ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ବିଶେଷ ଦିନରେ ସମସ୍ତ ବିଶ୍ବ ସ୍ମାରକ ସ୍ଥଳୀରେ ମହିଳା ପର୍ଯ୍ୟଟକଙ୍କ ପ୍ରବେଶକୁ ନିଶୁଳ୍କ କରାଯାଇଛି । ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ସେଥିମଧ୍ୟରେ ଆଗ୍ରାରେ ତାଜମହଲ ମଧ୍ୟ ରହିଛି ।
ଭାରତୀୟ ପୁରାତତ୍ବ ସର୍ବେକ୍ଷଣ(ଏଏସଆଇ)ର ମହାନିର୍ଦ୍ଦେଶକ ଉଷା ଶର୍ମାଙ୍କ ପକ୍ଷରୁ ଏହାର ସୂଚନା ଜାରି କରାଯାଇଛି । ତାଜମହଲ ସଂରକ୍ଷଣ ସହାୟକ ଅଙ୍କିତ ନାମଦେବ କହିଛନ୍ତି ଯେ, ଏହି ଆଦେଶକୁ ତାଜମହଲର ଗେଟରେ ଛପାଯାଇଛି ।
ଆଗ୍ରାରେ ତାଜମହଲ, ଆଗ୍ରା କିଲ୍ଲା, ଫତେହପୁର ସିକରୀ ସହିତ ଅନେକ ସ୍ମାରକୀ ରହିଛି । ପ୍ରତ୍ୟେକ ଦିନ ଏହି ସ୍ମାରକୀରେ ଦେଶ-ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ସେଥିମଧ୍ୟରୁ ବହୁ ସଂଖ୍ୟାରେ ମହିଳା ପର୍ଯ୍ୟଟକ ରହିଥାନ୍ତି । ତେବେ ବିଶେଷ ମୂହୁର୍ତ୍ତରେ ସମସ୍ତ ପର୍ଯ୍ୟଟକଙ୍କ ପାଇଁ ନିଶୁଳ୍କ ପ୍ରବେଶର ବନ୍ଦୋବସ୍ତ କରାଯାଇଥାଏ । ତେବେ ଚଳିତବର୍ଷ ପ୍ରଥମଥର ପାଇଁ ଅନ୍ତର୍ଜ୍ୟାତୀୟ ମହିଳା ଦିବସରେ ସମସ୍ତ ମହିଳା ପର୍ଯ୍ୟଟକଙ୍କ ପାଇଁ ନିଶୁଳ୍କ ପ୍ରବେଶ କରାଯାଇଛି ।