ETV Bharat / bharat

ଭାରତରେ କୋରୋନା ଭାଇରସ ଟୀକା ପାଇଁ ଗବେଷଣା ଖୁବ ଆଗେଇଛି - coronavirus vaccine

ଭାରତୀୟ ଗବେଷଣା ଏହି ଭୁତାଣୁର ସଂକ୍ରମଣ, ବିସ୍ତାର ବିଷୟରେ ଜାଣିବା ଲାଗି ଆବଶ୍ୟକ ଟେକ୍ନୋଲୋଜି ସମର୍ଥ ରହିଛନ୍ତି। ଏହି କ୍ରମରେ ଟୀକା ତିଆରି ଓ ପରୀକ୍ଷଣ ପାଇଁ ଆଉ କିଛି ମାସ ବା ଅତିବେଶୀରେ ଏକ ବର୍ଷ ସମୟ ଲାଗିପାରେ। ପଢନ୍ତୁ ଦିଲ୍ଲୀ ଆଇଆଇଟି ଜୀବ ବିଜ୍ଞାନୀ ପଦ୍ମଶ୍ରୀ ପ୍ରଫେସର ସୟଦ ଇ ହସ୍‌ନାଇନ୍‌ଙ୍କ ସହଙ୍କ ଇନାଡୁର ସ୍ବତନ୍ତ୍ର ସାକ୍ଷାତକାର..

interview : India working on coronavirus vaccine, says IIT-Delhi Professor
ଭାରତରେ କୋରୋନା ଭାଇରସ ଟୀକା ପାଇଁ ଗବେଷଣା ଖୁବ ଆଗେଇଛି
author img

By

Published : Apr 27, 2020, 5:32 PM IST

ଭାରତରେ କୋରୋନା ଭୁତାଣୁ ସମ୍ବନ୍ଧରେ ଗବେଷଣା ଏବଂ ଏହାକୁ ରୋକିବା ଲାଗି ଆବଶ୍ୟକ ଟୀକା ଓ ଔଷଧ ବାବଦରେ ଗବେଷଣା ଅନେକ ଅଗ୍ରସର ହୋଇଛି ବୋଲି ଦିଲ୍ଲୀ ଆଇଆଇଟିର ଜୀବ ବିଜ୍ଞାନୀ ପଦ୍ମଶ୍ରୀ ପ୍ରଫେସର ସୟଦ ଇ ହସ୍‌ନାଇନ୍‌ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ଗବେଷଣା ଏହି ଭୁତାଣୁର ସଂକ୍ରମଣ, ବିସ୍ତାର ବିଷୟରେ ଜାଣିବା ଲାଗି ଆବଶ୍ୟକ

ଟେକ୍ନୋଲୋଜି ସମର୍ଥ ରହିଛନ୍ତି। ଏହି କ୍ରମରେ ଟୀକା ତିଆରି ଓ ପରୀକ୍ଷଣ ପାଇଁ ଆଉ କିଛି ମାସ ବା ଅତିବେଶୀରେ ଏକ ବର୍ଷ ସମୟ ଲାଗିପାରେ। ଏହି ସମୟରେ ଲୋକଙ୍କୁ ଆବଶ୍ୟକ ସାବଧାନତା ରକ୍ଷା କରି ସରକାରଙ୍କ ଦ୍ଵାରା ପ୍ରଣୟନ କରାଯାଉଥିବା ସ୍ଵାସ୍ଥ୍ୟ ପରାମର୍ଶକୁ ମାନିବା ଲାଗି ପ୍ରଫେସର ହାସନାଇନ୍‌ ପରାମର୍ଶ ଦେଇଛନ୍ତି। ଏହି ସମୟରେ ଲୋକଙ୍କ ପାଇଁ ଯାହା

ଆବଶ୍ୟକ ତାହା ହେଲା ନମୁନା ପରୀକ୍ଷଣ ହାରକୁ ବଢ଼ାଇବା। ଏଥିପ୍ରତି ଗୁରୁତ୍ଵ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ପ୍ରଫେସର୍‌ ହାସ୍‌ନାଇନ୍‌ ବିଜ୍ଞାନ ନୀତି ସମ୍ପର୍କିତ ପରାମର୍ଶଦାତା ଭାବେ କାର୍ଯ୍ୟ କରନ୍ତି। ତାଙ୍କର ଉଲ୍ଲେଖନୀୟ ପରାମର୍ଶ ଓ ଅନୁଶୀଳନକୁ ସ୍ଵୀକାର କରି ଜର୍ମାନୀର ସଂଘୀୟ ସରକାର ତାଙ୍କୁ ପୁରସ୍କୃତ କରିଛନ୍ତି। ସେ ୨୦୧୬ ମସିହାରେ ଜାମିଆ ହାମ୍‌ଦର୍ଦ

ବିଶ୍ଵବିଦ୍ୟାଳୟର କୁଳପତି ଭାବେ ମଧ୍ୟ ଦାୟିତ୍ଵ ତୁଲାଉଛନ୍ତି। ତାଙ୍କ ସହ ଇନାଡୁ ପକ୍ଷରୁ ଭାରତରେ ସାମ୍ପ୍ରତିକ ସ୍ଥିତି ଓ ପ୍ରସ୍ତୁତି ବାବଦରେ ଆଲୋଚନା ହୋଇଥିଲା। ଉପସ୍ଥାପନ କରୁଛୁ ସେହି କଥାବାର୍ତ୍ତାର କିୟଦଂଶ।

ଏକ ନୂଆ ଭୁତାଣୁ କିପରି ସଂକ୍ରମଣ ଆରମ୍ଭ କରେ? ଏହାକୁ ଆମେ ପୂର୍ବରୁ ଠାବ କରିପାରିବା କି?

ଭୁତାଣୁର ସୃଷ୍ଟି ଏକ ପ୍ରକୃତିକ ପ୍ରକ୍ରିୟା। ଏହା ଅତ୍ୟନ୍ତ ଧୀମା ଗତିରେ ସୃଷ୍ଟି ହୋଇଥାଏ। ଗୋଟିଏ ଭୁତାଣୁ ବିକଶିତ ହେବା ଲାଗି ଦଶନ୍ଧି ସମୟ ବି ଲାଗିପାରେ। ଗୋଟିଏ ନିର୍ଦ୍ଧିଷ୍ଟ ଭୌଗୋଳିକ ପରିସ୍ଥିତି ଏହି ପ୍ରକ୍ରିୟା ଲାଗି ଗୁରୁତ୍ଵପୂଣ୍ଣ ଭୂମିକା ନିର୍ବାହ କରିଥାଏ। ଏଣୁ ଭୁତାଣୁଟିଏ ବିକଶିତ ହେବା ପୂର୍ବରୁ ତା’ବାବଦରେ ସନ୍ଧାନ ଲଗାଇବା ଏକ କଷ୍ଟକର ବିଷୟ। ସାର୍ସ କୋରୋନା ଭାଇରସ୍‌-

୨ ଯାହା କୋରୋନା ଭାଇରସ୍‌ ରୋଗ ( କୋଭିଡ୍‌-୧୯) ସୃଷ୍ଟି ପାଇଁ ଦାୟୀ ତାହାର ପ୍ରକୃତ ଉତ୍ପତ୍ତିସ୍ଥଳ କେଉଁଠି ତାହା କହିବା କଷ୍ଟକର। ନୋବେଲ୍‌ ପୁରସ୍କାର ବିଜେତା ବୈଜ୍ଞାନିକ ଲକ୍‌ ମୋଣ୍ଟେଗ୍‌ନର ଯିଏ ଏଚ୍‌ଆଇଭି ଭୁତାଣୁ ଆବିଷ୍କାର କରିଥିଲେ ତାଙ୍କ କହିବା ଅନୁସାରେ ଏହି ନୋଭେଲ୍‌ କରୋନା ଭାଇରସ୍‌ ପ୍ରାକୃତିକ ପରିସ୍ଥିତି ନୁହେଁ ବରଂ ଏହା କୌଣସି ପରୀକ୍ଷାଗାରରୁ ସୃଷ୍ଟି ହୋଇଛି।

ଭାରତରେ କୋଭିଡ୍‌-୧୯ ସମ୍ବନ୍ଧୀୟ ଗବେଷଣା ପାଇଁ କି ସୁଯୋଗ ରହିଛି ଏବଂ ଏହାର କେତେ ଉପଯୋଗୀ?

ଏକ ଭୁତାଣୁର ଜେନେଟିକ୍‌ ଗଠନ ଶୈଳୀ ଏବଂ ଜିନୋମ୍‌ ସରଞ୍ଚନାକୁ ଚିହ୍ନଟ କରିବା ପାଇଁ ଭୁତାଣୁ ଗବେଷଣାର ମୌଳିକ ଆବଶ୍ୟକତା ଜରୁରୀ ହୋଇଥାଏ ସେ ସୁବିଧା ଆମ ପାଖରେ ଏହା ରହିଛି। ଅର୍ଥାତ୍‌ ଆମେ କୋଭିଡ୍‌ ୧୯ ରୋଗ ନିୟନ୍ତ୍ରଣ ତଥା ପ୍ରତିରୋଧକ ତିଆରି ପାଇଁ ସକ୍ଷମ। ପୁନେଠାରେ ଥିବା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଦେଶର ସର୍ବ ବୃହତ୍‌ ଇମ୍ୟୁନୋ ବାୟୋଲୋଜିକାଲ୍‌ ଔଷଧ ଉତ୍ପାଦନକାରୀ ସଂସ୍ଥାନ। ଏହାପୂର୍ବରୁ ହାଇଦ୍ରାବାଦ୍‌ ସ୍ଥିତ ଭାରତ ବାୟୋଟେକ୍‌ ରୋଟାଭାକ୍‌ ( ପ୍ରଥମ ରୋଟା ଭାଇରସ୍‌ ଟୀକା) ବିକାଶ କରି ବିଶ୍ଵର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଛି।

ଏହି ଯେଉଁ ମହାମାରୀ ସୃଷ୍ଟି ହୋଇଛି ତାହାକୁ ଭାରତ କିପରି ଭାବେ ନିୟନ୍ତ୍ରଣ କରୁଛି ବୋଲି ଆପଣ କହିବେ?

ଆମେ ଠିକ୍‌ ରାସ୍ତାରେ ଅଛୁ। ଏହି ଦିଗରେ ଆବଶ୍ୟକ ପଦକ୍ଷେପକୁ ଅନୁଧ୍ୟାନ କରିବା ଏବଂ ଠିକଣା ନିୟନ୍ତ୍ରଣ ପରାମର୍ଶ ଦେବା ଲାଗି ଭାରତୀୟ ମେଡିକାଲ୍‌ ଗବେଷଣା ପରିଷଦ ( ଆଇେସିଏମ୍‌ଆର୍‌)କୁ ମଶାଲ୍‌ ହସ୍ତାନ୍ତର କରି ଭାରତ ସରକାର ଏକ ଉଚିତ ପଦକ୍ଷେପ ନେଇଛନ୍ତି। ଏ ଭିତରେ ପରିଷଦ ପକ୍ଷରୁ ଦିନକୁ ୩୦ ହଜାର କୋରୋନା ଭାଇରସ୍‌ ଟେଷ୍ଟ ଦେଶରେ କରାଯାଉଛି। ଆସନ୍ତା ଦିନମାନଙ୍କରେ ଏହି ପରୀକ୍ଷା ମାତ୍ରା ବଢ଼ିବା ଆଶା ରହିଛି। ଆମେରିକା. ସ୍ପେନ, ଇଟାଲି ଏବଂ ଫ୍ରାନ୍ସ ଭଳି ବିକଶିତ ରାଷ୍ଟ୍ରମାନଙ୍କ ଭଳି ଆମ ଦେଶରେ ଏହି ସଂଖ୍ୟା ଯଥେଷ୍ଟ କମ୍‌ ରହିଛି।

ଆମେ ଠିକ୍‌ ରାସ୍ତାରେ ଅଛୁ। ଏହି ଦିଗରେ ଆବଶ୍ୟକ ପଦକ୍ଷେପକୁ ଅନୁଧ୍ୟାନ କରିବା ଏବଂ ଠିକଣା ନିୟନ୍ତ୍ରଣ ପରାମର୍ଶ ଦେବା ଲାଗି ଭାରତୀୟ ମେଡିକାଲ୍‌ ଗବେଷଣା ପରିଷଦ ( ଆଇେସିଏମ୍‌ଆର୍‌)କୁ ମଶାଲ୍‌ ହସ୍ତାନ୍ତର କରି ଭାରତ ସରକାର ଏକ ଉଚିତ ପଦକ୍ଷେପ ନେଇଛନ୍ତି। ଏ ଭିତରେ ପରିଷଦ ପକ୍ଷରୁ ଦିନକୁ ୩୦ ହଜାର କରୋନା ଭାଇରସ୍‌ ଟେଷ୍ଟ ଦେଶରେ କରାଯାଉଛି। ଆସନ୍ତା ଦିନମାନଙ୍କରେ ଏହି ପରୀକ୍ଷା ମାତ୍ରା ବଢ଼ିବା ଆଶା ରହିଛି। ଆମେରିକା. ସ୍ପେନ, ଇଟାଲି ଏବଂ ଫ୍ରାନ୍ସ ଭଳି ବିକଶିତ ରାଷ୍ଟ୍ରମାନଙ୍କ ଭଳି ଆମ ଦେଶରେ ଏହି ସଂଖ୍ୟା ଯଥେଷ୍ଟ କମ୍‌ ରହିଛି। ମଡେଲ୍‌ରେ ଏକ ଟୀକା ପ୍ରସ୍ତୁତ କରିବା ଲାଗି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ପଦକ୍ଷେପ ନେଉଛି। ଭାରତ ବାୟୋଟେକ୍‌ ବି ଅନୁରୂପ ଉଦ୍ୟମ କରୁଛି। ସାଧାରଣତଃ ଗୋଟିଏ ଟୀକା ପ୍ରସ୍ତୁତ କରିବା ଲାଗି କିଛି ମାସ ବା ଏକ ବର୍ଷ ଯାଏ ସମୟ ଲାଗିପାରେ। ଆମେ କୋଭିଡ୍ ୧୯ ସମ୍ବନ୍ଧରେ ଗବେଷଣା କରୁଛୁ। ଜାମିଆ ହମ୍‌ଦର୍ଦ ବିଶ୍ଵବିଦ୍ୟାଳୟରେ ଏଥିଲାଗି ଆବଶ୍ୟକ ଗବେଷଣା ଚାଲିଛି। ଗଲା କିଛିମାସ ଧରି ଏହି ଗବେଷଣା ଜାରି ରହିଛି।

ଭାରତୀୟମାନଙ୍କ ନୋଭେଲ୍‌ କରୋନା ଭାଇରସ୍‌କୁ ପ୍ରତିରୋଧ କରିବାର କିଛି ଅଦ୍ଵିତୀୟ ରୋଗ ପ୍ରତିରୋଧକ ଶକ୍ତି ରହିଛି କି?

ଭାରତରେ କମ୍‌ ସଂଖ୍ୟାରେ ଲୋକ କୋରୋନା ଆକ୍ରାନ୍ତ ହେବ ଏବଂ ଏହି ରୋଗ କମ୍‌ ବ୍ୟାପିବା ଏହିପରି ଏକ ସମ୍ଭାବନା ବ୍ୟକ୍ତ କରୁଛି। କିନ୍ତୁ ବୈଜ୍ଞାନିକ ସ୍ତରରେ ଏଥିନେଇ କୌଣସି ଗବେଷଣା ହୋଇ ନାହିଁ। ଯେଉଁ ଦେଶଗୁଡ଼ିକରେ ବିସିଜି ଦିଆଯାଇଛି ସେଠାରେ କୋଭିଡ୍‌- ୧୯ ସଂକ୍ରମଣ କମ୍‌ ରହିଛି।

ଆପଣ ଲୋକଙ୍କୁ କି ପରାମର୍ଶ ଦେବେ?

ଆଜିକା ଦିନରେ କୋଭିଡ୍‌୧୯କୁ ମୁକାବିଲା କରିବା ତଥା ରୋକ୍‌ ଦେବା ଲାଗି କୌଣସି ଟୀକା ଉଦ୍ଭାବନ କରାଯାଇପାରି ନାହିଁ। କୌଣସି ଔଷଧ ଏନେଇ ଆବିଷ୍କାର ହୋଇ ନାହିଁ। ଏଣୁ ଆମ ପାଖରେ ସବୁଠାରୁ ବଡ଼ ପ୍ରତିକାର ହେଉଛି ଘରେ ରହିବା ଏବଂ ଅନ୍ୟଠୁ ସାମାଜିକ ଦୂରତ୍ଵ ରକ୍ଷା କରିବା। ଲକ୍‌ଡାଉନ୍‌ ହେଉଛି ଏକ ବୈଜ୍ଞାନିକ ଢାଞ୍ଚା ଯାହାଦ୍ଵାରା ଆମେ ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିପାରିବା। ଏହାସହ ବ୍ୟକ୍ତିଗତ ସ୍ତରରେ ହାଇଜିନ୍‌ ରକ୍ଷା, ମାସ୍କ ପିନ୍ଧିବା ଏବଂ ବାରମ୍ବାର ପ୍ରତି ଦିନ ୨୦ ସେକେଣ୍ଡରୁ ଅଧିକ ସମୟ ହାତ ଧୋଇବା ଆବଶ୍ୟକ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.