତ କରିଛନ୍ତି। ଏଥିରେ ଉଲ୍ଲେଖ ଅଛି ଯେ, ସେମାନେ ଇରାକ୍‌ରେ ଆମେରିକୀୟ ସୈନ୍ୟ ଏବଂ ଅସ୍ତିତ୍ଵକୁ ବିନାଶ କରିବେ।

କିନ୍ତୁ ବଡ଼କଥା ହେଲା ଏହି ପ୍ରସ୍ତାବ ପାରିତ ହେଉଥିବା ସମୟରେ ଏହାକୁ ସମର୍ଥନ କରିବା ଲାଗି ସୁନି ଓ କୁର୍ଦ ସାଂସଦମାନେ ଉପସ୍ଥିତ ନଥିଲେ। ଅପରପକ୍ଷେ କିଛି ଇରାକୀ ଓ ସିରିୟା ଅଧିବାସୀ ସୁଲେମାନଙ୍କ ନିହତ ଖବର ଶୁଣି ଆଶ୍ଵସ୍ତି ପ୍ରକାଶ କରିଛନ୍ତି କାରଣ, ସୁଲେମାନୀ ଅନେକ ସମୟରେ ତାଙ୍କ ଦେଶୀୟ ବ୍ୟାପାରରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଥିଲେ। ସିରିୟାରେ ସୁଲେମୋନୀର କାର୍ଯ୍ୟକଳାପ କେବଳ ଏ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ପାଇଁ ଉଦ୍ଦିଷ୍ଟ ଥିଲା, ତାହା ନୁହେଁ। ଏ ଅଞ୍ଚଳ ବାହାରେ ମଧ୍ୟ ସୁଲେମାନୀ ନିଜର ଆତତାୟୀ କାର୍ଯ୍ୟକଳାପ ଜାରି ରଖିଥିଲା। ଯୁଦ୍ଧ ସମୟରେ ଆତତାୟୀ ଗୋଷ୍ଠୀଙ୍କୁ ସୁରକ୍ଷା ଦେବା ଲାଗି ସୁଲେମାନୀ ସେମାନଙ୍କୁ ସିରିୟାରୁ ଉଠାଇ ନେଇ ଲେବାନନ୍‌ରେ ସୁରକ୍ଷିତ ଭାବେ ରଖିଥିଲା। ମଧ୍ୟ ପ୍ରାଚ୍ୟ ରାଜନୀତି ତଥା ରଣନୀତି ସମ୍ପର୍କରେ ଗବେଷଣା କରୁଥିବା ବିଦ୍ଵାନ୍‌ କିମ୍‌ ଘଟାସ୍‌ ଏହି ମତ ଦେଇଛନ୍ତି। ଏପରିକି ସୁଲେମାନୀର କାର୍ଯ୍ୟକଳାପ ନୂଆଦିଲ୍ଲୀ ଯାଏ ବି ବ୍ୟାପି ଥିଲା। ୨୦୧୨ ଫେବୃୟାରୀରେ ନୂଆଦିଲ୍ଲୀରେ ଇସ୍ରାଏଲ୍‌ କୂଟନୀତିକ ଅଧିକାରୀମାନେ ଯାଉଥିବା ଏକ କାର୍‌ ଉପରକୁ ଆକ୍ରମଣ ପଛରେ ସୁଲେମାନୀର ହାତ ଥିଲା। ଏଥିରେ ୪ ଜଣ ଆହତ ହୋଇଥିଲେ।

ନିଜ ମାଟିରେ ମଧ୍ୟ ସୁଲେମାନୀର ଦୌରାତ୍ମ୍ୟ କିଛି କମ୍‌ ନଥିଲା। ଯେତେବେଳେ ଦେଶରେ ରନ୍ଧନ ଗ୍ୟାସ୍‌ ଦରକୁ ୨୦୦ ପ୍ରତିଶତ ବଢ଼ାଇ ଦିଆଗଲା ସାରା ଦେଶରେ ଲୋକେ ତାହାକୁ ନେଇ ପ୍ରତିବାଦ କଲେ। ଏହାକୁ ପ୍ରତିହତ କରିବା ପାଇଁ ସାତ ଦିନ କାଳ ଇଣ୍ଟରନେଟ୍‌ ବନ୍ଦ କରିଦିଆଗଲା। ଏହି ସମୟରେ ୧୦୦୦ରୁ ଅଧିକ ପ୍ରତିବାଦକାରୀଙ୍କୁ ହତ୍ୟା କରାଯାଇଥିବାର ଏଟର ରିପୋର୍ଟରୁ ଜଣାପଡ଼େ। ଏସବୁଥିରେ ସୁଲେମାନୀର ହାତ ଥିଲା ବୋଲି ସନ୍ଦେହ କରାଯାଉଛି। ତଥାପି ଅନେକ ଇରାନୀୟ ସୁଲେମାନୀଙ୍କୁ ଜଣେ ବିପ୍ଲବୀ, ବିଚକ୍ଷଣ ସାମରିକ ନେତା ଭାବେ ଗ୍ରହଣ କରନ୍ତି। ଏପରିକି ଆର୍ଜେଣ୍ଟିନାର ଲେଖକ ଚେ ଗବେରାଙ୍କ ସହ ତାଙ୍କୁ ତୁଳନା କରନ୍ତି।

ଏହା ବି ବିଶ୍ଵାସ କରନ୍ତି ଯେ , ସେ ହିଁ ଏକମାତ୍ର ବ୍ୟକ୍ତି ଯିଏ ଆମେରିକା ଏବଂ ଆଇଏସ୍‌ଆଇଏସ୍‌ ବିରୋଧରେ ଲଢ଼େଇ କରିବାର ଶକ୍ତି ରଖିଥିଲେ। କିନ୍ତୁ ଇରାନ୍‌ ବିଶେଷଜ୍ଞ କାରିମ୍‌ ସାଦ୍‌ଜାଦ୍‌ପୋରଙ୍କ କହିବା ଅନୁସାରେ ସୁଲେମାନଙ୍କ ମୃତ୍ୟର ପ୍ରଭାବ ଇରାନ୍‌ ଜନସାଧାରଣଙ୍କ ଉପରେ ଅସ୍ଥାୟୀ ହେବ। ସମୟ କ୍ରମେ ଲୋକେ ଏହାକୁ ଭୁଲିଯିବେ ଓ ନିଜ ନିଜ କାମକୁ ଫେରିଯିବେ। ଇରାକ୍‌ରେ ଆମେରିକୀୟ ବାହିନୀକୁ ହତ୍ୟାର ପ୍ରତିଶୋଧ ନେବା ଲାଗି ସେ ଦେଶର ଜଣେ ସେନା ଜେନେରାଲ୍‌ଙ୍କୁ ହତ୍ୟା କରିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ଆଦେଶ ଦେବା ଏବଂ ତାହା ଠିକଣା ଭାବେ ରୂପାୟନ ହେବା ବିଷୟ ଆମେରିକାରେ ମଧ୍ୟ ଚର୍ଚ୍ଚା ପାଇଁ ଅନେକ ଖୋରାକ ଯୋଗାଇଛି। ଡେମୋକ୍ରାଟ୍‌ମାନେ ସୁଲେମାନୀର ହତ୍ୟାକୁ ସ୍ଵାଗତ କରିଛନ୍ତି କିନ୍ତୁ ଯେଉଁ ପ୍ରକାରେ ଏଥିଲାଗି ଆଦେଶ ଦିଆଯାଇଛି ତାହାର ଆଇନଗତ ଦିଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଏହି ଆକ୍ରମଣ ଇରାନ୍‌ ପାଇଁ ଯୁଦ୍ଧ ଡାକରାକୁ ଆହ୍ବାନ ପରି ହୋଇପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ହାଉସ୍‌ ଜୁଡିସିଆରି କମିଟିର ଅଧ୍ୟକ୍ଷ ଜେରି ନାଦ୍‌ଲର କହିଛନ୍ତି ଯେ, ‘ସୁଲେମାନୀ ଏକ ଭୟଙ୍କର ଆତଙ୍କୀ ଥିଲା। ଯିଏ ବିଭିନ୍ନ ସ୍ଥାନରେ ଆତଙ୍କ ସୃଷ୍ଟି କରିଥିଲା। ହେଲେ ତାଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନକୁ ଯୁଦ୍ଧ ଆଶଙ୍କା କରି କଂଗ୍ରେସ ରାଷ୍ଟ୍ରପତିଙ୍କୁ ଏଥିଲାଗି ଅନୁମୋଦନ ଦେଉ ନଥିଲା। ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଆମେ ପ୍ରଶମିତ କରିବା ଲାଗି ଉଦ୍ୟମ କରିବା ଆବଶ୍ୟକ, ନହେଲେ ଆକ୍ରମଣ- ପ୍ରତିଆକ୍ରମଣକୁ ତାହା ଉସ୍‌କାଇବ’। ଜେରୀ ନାଦ୍‌ଲର୍‌ଙ୍କ ଏହି ଉକ୍ତି ପରୋକ୍ଷରେ ଅନେକଙ୍କ ପ୍ରଶ୍ନର ଉତ୍ତର ଦେଇଛି। ସୁଲେମାନୀଙ୍କ ହତ୍ୟା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିବା ଡେମୋକ୍ରାଟ ନେତାମାନଙ୍କୁ ଦ୍ଵନ୍ଦ୍ଵରେ ପକାଇଦେଇଛି। କାରଣ ସେମାନେ ସବୁବେଳେ ସ୍ଵାସ୍ଥ୍ୟସେବା ପରି ଘରୋଇ ସମସ୍ୟା ବାବଦରେ ଯୁକ୍ତି ଉପସ୍ଥାପନ କରି ସରକାରୀ ଦଳକୁ ସମାଲୋଚନା କରିଥାଆନ୍ତି। ଏବେ ବୈଦେଶିକ ବ୍ୟାପାର ଭଳି ଏକ ଗମ୍ଭୀର ସମସ୍ୟାରେ ସେମାନଙ୍କ ଆଭିମୁଖ୍ୟ କ’ଣ ହେବ ତାହା ଚିନ୍ତାର କାରଣ ହୋଇଛି। ଏହାର ଏକ ଉଦାହରଣ ଏଠାରେ ଦିଆଯାଇପାରେ।

ଏଲିଜାବେଥ୍‌ ୱାରେନ୍‌ ଜାନୁୟାରୀ ୨ ତାରିଖର ଟ୍ବିଟ୍‌ରେ ସୁଲେମାନୀଙ୍କୁ ଜଣେ ‘ହତ୍ୟାକାରୀ’ ବୋଲି ବର୍ଣ୍ଣନା କରିଥିବାବେଳେ ଏବେ ‘ସେ ଜଣେ ସରକାରୀ କର୍ମଚାରୀ’ ଥିଲେ ବୋଲି ଅଭିହିତ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ସମୟକାଳରେ ଆମେରିକାର ପ୍ରତିରକ୍ଷା ସଚିବ ଥିବା ଲିଓନୀ ପାନେଟ୍ଟା ଏହାକୁ ଟ୍ରମ୍ପଙ୍କ ଶାସନ କାଳର ସବୁଠାରୁ ବଡ଼ ପରୀକ୍ଷାର ବେଳ ବୋଲି କହିଛନ୍ତି। କାରଣ ଗଲା ତିନି ବର୍ଷ ଭିତରେ ଟ୍ରମ୍ପ ଆମେରିକାର ମିତ୍ର ଦେଶମାନଙ୍କ ମଜାକ୍‌ ଉଡ଼ାଇଛନ୍ତି। ସେହିପରି ବିରୋଧୀମାନଙ୍କୁ ବେଖାତିର କରିଛନ୍ତି ଆଉ ଗୁଇନ୍ଦା ସଂସ୍ଥାମାନଙ୍କର ମଧ୍ୟ ନିନ୍ଦା କରିଛନ୍ତି। ଏବେ ଏହି ଆକ୍ରମଣ ପରେ ସେ ନିଜର କିଛି ସପକ୍ଷବାଦୀ, ଯେଉଁମାନେ ଟ୍ରମ୍ପଙ୍କ ଉପରେ ଭରସା କରୁଥିଲେ ଆଉ କହୁଥିଲେ ତାଙ୍କ ସମୟକାଳରେ ଆଉ ଯୁଦ୍ଧ ଅନ୍ତ ହେବ, ସେମାନେ ବି ଟ୍ରମ୍ପଙ୍କ ଉପରୁ ଆସ୍ଥା ତୁଟାଇଛନ୍ତି।

ସଂକ୍ଷେପରେ ଏହା କୁହାଯାଇପାରେ ଯେ, ଟ୍ରମ୍ପ ଇରାନ୍‌ ଜେନେରାଲ୍‌ଙ୍କ ହତ୍ୟା ପାଇଁ ଆଦେଶ ଦେଇ ଏକ ଜୁଆ ଖେଳ ଖେଳିଛନ୍ତି। କିନ୍ତୁ ବଡ଼ ପ୍ରଶ୍ନ ହେଉଛି, ଇରାନ୍‌ ଚଳାଇଥିବା ପରୋକ୍ଷ ଯୁଦ୍ଧକୁ ରୋକ୍‌ ଦେବା ଲାଗି ଏହା କିଛି ପ୍ରଭାବ ପକାଇବ ନା ତାହାକୁ ପ୍ରୋତ୍ସାହନ ଦେବ।

ସୀମା ଆରୋହୀ, ବରିଷ୍ଠ ସାମ୍ବାଦିକ, ୱାସିଂଟନ୍‌ ଡିସି

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.