ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପି ଚିଦାମ୍ବରମଙ୍କ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟରେ କରାଯାଇଥିବା ଆବେଦନକୁ ସିବିଆଇ ବିରୋଧ କରିଛି । ଏହି ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣୀ ଆସନ୍ତା 23 ତାରିଖରେ ହେବ ବୋଲି କୋର୍ଟ ପ୍ରକାଶ କରିଛି ।
ସିବିଆଇ କହିଛି, ଅଭିଯୁକ୍ତ ଜଣକ ଅର୍ଥମନ୍ତ୍ରୀ ରୂପେ କାମ କରିବା ସମୟରେ ବେଆଇନ ଭାବରେ ନିଜର ଇଚ୍ଛା ପୂରଣ ପାଇଁ ଉଦ୍ୟମ କରିଥିଲେ । ଏଥିପାଇଁ ଇନ୍ଦ୍ରାଣୀ ମୁଖାର୍ଜୀ ଓ ପ୍ରୀତମ ମୁଖାର୍ଜୀଙ୍କ ଦ୍ବାରା ଭାରତ ଓ ବିଦେଶରେ ଅଭିଯୁକ୍ତ ଓ ତାଙ୍କ ପୁଅ କେ ଚିଦାମ୍ବରମଙ୍କୁ ଟଙ୍କା କାରବାର କରାଯାଇଥିଲା । ତେଣୁ ତାଙ୍କୁ ଜାମିନ ପ୍ରଦାନ କରା ନଯାଉ ବୋଲି ସିବିଆଇ କହିଛି ।