ETV Bharat / bharat

BSF ଡିଜି ପଦରେ ଦାୟିତ୍ବ ଗ୍ରହଣ କଲେ ରାକେଶ ଆସ୍ଥାନା - Police Commissioner of Vadodara City

ବିଏସଏଫର 27 ତମ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କଲେ ରାକେଶ ଆସ୍ଥାନା । ରାକେଶ ଆସ୍ଥାନା ଗୁଜୁରାଟ କ୍ୟାଡରର 1984 ବ୍ୟାଚ ଆଇପିଏସ ଅଧିକାରୀ। ଅଧିକ ପଢନ୍ତୁ...

BSF ଡିଜି ପଦରେ ଦାୟିତ୍ବ ଗ୍ରହଣ କଲେ ରାକେଶ ଆସ୍ଥାନା

author img

By

Published : Aug 18, 2020, 8:06 PM IST

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ(BSF)ର ମହାନିର୍ଦ୍ଦେଶକ ଭାବରେ ପଦଭାର ଗ୍ରହଣ କରିଛନ୍ତି ରାକେଶ ଆସ୍ଥାନା । ସେ ବିଏସଏଫର 27 ତମ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି।

ରାକେଶ ଆସ୍ଥାନା ଗୁଜୁରାଟ କ୍ୟାଡରର 1984 ବ୍ୟାଚ ଆଇପିଏସ ଅଧିକାରୀ। ସେ ଆଗ୍ରା ସେଣ୍ଟ ଜନ୍ କଲେଜରୁ ଇତିହାସରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।

ଆସ୍ଥାନା ଗୁଜୁରାଟ ପୋଲିସରେ ବିଭିନ୍ନ ପଦବୀରେ ରହିଥିବା ବେଳେ ଭଦୋଦରା ରେଞ୍ଜର ପୋଲିସ ଇନ୍ସପେକ୍ଟର ତଥା ସୁରଟ ଏବଂ ଭଦୋଦରା ସହରର ପୋଲିସ କମିଶନର ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କ ସେବା କାଳରେ ସେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋରେ ପୋଲିସ ଅଧୀକ୍ଷକ, ଡେପୁଟି ଇନ୍ସପେକ୍ଟର ଜେନେରାଲ, ଅତିରିକ୍ତ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି। ସୀମା ସୁରକ୍ଷା ବଳରେ ମହାନିର୍ଦ୍ଦେଶକ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋର ମହାନିର୍ଦ୍ଦେଶକ ସହ ନିଶାନିବାରଣ ବ୍ୟୁରୋର ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ।

2001ରେ ରାକେଶ ଆସ୍ଥାାଙ୍କୁ 'ପ୍ରଶଂସନୀୟ ସେବା ପାଇଁ ପୋଲିସ ମେଡାଲ' ଏବଂ 2009ରେ 'ବିଶିଷ୍ଠ ସେବା ପାଇଁ ରାଷ୍ଟ୍ରପତିଙ୍କ ପୋଲିସ ପଦକ' ମଧ୍ୟ ପ୍ରଦାନ କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.