ETV Bharat / bharat

ଅନ୍ତର୍ଜାତୀୟ ଯୁବ ଦିବସ: ଉଜ୍ୱଳ ଭବିଷ୍ୟତ ଅଭିମୁଖେ ଭାରତ

author img

By

Published : Aug 12, 2019, 3:05 PM IST

1999ରୁ ପାଳିତ ହେଉଛି ଅନ୍ତର୍ଜାତୀୟ ଯୁବ ଦିବସ । ରାଜ୍ୟ, ଦେଶ ଓ ବିଶ୍ବର ବିକାଶ ପାଇଁ ଯୁବ ବିକାଶ ନିତାନ୍ତ ଜରୁରୀ । ଶିକ୍ଷା, ଦକ୍ଷତା ଆଦି ସବୁଥିରେ ଯୁବପିଢି ପାରଙ୍ଗମ ହେବା ସହ ବର୍ତ୍ତମାନ ଯୁବକଙ୍କ ସ୍ଥିତି ବିଷୟରେ ଅବଗତ ହେବା ଦରକାର କାରଣ ବିଶ୍ବର ମୋଟ ଜନସଂଖ୍ୟାର ସର୍ବାଧିକ ଯୁବକ । ଭାରତ ଏକ ପ୍ରଗତିଶୀଳ ରାଷ୍ଟ୍ର ହୋଇଥିବାବେଳେ ଶିଶୁଠାରୁ ନେଇ ଯୁବବର୍ଗ ସମସ୍ତେ ଶିକ୍ଷା କ୍ଷେତ୍ରରେ ଆଗେଇବା ଆବଶ୍ୟକ ।

ଡିଜାଇନ ଫଟୋ

ହାଇଦ୍ରାବାଦ: ବିଶ୍ବରେ ମୋଟ ଜନସଂଖ୍ୟା ମଧ୍ୟରୁ ଯୁବପିଢିଙ୍କ ସଂଖ୍ୟା ଅଧିକ । 10-24ବର୍ଷ ମଧ୍ୟରେ ବିଶ୍ବରେ ପ୍ରାୟ 1.8 ବିଲିୟନ ଯୁବକ । ସଂଯୁକ୍ତ ରାଷ୍ଟ୍ର ଦ୍ବାରା 1999 ମସିହା ପରଠାରୁ 12 ଅଗଷ୍ଟକୁ ଆନ୍ତର୍ଜାତୀୟ ଯୁବ ଦିବସ ରୂପେ ପାଳନ କରାଯାଏ । ପ୍ରତି ବର୍ଷ ଅଲଗା ଅଲଗା ଥିମ ରଖାଯାଇ ଯୁବପିଢିଙ୍କ ସମସ୍ୟା ବିଷୟରେ ଆଲୋଚନା କରାଯାଇଥାଏ । ସେହିପରି ଚଳିତ ବର୍ଷର ଥିମ ରହିଛି ଶିକ୍ଷା । 6-14 ବର୍ଷର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧାରୁ ଅଧିକଙ୍କୁ ପାଠପଢାରେ ଦୁର୍ବଳ । ଏହି ଦିବସ ପାଳନ କରାଯିବାର ମୁଖ୍ୟ ଉଦ୍ଦେଶ୍ଯ ଯୁବପିଢିଙ୍କୁ ସମାଜରେ ସୁଯୋଗ ଦେବା ଓ ସେମାନଙ୍କ ସମସ୍ୟାର ସମାଧାନ କରିବା ।

2030 ସୁଦ୍ଧା ପୋଷଣୀୟ ଶକ୍ତି କ୍ଷେତ୍ରରେ ବିଶ୍ବକୁ ଆଗକୁ ନିଆଯିବା ପାଇଁ ଲକ୍ଷ ରଖାଯାଇଛି । ଏଥିରେ ଯୁବପିଢିଙ୍କ ଅଂଶୀଦାର ମଧ୍ୟ ଆବଶ୍ୟକ । ସେଥିପାଇଁ ସେମାନଙ୍କୁ ଶିକ୍ଷିତ ହେବା ଜରୁରୀ । ତେବେ ଚଳିତ ବର୍ଷ ଥିମ ଅନୁଯାୟୀ, ସମସ୍ତଙ୍କୁ ସମାନ ଭାବରେ ଶିକ୍ଷା ପ୍ରଦାନ କରିବା, ସମସ୍ତ ସୁଯୋଗ ଦେବା, ଜୀବନବ୍ୟାପୀ ଶିକ୍ଷା ବ୍ୟବସ୍ଥା ଆଦି ଉପରେ ଧ୍ୟାନ କେନ୍ଦ୍ରିତ କରାଯିବା ଉଚିତ । ସରକାର, ଯୁବପିଢି, ଯୁବକ ସଂଗଠନ, ଯୁବ ବ୍ୟବସାୟୀ କିପରି ଶିକ୍ଷାକୁ ବ୍ୟବହାର କରୁଛନ୍ତି ଯାହା ଫଳରେ 2030 ସୁଦ୍ଧା ପୋଷଣୀୟ ଅଭିବୃଦ୍ଧି ହୋଇପାରିବ ତାହା ହିଁ 2019 ଆନ୍ତର୍ଜାତୀୟ ଯୁବ ଦିବସର ମୁଖ୍ୟ ଉଦ୍ଦେଶ୍ୟ ।

ଭଲ ଶିକ୍ଷା ପୋଷଣୀୟ ଅଭିବୃଦ୍ଧିର ସହାୟକ । ଶିକ୍ଷାର ବିକାଶରେ ପାଖାପାଖି 17ଟି କ୍ଷେତ୍ରରେ ପୋଷଣୀୟ ବିକାଶ ହୋଇପାରିବ । ଯଥା, ପ୍ରଗତି, ସ୍ବାସ୍ଥ୍ୟ, ଲିଙ୍ଗଗତ ସମାନତା, ଜାତିରେ ସମାନତା, ଆଦି ଅନେକ । ସ୍କୁଲ ପାଠ୍ୟକ୍ରମର ଉଦ୍ଦେଶ୍ୟ କେବଳ ବହି ମଧ୍ୟରେ ସିମିତ ନୁହେଁ । ଚତୁର୍ଥ ଉଦ୍ୟୋଗ ବିକାଶ ସହ ଭବିଷ୍ୟତ ପାଇଁ କାର୍ଯ୍ୟ କରିବା, ସୁଯୋଗ ସୃଷ୍ଟି, ସମସ୍ୟାର ସାମ୍ନା ଓ ଏହାସହ ତୀବ୍ରଗତିରେ ପରିବର୍ତ୍ତିତ ହେଉଥିବା ସାମାଜିକ ଗତିପଥ ବିଷୟରେ ମଧ୍ୟ ଶିକ୍ଷା ଦେଇଥାଏ ।

ଭାରତରେ ଶିକ୍ଷାର ସ୍ଥାନ ?

ଭାରତରେ ମଧ୍ୟ ଶିକ୍ଷାର ବିକାଶ ଦେଖିବାକୁ ମିଳିଛି । ସର୍ବ ଶିକ୍ଷା ଅଭିଯାନ ଅନ୍ତର୍ଗତ ଦଶମ ଶ୍ରେଣୀ ଯାଏଁ ମାଗଣା ଶିକ୍ଷା ପ୍ରଦାନ କରାଯାଉଛି । ବର୍ତ୍ତମାନ ଗ୍ରାମାଞ୍ଚଳର ପ୍ରାୟ ଶିଶୁ ପ୍ରାଥମିକ ଶିକ୍ଷାର ଅଧିକାରୀ ହୋଇପାରୁଛନ୍ତି । 2009ରେ ଶିକ୍ଷାରୁ ପ୍ରାୟ 8 ମିଲିୟନ ଶିଶୁ ବଞ୍ଚିତ ଥିବା ବେଳେ 2014ରେ ଏହା କମି 6 ମିଲିୟନରେ ପହଞ୍ଚିଛି । ମାତ୍ର ଲକ୍ଷ ସାଧନ ହୋଇପାରିନାହିଁ । 2015 ସୁଦ୍ଧା ପ୍ରତି ଅଞ୍ଚଳରେ ସ୍କୁଲ ନିର୍ମା କରିବା ପାଇଁ ଲକ୍ଷ ରଖାଯାଇଥିଲେ ମଧ୍ୟ ତାହାକୁ ପୂରଣ କରାଯାଇପାରିନାହିଁ । ଲିଙ୍ଗଗତ ଅସମାନତା ମଧ୍ୟ ଯୁବ ବିକାଶର ଏକ ବାଧକ । ଉଚ୍ଚବିଦ୍ୟାଳୟମାନଙ୍କରେ ପୁଅଙ୍କ ଅପେକ୍ଷା ଝିଅଙ୍କ ଉପସ୍ଥାନ କମ ରହିଛି । 2011-12 ଜାତୀୟ ସର୍ଭେ ରିପୋର୍ଟ ଅନୁସାରେ ଦେଶରେ 15-59 ବର୍ଷିୟଙ୍କ ମଧ୍ୟରେ ବ୍ୟବହାରିକ ପ୍ରଶିକ୍ଷଣ ହାର 2.2 ପ୍ରତିଶତ ଥିବା ବେଳେ ଅଣବ୍ୟବହାରିକ ପ୍ରଶିକ୍ଷଣ ହାର 8.6 ପ୍ରତିଶତ ରହିଛି ।

ଯୁବପିଢିଙ୍କ ଶିକ୍ଷା ପାଇଁ ସରକାରୀ ଯୋଜନା

କେନ୍ଦ୍ର ସରକାରଙ୍କ National apprenticeship promotional scheme(NAPS) ଅନୁସାରେ ସ୍ନାତକ କରିଥିବା ଯୁବକଙ୍କୁ ଟ୍ରେନିଂ ଦେଇ ଚାକିରି ଯୋଗାଇଦିଆଯାଏ । ରୋଜଗାର କ୍ଷମତା ବୃଦ୍ଧି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଅନ୍ୟପକ୍ଷେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ 2003ରେ ଏକ ପ୍ରୋଜେକ୍ଟ ଆରମ୍ଭ କରିଥିଲା । ଏଥିରେ ଡିଷ୍ଟାନ୍ସ ଏଜୁକେଶନ ଓ ୱେବ ଲର୍ଣ୍ଣିଂ ବିଷୟରେ ଶିକ୍ଷା ଦିଆଯାଏ । ଏହି ପ୍ରୋଜେକ୍ଟ ଅନ୍ତର୍ଗତ ଭିଡିଓ ପାଠ୍ୟକ୍ରମ, ଇଣ୍ଟରନେଟ ଶିକ୍ଷା, ଇଞ୍ଜିନିୟରିଂ ପ୍ରଭୁତି ପାଠ୍ୟକ୍ରମକୁ ଦିଲ୍ଲୀ, ବମ୍ବେ, ଚେନ୍ନାଇ, କାନପୁର, ଖଡଗପୁର, ଗୌହାଟୀ, ବାଙ୍ଗାଲୋର ଆଦି ସ୍ଥାନରେ ଯୋଗାଇଦିଆଯାଉଛି ।

ଯୁବପିଢିଙ୍କ ପାଇଁ ଦକ୍ଷତା ବିକାଶ ଯୋଜନା

ଭାରତ ସରକାର ଦକ୍ଷତା ବିକାଶ ପାଇଁ ଅନେକ କାର୍ଯ୍ୟାନୁଷ୍ଠାନ ହାତକୁ ନେଇଛି । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ଯୁବକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ଦେବା ସହ ଛଅ ମାସରେ ଥରେ ରୋଜଗାର ମେଳାର ଆୟୋଜନ କରାଯାଇଥାଏ । ଅନ୍ୟପକ୍ଷେ ଜାତୀୟ ଦକ୍ଷତା ବିକାଶ ମିଶନ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ଓ ରାଜ୍ୟରେ ପ୍ରଶିକ୍ଷଣ ଦିଆଯାଇଥାଏ । ଏହାସହ ସକଂଳ୍ପ କାର୍ଯ୍ୟକ୍ରମ ଜରିଆରେ ଦେଶରେ ଶିକ୍ଷାନୁଷ୍ଠାନ ଗଠନ କରିବା, କୁଶଳୀ ଶିକ୍ଷକଙ୍କ ନିଯୁକ୍ତି କରିବା ଏହାର ମୁଖ୍ୟ ଲକ୍ଷ । 2015ରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍କିଲ ଇଣ୍ଡିଆ ପୋର୍ଟାଲ ଲଞ୍ଚ କରିଥିଲେ । ଦେଶର ଦକ୍ଷତା ବୃଦ୍ଧି ପାଇଁ ବ୍ୟବସାୟୀଙ୍କୁ ଆକୃଷ୍ଟ କରିବା ଏହାର ପ୍ରଧାନ ଲକ୍ଷ ।

ଦେଶର ଅନେକ ଛାତ୍ର ନିଜ ଶିକ୍ଷା ପୂରଣ କରିବା ପୂର୍ବରୁ ହିଁ ଅଧାରୁ ପାଠପଢା ଛାଡିଥାଆନ୍ତି । ଆଦିବାସୀ ଓ ନିମ୍ନ ଶ୍ରେଣୀର ଶିଶୁ ମାନେ ଅଧିକାଂଶ ଶିକ୍ଷାରୁ ବଞ୍ଚିତ ହୋଇଥାଆନ୍ତି । 2015ରେ ରାଷ୍ଟ୍ରିୟ ଶୈଖିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଦ୍ବାରା ରାଷ୍ଟ୍ରିୟ ଉପଲବ୍ଧି ସର୍ଭେ କରାଯାଇଥିଲା । ସର୍ଭେ ଅନ୍ତର୍ଗତ କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଗାଣିତିକ ପ୍ରଶ୍ନ ପଚରାଯାଇଥିଲା । ଏଥିରେ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରଶ୍ନର ଉତ୍ତର ଦେଇପାରିଥିଲେ । ଅଫିସିଆଲ ଡାଟା ଅନୁସାରେ, 3-6 ବର୍ଷର 70 ପ୍ରତିଶତରୁ ଉର୍ଦ୍ଧ ଶିଶୁ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଉଥିବା ବେଳେ ପ୍ରାୟ 20 ମିଲିୟନ ଶିଶୁ ଅର୍ଥନୈତିକ ସମସ୍ୟା କାରଣରୁ ଶିକ୍ଷାରୁ ବଞ୍ଚିତ ରହିଥାଆନ୍ତି ।

ତେବେ ଦେଶରେ ଶିକ୍ଷାର ମାନ ବଢାଇବାକୁ ହେଲେ ମୁଖ୍ୟତଃ ପ୍ରାକ୍ଟିକାଲ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ । ସମସ୍ତଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା କରିବା ସହ ଏଥିପାଇଁ ସଚେତନତା ସୃଷ୍ଟି କରିବା ମଧ୍ୟ ଆବଶ୍ୟକ । ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରିବା ସହ ଜୀବନବ୍ୟାପୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଜରୁରୀ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.