ETV Bharat / bharat

ଅମ୍ପାନ ଓ କୋଭିଡ-19 ଉପରେ ଆୟୋଜିତ ହେଲା ୱେବିନାର୍, ବିପର୍ଯ୍ୟୟ ମୁକାବିଲା ଉପରେ ଗୁରୁତ୍ବ - CDMS organized webniar on amphan and covid-19

ଗୁରୁଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ବବିଦ୍ୟାଳୟ(ଆଇପି ବିଶ୍ବବିଦ୍ୟାଳୟ) ରେ କୋଭିଡ-19 ଓ ଅମ୍ପାନକୁ ନେଇ ୱେବିନାର୍ ଆୟୋଜିତ କରାଯାଇଥିଲା । ବିଶ୍ବବିଦ୍ୟାଳୟର ସେଣ୍ଟର ଫର୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଷ୍ଟଡି( CDMS) ଦ୍ବାରା ବିପର୍ଯ୍ୟୟ ଅର୍ଥାତ କୋଭିଡ-19 ଓ ଅମ୍ପାନକୁ ନେଇ ୱେବିନାର୍ ପ୍ରସ୍ତୁତ କରାଯାଇଛି ।

ଅମ୍ପାନ ଓ କୋଭିଡ-19 ଉପରେ ଆୟୋଜିତ ହେଲା ୱେବିନାର୍

author img

By

Published : Jun 24, 2020, 8:06 PM IST

ନୂଆଦିଲ୍ଲୀ: ଗୁରୁଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ବବିଦ୍ୟାଳୟ (ଆଇପି ବିଶ୍ବବିଦ୍ୟାଳୟ)ରେ କୋଭିଡ-19 ଓ ଅମ୍ପାନକୁ ନେଇ ୱେବିନାର୍ ଆୟୋଜିତ କରାଯାଇଥିଲା । ବିଶ୍ବବିଦ୍ୟାଳୟର ସେଣ୍ଟର ଫର୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଷ୍ଟଡି (CDMS) ଦ୍ବାରା ବିପର୍ଯ୍ୟୟ ଅର୍ଥାତ କୋଭିଡ-19 ଓ ଅମ୍ପାନକୁ ନେଇ ୱେବିନାର୍ ପ୍ରସ୍ତୁତ କରାଯାଇଛି । ଏଥି ସହିତ ଆଇପି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ମହେଶ ବର୍ମା କହିଛନ୍ତି ଯେ ପ୍ରତ୍ୟେକ ବିପର୍ଯ୍ୟୟର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି କିନ୍ତୁ ଗ୍ରାଉଣ୍ଡ ସ୍ତରରେ ଏହି କୌଶଳ ପ୍ରୟୋଗ କରିବାର ଆବଶ୍ୟକତା ରହିଛି ।

ଆଇପି ବିଶ୍ବବିଦ୍ୟାଳୟର CDMS ଦ୍ବାରା ଆୟୋଜିତ ୱେବିନାରକୁ ଆଇପି କୁଳପତି ପ୍ରଫେସର ମହେଶ ବର୍ମା ଉଦଘାଟନ କରିଥିଲେ। ଯେଉଁମାନେ କହିଥିଲେ ଯେ ଦେଶର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଅନେକ ନିୟମ ଓ ଆଇନ ପ୍ରସ୍ତୁତ କରାଯାଇଛି, ସେମାନଙ୍କୁ କିନ୍ତୁ ଏହି ସମୟରେ ସବୁ ନିୟମ କିପରି ବ୍ୟବହାର କରାଯିବ ତାହା ଜାଣିବାର ଆବଶ୍ୟକତା ରହିଛି ।

ଏଥିସହ ଓଡିଶା PSC ଚେୟାରମ୍ୟାନ୍ ବ୍ରିଗେଡିୟର୍ ଏଲ୍ ସି ପଟ୍ଟନାୟକ ମହାବାତ୍ୟା ଦ୍ବାରା ପ୍ରଭାବିତ ରାଜ୍ୟଗୁଡିକ ବିଷୟରେ କହିଛନ୍ତି। ଏହିପରି ବିପର୍ଯ୍ୟୟର ମୁକାବିଲା ପାଇଁ କେଉଁ ଉତ୍ସଗୁଡିକ ଉପଲବ୍ଧ ଅଛି ସେ ସମ୍ବନ୍ଧରେ ବିସ୍ତୃତ ସୂଚନା ଦେଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳର ଲୋକେ କିପରି ଏପରି ଆହ୍ବାନପୂର୍ଣ୍ଣ ପରିସ୍ଥିତି ସହ ମୁକାବିଲା କରିପାରିବେ ତାହା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।

ଏଥିସହ ଭାରତର ପୂର୍ବତନ ଅତିରିକ୍ତ ସର୍ଭେୟର୍ ମେଜର ଜେନେରାଲ୍ ଆର ସି ପାଢି ସ୍ପଷ୍ଟ କରିଛନ୍ତି ଯେ ଜିଆଇସ୍ ଓ ରିମୋଟ ସେନ୍ସିସିଂ ଭଳି ଟେକ୍ନୋଲୋଜି କିପରି ସଙ୍କଟ ପରିସ୍ଥିତିର ମୁକାବିଲା ପାଇଁ ଉପଯୋଗୀ ହୋଇପାରିବ । ଅନ୍ୟପକ୍ଷେ ବିହାର ଏସଡିଏମର ପୂର୍ବତନ ଉପ-ସଭାପତି ଅନିଲ ସିହ୍ନା ରାଜ୍ୟପ୍ରଶାସନ ରାଜ୍ୟ ଭିତରେ ବିପର୍ଯ୍ୟୟ ସହ ଲଢିବା ସମ୍ବନ୍ଧରେ କେଉଁ ଅନୁକୂଳ ଯୋଜନା ପ୍ରସ୍ତୁତ କରିବା ଉଚିତ୍,ସେ ନେଇ ଗୁରୁତ୍ବାରୋପ କରିଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.