ETV Bharat / bharat

ତେଲ ଟ୍ୟାଙ୍କର ଉପରେ ମିସାଇଲ ମାଡ଼ ସନ୍ଦେହ, ବଢିପାରେ ତେଲ ଦର - IRAN OIL TANKER

ସାଉଦି ଆରବ ଉପକୂଳ ଠାରୁ ଶହେ କିଲୋମିଟର ଦୂରରେ ଥିବା ଏକ ତୈଳ ଜାହାଜ ଉପରକୁ ମିସାଇଲ ମାଡ଼ କରାଯାଇଥିବା ଜଣାପଡ଼ିଛି । ଏଥିରେ ଏକ ତୈଳବାହୀ ଜାହାଜର ଅଗ୍ରଭାଗ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 12, 2019, 9:33 AM IST

ତେହେରାନ: ଇରାନୀ ତେଲ ଟ୍ୟାଙ୍କର ଉପରେ ମିସାଇଲ ମାଡ଼ । ସାଉଦି ଆରବର ଉପକୂଳ ଅଞ୍ଚଳରେ ଏହି ଟ୍ୟାଙ୍କର ଉପରେ ମିସାଇଲ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଇରାନ ତୈଳ ଜାହାଜ ଉପରେ ଦୁଇ ଥର ଏହି ମିସାଇଲ ମାଡ଼ କରାଯିବା କାରଣରୁ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

iran oil tanker
ତେଲ ଟ୍ୟାଙ୍କର ଉପରେ ମିସାଇଲ ମାଡ଼ ସନ୍ଦେହ

ମିଳିଥିବା ସୂଚନା ମୁତାବକ ଇରାନର ତୈଳ ଜାହାଜ ସାବିତି ଉପରେ ମିସାଇଲ ମାଡ଼ ହୋଇଥିବା ସୂଚନା ଦିଆଯାଇଛି । ଜାହାଜଟି ସାଉଦିର ଜେହାଦ ବନ୍ଦର ନିକଟରେ ଥିବା ବେଳେ ଏହାର ସମ୍ମୁଖ ଭାଗରେ ମାଡ଼ ହୋଇଥିବା ଜଣାପଡ଼ିଛି । ଏହି ଜାହାଜ ଉପରେ ଦୁଇଥର ମାଡ଼ କରାଯାଇଥିବା ଜଣାପଡ଼ିଛି । ତେବେ ନିକଟ ଅତୀତରେ ସାଉଦି ଆରବର ଦୁଇ ବଡ଼ ତୈଳ କୂପ ଉପରେ ମଧ୍ୟ ସମାନ ଢଙ୍ଗରେ ମିସାଇଲ ମାଡ଼ କରାଯାଇଥିଲା । ଫଳରେ ଟନ ଟନ ତେଲ ନଷ୍ଟ ହୋଇଥିବା ବେଳେ ଦୁଇଗୁଣା ତୈଳ ଦର ଦୁଇ ପ୍ରତିଶତ ବୃଦ୍ଧି ପାଇପାରେ ବୋଲି ସୂଚନା ମିଳିଛି ।

ସେପଟେ ଏନଆଇଟିସି ପକ୍ଷରୁ ମିଳିଥିବା ସୂଚନା ମୁତାବକ ସାଉଦୀ ଉପକୂଳରୁ 100 କିମି ଦୂରରେ ଥିବା ସାବିତି ଜାହାଜରେ ଦୁଇଟି ଉଚ୍ଚ ଶକ୍ତି ସମ୍ପନ୍ନ ବିସ୍ଫୋରଣ ହୋଇଥିବା । ମିସାଇଲ ଦ୍ବାରା ଏହି ଆକ୍ରମଣ ହୋଇଥିବା ତୈଳ କମ୍ପାନୀ ପକ୍ଷରୁ ଆଶଙ୍କା କରାଯାଉଛି । ତେବେ ଏଥିରେ ଥିବା ସମସ୍ତ କର୍ମକର୍ତ୍ତା ଏବଂ ଚାଳକ ସଦସ୍ୟ ସୁରକ୍ଷିତ ଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଜାହାଜର କ୍ଷତିଗ୍ରସ୍ତ ଅଂଶକୁ ମରାମତି କରାଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

iran oil tanker
ତେଲ ଟ୍ୟାଙ୍କର ଉପରେ ମିସାଇଲ ମାଡ଼ ସନ୍ଦେହ

ସେହିପରି ତୈଳ ମନ୍ତ୍ରଣାଳୟର ମୁଖପାତ୍ର ଅବ୍ବାସ ମୁସାଓ୍ବି କହିଛନ୍ତି, ପରିବେଶ ଓ ଜଳ ଉତ୍ସକୁ ପ୍ରଦୂଷିତ କରିବା ଉଦ୍ଦେଶ୍ୟରେ ଆକ୍ରମଣକାରୀ ଏପରି ଘଟଣା ରଚିଛନ୍ତି। ସେପଟେ ଏହି ଆକ୍ରମଣ ପାଇଁ ଆମେରିକା ଆକ୍ରମଣ ପାଇଁ ଇରାନକୁ ଦାୟୀ କରିଥିବା ବେଳେ ଇରାନ ଏହି ଅଭିଯୋଗକୁ ଖାରଜ କରିଦେଇଛି।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.